ପରାଧୀନ
ପରାଧୀନ
ଗାନ୍ଧୀ ଆସିଥିଲେ। ଧରାକୁ କାଲି
କାନ୍ଦି କାନ୍ଦି ଗଲେ କହି,
ମୁଁ ଯେଉଁ ସ୍ୱାଧୀନ ଆଶା କରିଥିଲି
ଦେଖା ଯାଉନାହିଁ କାହିଁ
ରାତି ଅଧୁତାରେ ଝିଅଟିଏ ଯଦି
ରାସ୍ତାରେ ଚାଲିଵ ଏକା,
ତେବେ ଯାଇ ସିନା ସ୍ୱାଧୀନ ମଣିଵା
ତୁମେ ଆମେ ଦେଶ ଲେଖା
ବନ୍ଧ କରିଦିଅ ଅଗଷ୍ଟ ପନ୍ଦର
ଭାଷଣ ଦିଅନି କେତେ,
ସୀମାନ୍ତ ପରିକା ଜଗାଅ ସୈନିକ
ଜିଲ୍ଲା ରାଜ୍ୟ ଗ୍ରାମ ସଵେ
ଯେଉଁ ଦିନ ମୋଟେ ହଵନି ଦୁଷ୍କର୍ମ
ନାରୀକୁ ମିଳିବ ନାୟ,
ସୁନା ହେବ ଦେଶ ଶୁଭିଵ ସବୁଠି
ଭାରତ ମାତା କି ଜୟ