ସତ : ୭
ସତ : ୭
{୧}
ଦଶରାରେ ସଞ୍ଜବେଳା ବୁଲା , ଭାରି ମଉଜ ।
ରଙ୍ଗୀନ୍ ଏଲିଡି ଲାଇଟ୍ ସାଙ୍ଗକୁ ବାରମଜା , ଠେଲାପେଲା ।
ବାଃ! ମଜା ଆସିଯାଏ , ପରଛୁଆଁ !
{୨}
ଠିକ୍ ମେଢ ସାମ୍ନାରେ ମେଲୋଡ଼ି ।
'ନବମ ଶ୍ରେଣୀ ଝିଅଟା , ଛାତିକୁ ମୋ' ହର୍ଟ୍ କରୁଛି ' ,
ଗାଉଛନ୍ତି ଜଣେ ସୁନାମଧନ୍ୟ ଗାୟକ ।
ତାଳେତାଳେ ନାଚୁଥିବା ସେ ଚଉଦ ବର୍ଷିୟା ନବମୀ ଝିଅଟାର କାନତଳେ , ଆୟୋଜକ ଆସି ଧିରେ କହିଗଲେ -
- ଦେବୀମେଢ ଆଡକୁ ସବୁ ମୁହୋଁଉଛନ୍ତି । ତୋ' ନାଚରେ କେହି ହର୍ଟ୍ ହେଉନାହାଁନ୍ତି । ଟିକେ ବାଗେଇକି , ନୋଇଲେ ପଇସା କାଟିଦେବି କହିଦେଉଛି ।
{୩}
ଏଇତକ କଥାରେ ଝିଅଟା ଦେବୀରୁ ଦାନବୀ ହୋଇଗଲା ସାଙ୍ଗେସାଙ୍ଗେ ! ପାଗେଳିଙ୍କ ପରି ଏଇମିତି ଲଙ୍ଗୁଳି ଅଙ୍ଗିଭଙ୍ଗି କଲାଯେ' , ସବୁ ଭିଡ଼ , ମେଢଛାଡି ମେଲୋଡ଼ିମୁହାଁ ଛାଏଁ ହୋଇଗଲେ ...!!!
@ ଅମିୟ