Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani charan Mishra

Others

2  

Bhabani charan Mishra

Others

ଆଇ ଲଭ ୟୁ

ଆଇ ଲଭ ୟୁ

3 mins
1.9K


-ହେଇ..ତୁମେ ସତରେ ଆସିଛ..ମୋ ରାନୀ..? ବିଶ୍ବାସ ହଉନି..!

-ତୁମ ବିନା ମୁହୁର୍ତ୍ତେ ବି ବଞ୍ଚି ହଉନି ମୋ ରାଜା..।

-ତା ତ ଠିକ୍ ଯେ..ଏଇ

ସନ୍ତୋଷ ହରି କି ଭଗବାନ୍

କାଳ ଶତ୍ରୁ.. କେହି ଜଣେ ବି ନଥିଲେ ନା କଣ..?

-ନା ସେ ସନ୍ତୁ ମାଷ୍ଟ ଟୁସନ୍ ପଳେଇ ଗଲା..ହରି ବୋଧେ ଆଜି ସକାଳୁ ଗାଁରେ ନାହିଁ..। ଏ..ଇ ସେ ହରି ଟାକୁ ଦେଖିଲେ ନା ମୋତେ ସତରେ ଭାରି ଡର ମାଡୁଛି..ଯୋଉ କଟ ମଟ୍ କରି ଅନେଇବ ନା..ସତେ ଯେମିତି ମୁଁ

ମ..ଡ୍ର ଟେ କରିଦେଇଚି ଆଉ ..!

ଆଖି ବାଟେ ସତେ କଞ୍ଚାରେ ଖାଇଯିବ ଯେମିତି...

ଏମାନେ କାହିଁ ଆମ ପିଛା ପଡିଛନ୍ତି ଜମାରୁ ବୁଝି ହଉନି..

ଏବେ ଆମର ସମିୟ ଚାଲିଛି ଆମେ ଟିକେ ଖୁସି ବାସି ହବୁନି ନା..?

ଆମେ ପିଲା ହେଇଥିଲୁ ବୋଲି କଣ ଜାଣିନୁ କୋଉ ପିଙ୍କି ପଛରେ ଏମାନେ ବି ମରୁଥିଲେ ଦିନେ..ହାରେ ଫେସେବୁକ୍ ରେ ହଇଚଇ ପରା..ଏବେ ସତୀଆ ଦେଖଉଛନ୍ତି..

ବଅସ ଗଡିଗଲା ଆଉ ଆମ ବେଳକୁ ବନିଗଲେ ଗାଁ ଭଦ୍ରନୋକ..ଭଗିଆ ଭାଇ କଥା ଅଲଗା ଯା ହେଲେ ବି ସିଏ ସମ୍ପର୍କୀୟ ପି..ସା ପୁଅ..ବୟସରେ ମୋଠୁ ଢେରେ ବଡ ..ହେଲେ ବି ତା ଆଖିରେ ମୋ ପ୍ରତି ଭଉତୁ ଲୋଭ ରହିଚି .. ମୁଁ ଜାଣିବିନି ନା କଣ.. ? ହେଇ ଜାଞ୍ଚ

କିଏ ଯଦି ମୋ ନାଁ କହନ୍ତା ନା ' ଚଟକି ରାଜି ହେଇ ଯାଆନ୍ତା ବାହା ହବାକୁ..!

-କଥା ଯାଇ ପକଉଚି ତା ହେଲେ..!

- ଉଁଃ..ବଦମାସ୍..କୋଉଠି କାର..। ତମର କଣ ଯାଏ ଯେ..? ଏବେ ତ ପିଛା ଛୁଡେଇବା ଯୋଜନାରେ ଅଛ ନା ..ସେ ବୁଢା ହାଇଦ୍ରାବାଦି..ମୋତେ ଆଉ ଟୋକା ମିଳିବେନି ନା..ଯାଉନ..।

ଏଇ ତମେ କଣ ସତରେ ମୋତେ କେବେ ବାହା ହବନି..? ମୋ ରାଣ..କାହିଁ ମୋ ମୁଣ୍ତ ଛୁଇଁଲ..!

- ହେ..ଇ ରାନୀ..ଏତେ ଦୂର ରେ କାହିଁକି ଯେ..? ଏତେ ଦିନରେ ଏତେ କଷ୍ଟରେ ଭେଟ ହେଇଛେ ଯେତେବେଳେ..ଆସନା ଟିକେ ପାଖକୁ..।

-ମୋତେ ଡର ମାଡୁଛି କାଳେ...

-ଆଃ..କାଳେ ଗୋଟେ କଣ..? ଏତେ ଡରିଲେ ହବ ମୋ ରାନୀ ..ଏଇ ତୁମେ ଏମିତି ଥରୁଛ ଯେ..କଣ ଭୟ ଲାଗୁଛି କି..?

ଆରେ ଅାସ..ମୁଁ ପା ଅଛି ..!

-ସେଇ ତ ତୁମେ ଅଛ ବୋଲି ତ ଡରୁଛି କାଳେ..କିଏ..

- ଦେଖ..ରାନୀ ଦେଖ କେତେ ତୋଫା ଜହ୍ମ ଆଜି ଆମେ ମିଶିବା ବୋଲି..।

-ରା..ଜା ଏଇ ଚିକ୍ ମିକିଆ ରାସ୍ତା ଟା ସତରେ ଯଦି ଜହ୍ନ ଆଡକୁ ଲମ୍ବି ଥାଆନ୍ତା ନା ଦୁହେଁ ହାତ ଧରା ଧରି ହେଇ ଆଜି ନିଶ୍ଚେ ଜହ୍ନ କୁ ପଳେଇ ଯାଆନ୍ତେ.. । ଆଉ ଏଇ ତିନି ବୁଢା ମାଙ୍କଡ ଏଠି ବସି ଗଞ୍ଜଇ ଫୁଙ୍କୁ ଥାଆନ୍ତେ ନୋହିଲେ ବସି ବସି ମାଳା ଜପୁଥାନ୍ତେ..

ଯା..ଯା..ତମ...............।

ବାଡିପଡେ...!!!

-ହେଇ ଚୁପ୍ ରୁହ ଚାଲ ସେଇ ଭଙ୍ଗା ଘର ପାଳଗଦା ପଛକୁ..ଏମାନେ ବୋଧେ ଆମକୁ ହିଁ ଖୋଜୁଛନ୍ତି....?

-ଆଛା ଏମାନେ କେମିତି ଜାଣୁଛନ୍ତି ଯେ ଆମେ କୋଉଠି କେବେ କଣ କରୁଛୁ..?

-ଆରେ..ଜାଣିବେନି ନା..ରାତି ଦିନ..ଇସ୍କୁଲ୍ ଟୁସନ୍ ଖାନା ପିନା ଶୋନା ଘର ଦ୍ବାର ପିଲା କୁଟୁମ୍ବ ଛାଡି ପରା 24 ଘଣ୍ଟା ଖାଲି ଫେସ୍ ବୁକ୍ ଟାକୁ ହରିନାମ କରି ଜପି ବସି ଥାଉଛନ୍ତି । ଅଧିଆ ପଡିଛନ୍ତି ଫେସ୍ ବୁକ୍ ରେ.. । ଆରେ ତୁମେ ଜାଣିନ.. ନା .. ? ରାତି ତିନିଟାରେ ଲାଇକ୍ ମାରୁନ କମେଣ୍ଟ କରିବେ....ୟାଙ୍କ ବଡ ଭାଇ ପରା କଣ୍ତୁରୀ ମାଷ୍ଟେ....ଜାଣିଚ 12 ଭାଇ 6 ଭଉଣୀ ଅଛନ୍ତି ୟାଙ୍କର..

ସେଠି ହେଡ ମାଷ୍ଟ ଅମରେନ୍ଦ୍ର କର । ମନୋଜ ଗୋଟେ ଭାବୁଚୁ...କି..? ଦି.ଦି.ଟା ପା ଅଛନ୍ତି..ଗୋଟେ ମିଶ୍ର କୁ ଆଉ ଗୋଟେ ପଧାନ..ପ୍ରର୍ମୋଦ ପୁଲିସି ସିଏ ବି ୟାଙ୍କ ଭାଇ..ନା..। ଭାସିଆ ନୀଳ ଦି ଟା ଲୋକ ହେଲେ ଗୋଟେ ହୁର୍ଦୟ ..ରେ ଚଳି ଯାଉଛନ୍ତି...ଭାସିଆ..ଇ ..ସିଏ ବି ଗୋଟ ମାଷ୍ଟ୍ର..

ନା ଜାଣିନ..? ନୀଳ..ତାଙ୍କ ପଖରେ..ରୁହନ୍ତି..। ରମେଶ..କୁନା ନିର୍ମଳ ଏସବୁ ଦଳର ନିରୀହ ପ୍ରାଣୀ..ଆଉ ତାଙ୍କ ଅପା ମାନେ ନଣନ୍ଦ ପୁଟୁଳୀ ଲୋଭରେ ଖାନା ପିନା ଛାଡି ବସିଛନ୍ତି ଯାହା ଏ ଜନ୍ମରେ ସେମାନଙ୍କ ଭିତରୁ କୋଉ ଜଣେ କୁ କେବେ ବି ମିଳିବାର ନାହିଁ....ଟିକିଲି ଗୋଟେ କିଏ କାହାକୁ ଦେଲାଣି..ନାଁ ଟାକୁ ଭାଇ ସମସ୍ତେ ସମସ୍ତେ ଜଣେ ଜଣେ ହାଡ ଗିଳା ପା..ଟି..।

-ହେଇ ଚୁପ୍ ସେମାନେ ପାଖକୁ ଆସିଲେଣି..।

-ଚୁପ୍ ଚାପ୍ ଦେଖେ ସେମାନେ କାଳେ ନଦୀକୁ ଯାଉଥିବେ..ଚିକେନ୍ ଭୋଜି ପଡିଗଲେ ମରିବା ଜୀଈଁବା ନ ଜାଣି ରୁନ୍ଧି ଦେଇଯିବେ....

ଦେଖିବ ଏମିତିରେ ସତରେ କୋଉ ଦିନ ମରିବେ ଏମାନେ..।

ହଁ ସେମାନେ ନଦୀ ରାସ୍ତା ରେ ଓହ୍ଳେଇ ଲେଣି..

-ମୋତେ ତ ସେ ରଇଜଳା ମିଶ୍ର କୁ ଦେଖିଲେ..ନା ବେଶି ରାଗ..ଚଢୁଛି..। ସେ ଭୁବାନୀ ବା...ଏମାନେ ସବୁ କବି ନା କୋବି ..ଗଞ୍ଜୁଡୁ ଦଳ..

ଦେଖୁନ 45 ବର୍ଷ ରେ ଲେଖୁଚି..

" ରିମ୍ ଝିମ୍ ୟେ ବର୍ଷା ପାନି..

ତମ କୋଉଠୁ ପଡିଲା ଝରି "..

ମୋତେ ତ ତା ମୁଣ୍ତ ଆଡୁ ନିଆଁ ପକେଇ ଦବାକୁ ଇଛା ହଉଚି..।

-ଆରେ ସେ କଥା କଣ କହୁଛ ମୁଁ ଏଠି ଏବେ ଯଦି ତୁମକୁ ଖାଲି I LOVE U ବୋଲି ପଦେ କହିଦେବି ନା..ତ ..ତା କାଲିର ଟାଇଟେଲ୍ ହବ I LOVE U ..ଦେଖିବ...। ସେ ଶଳାଟି ବୋଧେ କିଛି ଗବେଷଣା ଚଲେଇଛି..।

ଲାଗୁଛି ବୋଧେ ପ୍ରେମ ବିରହରେ

phd ସାରିଛି ଏବେ ଖାଲି..Fld ଟା ବାକି ଅଛି..।

ମନେ ଅଛି ଗତ ଥର ମୁଁ ଯୋଉ କହିଥିଲି .."ରାନୀ ମୁଁ କଣ ଆଉ ସେଇ ମୁଁ ହେଇ ରହିଛି..ତୁମକୁ ଦେଖିଲା ପରେ"...।

ହେଇ..ଜାନୁ.......ସୁନୋ..ସୁନୋ...। ବାସ୍ ମୋ ଛାତିଟା

ଧଡକି ଗଲା ଶଃ ସକାଳୁ fb ରେ ଗୋଟେ..କବିତା ଲେଖି ପକେଇଚି..

" ମୁଁ ସେଇ ମୁଁ ହେଇ ରହିନି ମୋ ପ୍ରିୟା..

ତୁମେ ଥରେ ସ୍ମୃତି ତଳେ ଲୁଚିଗଲା ପରେ..।"

ହେଇ..ରାନି..ମୋ..ସୁନୁ..ମୋ..ଜାନୁ..ଏ......ସୁନୋ..ସୁନୋ..। ବଦ୍ ମାସ୍..।

ଆରେ ଇୟେ ଇ'ଠେ କୋ'ଠେ ଲୁଚି ଛପି ଶୁଣୁଥାଉଚି କି..ଆଉ..?

-ହେଇ ରାନି କାଲି.. I LOVE U ନା'ରେ ସିଏ ଗୀତ ଗପ ଯାହା ଲେଖୁଛି ଲେଖୁ..ତଥାପି ଥରେ ତ କହିଦିଅ..

-ଏଇ ତୁମେ ବି ମୋତେ କୁହ..ନା....

- ମୋ ରାନୀ..।

- ମୋ ରାଜା..।

- I LOVE U..***

.

॥ ଜୟ ଜଗନ୍ନାଥ ॥

bhabani charan mishra

mohana (gajapati )

9438187739


Rate this content
Log in