ଶିଶୁ ହସିଲେ
ଶିଶୁ ହସିଲେ
ଶିଶୁର ଓଠରେ ଅମୃତର ଧାର
ଝରେ ମନ୍ଦାକିନୀ ପରି
ହସିଦେଲେ ଥରେ ଦୂର ହୁଏ ଶୋକ
ସୁଖେ ଆତ୍ମା ଯାଏ ଭରି ll 1
ଦରୁଟି କଥାରେ ଭରି ରହିଥାଏ
ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି
ଅନୁରାଗେ ସିଏ ବାନ୍ଧି ରଖିଥାଏ
ନଥାଏ ମନରେ ଭୀତି ll 2
ଥିରି ଥିରି ଚାଲି ପାଦ ଟଳମଳ
ନିଷ୍ପାପ ହୃଦୟ ମନ
ମନ ଜାଣି ତାକୁ ଦେଖାଇଲେ ପଥ
ଜୟୀ ହେବ ତ୍ରିଭୁବନ ll 3
ଆଜି ସିଏ ଶିଶୁ କାଲି ନାଗରିକ
ଧରିବ ଦେଶର ମଙ୍ଗ
ଅସାଧ୍ୟ ତା ପାଇଁ ନ ହୋଇବ କିଛି
ଲଙ୍ଘି ହିମାଳୟ ଶୃଙ୍ଗ ll 4
ଶିଶୁର ସୁରକ୍ଷା ଶାରୀରିକ ବୃଦ୍ଧି
ତା ସେବା ଯତନ କଲେ
ଶିକ୍ଷା ଦୀକ୍ଷା ଦେଇ ବିକଶିଲେ ଗୁଣ
ଦୁନିଆ ଜିଣିବ ଭଲେ ll 5
