STORYMIRROR

Dr Jharana Satapathy

Children Stories Others

2  

Dr Jharana Satapathy

Children Stories Others

ଭାରତ ମାନଚିତ୍ର

ଭାରତ ମାନଚିତ୍ର

1 min
574


ମୁଁ ଏନ୍ ଆର୍ ଟିସ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ।ସପ୍ତମ ଶ୍ରେଣୀ ଏନ୍,ଆର୍,ଟିସ୍ ପରୀକ୍ଷାରେ ଭାରତମାତାର ଏକ ମାନଚିତ୍ର ଆଙ୍କିବାକୁ ପ୍ରଶ୍ନ ପଡିଥାଏ।


ସବୁ ପରିକ୍ଷାର୍ଥୀ ଆମେ ଭାରତମାତାର ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିଥାଉ। ସେ ସମୟରେ ଆମ ପରିକ୍ଷା କେନ୍ଦ୍ରର ଏକ ଚାଲାକ ପରିକ୍ଷାର୍ଥୀର ନଜର କାନ୍ଥରେ ଟଙ୍ଗା ଯାଇଥିବା ଏକ କୁନି ମାନଚିତ୍ର ଉପରେ ପଡି ଯାଇଥିଲା।ତାକୁ ଦେଖି ଦେଖି ସେ ଆରାମ ସେ ଭାରତ ମାତାର ସୁନ୍ଦର ମାନଚିତ୍ର ଆଙ୍କିଦେଲା। କାନ୍ଥରେ ଥିବା ମାନଚିତ୍ରକୁ ଦେଖି ଅନ୍ୟମାନେ ସୁବିଧାରେ ଆଙ୍କିଦେଲେ ମାନଚିତ୍ରଟିକୁ ।କିନ୍ତୁ ମୋ ଆଖିର ଦୂରଦୃଷ୍ଟିର ଅସୁବିଧା ହେତୁ ମୁଁ ନଜର କଲେ ମଧ୍ୟ ତାହା ଦେଖା ଯାଉ ନଥିଲା।ମୁଁ ନିଜେ ନିଜେ ଭାରତ ମାତାକୁ ଚିନ୍ତା କରି ଭାରତ ମାତାର ସୁନ୍ଦର ମାନଚିତ୍ରଟି ସ୍ବହସ୍ତରେ ଆଙ୍କି ଦେଇଥିଲି। 


ଆଜିକାଲି ବହୁପିଲା ଏତେ ପାଠସାଠ ପଢି ଭାରତମାତାର ମାନଚିତ୍ରଟିଏ ଆଙ୍କିବାକୁ କହିଲେ ଆଙ୍କିପାରନ୍ତି ନାହିଁ।ସତରେ ଏହା ଲଜ୍ଜାକର କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍