STORYMIRROR

Sagarika Mohanty

Others

3  

Sagarika Mohanty

Others

ଆବାହାନ

ଆବାହାନ

1 min
14.1K


ମାତୃଶକ୍ତିର ଉପାସନା ପାଇଁ ପୁଲକିତ ହୁଏ ଆଜି ମୋ ମନ ।

ହେ ମା ଦଶଭୁଜା !!!!

କେମିତି ପୁଜିବି ତୋତେ , କୋଉଠି ରଖିବି ତୋ ଆସ୍ଥାନ !

ସବୁଠି ତ ବୋହୁଛି ଏବେ , ଆତ୍ମଗ୍ଲାନିରେ ଭାରାକ୍ରାନ୍ତ , ମୃଦୁ ମୃଦୁ ପବନ ।


ଭ୍ରୁଣହତ୍ୟାର ସାମାଜିକ ମନ୍ଥନ ପରେ ଜଠରର କାରାବାସରୁ ବାହାରି ଆସିଲି ସତ , ହେଲେ ଏଯାଏ ହେଇନି ମୁଁ ମୁକ୍ତ ।

ଏନ୍ତୁଡ଼ି ଶାଳ ରୁ ଜୁଇ ଘର ଯାଏ ବିଛେଇ ହେଇ ପଡିଛି ସ୍କନ୍ଧଚ୍ୟୁତ ହେଇ କାଶତାଣ୍ଡି ଫୁଲର ସମ୍ଭାର ।

ଆଖିର କଜଳ ମିଶିଯାଇଛି ନିରବି ଯାଇଥିବା ଅଶ୍ରୁବୁନ୍ଦା ସହ ।


ମାଆ ଗୋ !! ଶକ୍ତି ପ୍ରଦାୟିନୀ ,

ତଥାପି ତୋ ଦମ୍ଭରେ ଶାଣିତ ମୋ ଆତ୍ମା ।

ତୋତେ ଆବାହାନ କରିବାରେ ଆଜି ଯାଏ ମୁଁ ଅପରାଜିତା


ହେ ମାଆ ଜଗଜ୍ଜନନୀ ,

ଥରେ ଆସି ଦେଖି ଯା ,

ତୋ ଆବର୍ତ୍ତମାନରେ କାକର ପରି ମିଳେଇ ଯାଉଛି କେମିତି ଶହ ଶହ ସତୀଙ୍କର କରୁଣ ଆର୍ତ୍ତନାଦ ।


ନବରାତ୍ରିର ଏ ପାବନ ଅବସରରେ , ବନ୍ଦନୀୟା ଏ ଛୋଟ ଛୋଟ ଦୁର୍ଗା ମାନେ ବଳି ପଡନ୍ତି କେମିତି ସନ୍ଧି ପୂଜା ଦିନ ।

ଶୁଣି ଯାଆ ,

ଏ ଅମର ମହିଷାସୁରମାନଙ୍କର ଅଟ୍ଟାହାସ୍ୟ କୁ ।

ଯଦି ସହି ପାରିବୁ , ଥରେ ଆସି ଶୁଣି ଯାଆ ମାଆ ,

ଫୁଟି ଉଠୁଛି କେମିତି ତତଲା ହୃଦୟରୁ ଶବ୍ଦହୀନ ଚିତ୍କାର ।


Rate this content
Log in