ଗେଟ୍ ଲଷ୍ଟ୍
ଗେଟ୍ ଲଷ୍ଟ୍
1 min
7.4K
☆☆☆ ଗେଟ୍ ଲଷ୍ଟ୍ ☆☆☆
ମୋତେ ଜଣାଥିଲା, ଥରୁଟିଏ ନୁହେଁ ତା' ଫୋନ୍ ବାରମ୍ବାର ଆସିବ । ସେଇ ଏକା କଥା ଦୋହରାଇବ ।
- ବୁଝିବାକୁ ଚେଷ୍ଟା କର । ଅଜାଣତରେ ଭୁଲ୍ ହୋଇଗଲା । ଶେଷଥର ପାଇଁ ମାଫ୍ କରିଦିଅ । ବହୁତ୍ ଭଲପାଉଛି ତୁମକୁ । ଆଉଥରେ ସୁଯୋଗ ଦିଅ । ତୁମ ବିଶ୍ବାସ - ଭରସାରେ ରହୁଥିବି ସବୁବେଳେ । ଏମିତି ଦୂରେଇ ଦିଅନି । ପ୍ଲିଜ୍...... ପ୍ଲିଜ୍..... ।
- ମୋତେ ଏୟା ବି ଜଣାଥିଲା ଯେ ଫୋନ୍ କାଟିବା ପୂର୍ବରୁ ମୋର ସଂକ୍ଷିପ୍ତ ଉତ୍ତର ଥିବ -" ଗେଟ୍ ଲଷ୍ଟ୍ । "
--- ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ୯୪୩୭୬୩୧୭୧୯