Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjita Das

Abstract Action Others

5.0  

Ranjita Das

Abstract Action Others

ରାଉରକେଲା ସହର ଓ ଶୀତ

ରାଉରକେଲା ସହର ଓ ଶୀତ

1 min
373


ରାଉରକେଲା ସହର ଓ ଶୀତ ଋତୁର ଯେମିତି ଏକ ନିବିଡ ସମ୍ପର୍କ ରହିଯାଇଛି । ଶୀତ ଦିନ ଆସିଲେ ରାଉରକେଲା ନବବଧୂ ଭାନ୍ତି ସଜେଇ ହେଇଯାଏ । ସକାଳର କାକର ବୁନ୍ଦା ଓ ରାତିର କୁହୁଡି ଏଇ ଇସ୍ପାତ ସହରକୁ ଆହୁରି ସଜେଇଦିଏ । ସମସ୍ତ ରାଉରକେଲା ବାସୀଙ୍କର ରାଉରକେଲାର ଶୀତ ସହ ଗୋଟେ ନିଆରା ଅନୁଭୂତି ଓ ସମ୍ପର୍କ ଯୋଡି ହେଇଯାଇଛି । ଯିଏ ଏଠି ରହିଛି ସେ ଜାଣିଛି, କିନ୍ତୁ ମାଘମାସର ହାଡଭଙ୍ଗା ଶୀତ ଏଠି ଜୀବନକୁ ଅତ୍ୟନ୍ତ ଯନ୍ତ୍ରଣାମୟ କରିଦିଏ । ଶୀତଦିନ ଆସିଲା ମାନେ ଗଳି କନ୍ଦି ବାଟଘାଟରେ ନିଆଁ ପୁହିଁବା ପାଇଁ ଆବାଳ ବୃଦ୍ଧବନିତା ସମସ୍ତଙ୍କର ଭିଡ ଜମେ । ପୁଣି ଅଦା ପକା ଚା' ତିଆରି କରୁଥିବା ଟୁକୁ ଭାଇନାର ଦୋକାନ ଆଗରେ ପ୍ରବଳ ଭିଡ ଜମେ ।


ସତ କହିବାକୁ ଗଲେ ବହୁତ କଷ୍ଟ ହୁଏ, ସକାଳୁ ଉଠି ନିତ୍ୟ କର୍ମ ସାରି ନିଜ କାମ ପାଇଁ ବାହାରିବାଟା ଅତ୍ୟନ୍ତ କଷ୍ଟଦାୟକ । ଆମ ଭଳି ଯୁବକ ଯୁବତୀଙ୍କ କଥା ଗୋଟେ ଅଲଗା ପ୍ରକାର କିନ୍ତୁ ବୁଢା ବୁଢୀ ମାନଙ୍କ ପକ୍ଷେ ଏହି ଶୀତକୁ ସହିବା ଅତ୍ୟନ୍ତ କଷ୍ଟକର । ରାଉରକେଲାରେ ଯିଏ ରହିଛି ସେ ଜାଣିଛି ରାଉରକେଲା ସହ ଶୀତର କେମିତିକା ସମ୍ପର୍କ ଓ ଏଠାରେ ରହୁଥିବା ଲୋକଙ୍କର ଅବସ୍ଥା କଣ ହୁଏ । ହାତ ଓ ପାଦ କାଲୁଆ ହୋଇଯାଏ ଯେପରି ଲାଗେ ଶନିପାତ ମାଡିଵସିଛି । ପୁଣି ଶୀତ ସକାଳରେ ସକାଳୁ ଗାଧେଇବା କଥା ମନେ ପଡିଗଲା ବେଳକୁ ଦେହ ଥରି ଉଠୁଛି | ତଥାପି ଏଇ ମନ ଓ ପ୍ରାଣ ରାଉରକେଲାର ଶୀତରେ ନିଜକୁ ହଜେଇ ଦିଏ । କେହି କେହି ଏଇ ରାଉରକେଲା ଶୀତର ଭରପୁର ଆନନ୍ଦ ଉଠେଇଥାନ୍ତି ଆଉ ପୁଣି କାହା ପାଇଁ ଏହା ଯନ୍ତ୍ରଣାର ଏକ ଭିନ୍ନ ପରିଭାଷା ପାଲଟି ଯାଏ।


Rate this content
Log in

Similar oriya story from Abstract