Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମଣିଷ ପଣିଆ
ମଣିଷ ପଣିଆ
★★★★★

© Kiran Mishra

Others

2 Minutes   135    4


Content Ranking

ଜୀବନରେ ଆନେକଗୁଡିଏ ସ୍ମତି ରହିଥାଏ।ସେଥିରୁ ଗୋଟିଏ ଗୋଟିଏ ଘଟଣା ରେଖାଙ୍କିତ ହୋଇ ସାରାଜୀବନ ମନେରହିଯାଏ।ସେହିପରି ଗୋଟିଏ ସ୍ମରଣୀୟ ଘଟଣା ୧୯୯୩ ମସିହାରେ, ଆମ ପରିବାରେ ଘଟିଥିଲା।ସେତେବେଳେ ମୋ ଭିଣୋଇ ପୋଲସରା ଡାକ୍ତରଖାନାରେ ଭେଷଜ ବିଶେଷଜ୍ଞ ଥିଲେ।କାଳୀ ପୂଜା ସମୟ ,ନାନୀ ଓ ପିଲାମାନେ ଭଦ୍ରକରେ ଥାନ୍ତି, ଭିଣୋଇ ଏକୁଟିଆ ପୋଲସରାରେ ରହୁଥିଲେ। କାଳୀପୂଜା ପୂର୍ବ ଦିନ ସନ୍ଧ୍ୟା ବେଳେ କିଛି ଷ୍ଟାପଙ୍କ ସହ ବସି କଥା ହେଉଥାନ୍ତି,ହଠାତ୍ ଆସୁସ୍ଥ ଅନୁଭବ କଲେ ।କିଛିସମୟ ପରେ ବହୁତ ପରିମାଣରେ ରକ୍ତବାନ୍ତି ମଧ୍ୟ ହୋଇଗଲା।ଷ୍ଟାପମାନେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ନେଇଗଲେ। ସେଠାରେ ଡାକ୍ତର କହିଲେ ପେଟରେ ଆଲସର ଥିବାରୁ ରକ୍ତବାନ୍ତି ହୋଇ,ଶରୀରର ସମସ୍ତ ରକ୍ତ ବାହାରି ଯାଇଛି,ତେଣୁ ରକ୍ତଦେଲା ପରେ ଚିକିତ୍ସା ହେବ।

ତା'ପର ଦିନ ସକାଳୁ ଆମ ପରିବାରର ଲୋକ ବ୍ରହ୍ମପୁରରେ ପହଞ୍ଚିଗଲେ। ଡାକ୍ତର ସେମାନଙ୍କୁ ରୋଗୀକୁ ବଞ୍ଚାଇବାକୁ ହେଲେ ରକ୍ତ ସଂଗ୍ରହ କର ବୋଲି କହିଲେ।ନିହାତି ଚାରୋଟି ବ୍ଲଡର ଆବଶ୍ୟକତା ରହିଛି । ଭିଣୋଇଙ୍କର ବ୍ଳଡଗ୍ରୁପ ହେଉଛି ଏ-ନେଗେଟିଭ।ଯେଉଁ ଗ୍ରୁପ ଖୁବ କମ୍ ଲୋକଙ୍କ ପାଖରେ ଥାଏ।ବ୍ରହ୍ମପୁର ଡାକ୍ତରଖାନା ରେ ଦୁଇ ଜଣ ନିୟମିତ ରକ୍ତଦାତାଙ୍କ ଏହି ଗ୍ରୁପର ବ୍ଲଡ ଥାଏ। ଭାଇ ସେମାନଙ୍କ ଠିକଣା ଡାକ୍ତରଖାନାରୁ ନେଇ ଖୋଜବା ଆରମ୍ଭ କରି ଦେଲେ। ପ୍ରଥମ ଜଣକ ଜଣେ ବ୍ୟବସାୟୀ। ତାଙ୍କ ଘରେ ପହଞ୍ଚିଲା ବେଳକୁ ,ସେ ବ୍ୟବସାୟ କରିବାକୁ ଅନ୍ୟ ଗାଁକୁ ଚାଲି ଯାଇଛନ୍ତି। ସେ ସମୟରେ ଫୋନର ସୁବିଧା ନଥିଲା।ତେଣୁ ଅପେକ୍ଷା ବ୍ୟତିତ ଅନ୍ୟ ଉପାୟ ନଥିଲା।

ଦ୍ୱିତୀୟ ଜଣକ ବ୍ରହ୍ମପୁର ଜେଲର ଜଣେ କଏଦୀ, ଯେ କି ଗୋଟିଏ ମଣିଷ ମାରିଥିବା ଅଭିଯୋଗରେ ଦଣ୍ଡିତ ହେଉଥିଲା।

କଏଦୀ ଜଣକ ରକ୍ତ ଦେବାକୁ ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ତା'ଙ୍କୁ ଡାକ୍ତରଖାନା ଅଣାଗଲା ତା'ଠାରୁ ରକ୍ତ ସଂଗ୍ରର କରାଯାଇ

ଭିଣୋଇଙ୍କୁ ଦେଲାପରେ ବି ଡାକ୍ତର କହୁଥାନ୍ତି, ଶୀଘ୍ର ଆହୁରି ବ୍ଲଡ ସଂଗ୍ରହ କର। ଆମେ ଭୁବନେଶ୍ବର ଓ କଟକରେ ମଧ୍ୟ ଖୋଜି ସାରିଥାଉ,କୌଣସି ଯାଗାରେ ସେ ଗ୍ରୁପର ରକ୍ତ ନଥାଏ। ସେଦନି ବ୍ୟବସାୟୀ ଜଣକ ରାତି ନ'ଟାରେ ଘରକୁ ଫେରିଲେ।

ସ୍ତ୍ରୀଙ୍କ ଠାରୁ ଶୁଣିଲେ, ତା'ଙ୍କୁ କେତେକକୁ ଲୋକ ଖୋଜୁଥିଲେ,ଜଣେ ରୋଗୀଙ୍କର ନିହାତି ରକ୍ତ ଦରକାର ଏବଂ ରୋଗୀ ଜଣକ ଜଣେ ଡାକ୍ତର।

ଏକଥା ଶୁଣି ଲୋକଜଣକ କ'ଣ ଭାବିଲେ କେଜାଣି, ଡାକ୍ତରଖାନାରେ ଖୋଜିଖୋଜି ଆମ ଲୋକଙ୍କ ନିକଟରେ ପହଞ୍ଚିଲେ।ସେଦିନ ଆମ ପରିବାର ଓ ଚିକିତ୍ସା କରୁଥିବା ଡାକ୍ତର କେହିବି ଶୋଇ ନଥିଲେ। ସତେ ଯେମିତି କୌଣସି ଅଲୌକିକତାକୁ ଅପେକ୍ଷାକରି ରହିଥିଲେ।ଲୋକଟି ଆମ ପରିବାର ଲୋକଙ୍କ ପାଖରେ ପହଞ୍ଚି ଗଲାପରେ ସେମାନେ ଡାକ୍ତରଙ୍କ ପାଖକୁ ଦୌଡିଲେ ଏବଂ ଡାକ୍ତର ସଙ୍ଗେ ସଙ୍ଗେ ଆସି ରକ୍ତ ସଂଗ୍ରହକରି ଭିଣୋଇଙ୍କୁ ଦେଇଥିଲେ। ଦ୍ୱିତୀୟ ରକ୍ତ ଦେବାପରେ ,ଡାକ୍ତର କିଛି ପରିମାଣରେ ବିପଦ ଟଳିଯାଇଛି କହିଲେ।ତା'ପରଦିନ ଦୁଇଟି ବ୍ଲଡ ଭୁବନେଶ୍ୱର ରୁ ସଂଗ୍ରହ କରି ତା'ଙ୍କୁ ଦିଆଯାଇଥିଲା ।କିନ୍ତୁ ପ୍ରଥମ ରକ୍ତ ଦୁଇଟି ହିଁତା'ଙ୍କର ଜୀବନ ବଞ୍ଚାଇଦେଇଥିଲା।କିଛିଦିନ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇଥିଲେ।

ଯେଉଁ କଏଦୀ ଜଣଙ୍କ ରକ୍ତଦାନ କରିଥିଲେ ସେ ଜେଲରଙ୍କୁଅନୁରୋଧ କରି ଭିଣୋଇଙ୍କୁ ଦେଖିବାକୁ ଆସିଥିଲେ।ଭିଣୋଇଙ୍କୁ ମୁଣ୍ଡିଆ ମାରି କହିଲେ , 'ଜୀବନ ରେ କରିଥିବା ପାପ କିଛି ପରିମାଣରେ ଧୋଇ ଯାଇଥିବ'।ସେ ନିଜକୁ କ'ଣ ଭାବୁଥିଲେ କେଜାଣି, ଆମେ କିନ୍ତୁ ତାଙ୍କୁ ଜଣେ ଜୀବନ ଦାତା ଦୃଷ୍ଟିରେ ଦେଖୁଥିଲୁ।କୌଣସି ଦୁର୍ବଳ ମୁହୁର୍ତ୍ତରେ ହୁଏତ ସେ ଗୋଟିଏ ଭୂଲ କରିଦେଇଥିବେ,କିନ୍ତୁ ତାଙ୍କ ହୃଦୟ ଭିତରେ ନିଶ୍ଚୟ ଟିକିଏ ମାନବିକତା ଥିଲା।ସେଦିନ ସେ ଗୋଟିଏ ବୋତଲ ରକ୍ତ ଦେବାପରେ ମଧ୍ୟ ଆହୁରି ରକ୍ତ ନେବାପାଇଁ ଆନୁରୋଧ କରିଥିଲେ,କିନ୍ତୁ ଡାକ୍ତର ମନା କରିଥିଲେ।

ଦ୍ୱିତୀୟ ବ୍ୟକ୍ତି ସେ ବ୍ୟବସାୟୀ ଜଣକ ସେଦିନ ଯଦି 'କାଲି ସକାଳେ ଯିବି ବୋଲି 'ଭାବିଥାନ୍ତେ,ତାହେଲେ ପରିସ୍ଥିତି କିରୂପ ନେଇଥାନ୍ତା ,ଭାବି ହେଉନି। ତେଣୁ ବେଳେ ବେଳେ ଲାଗେ ଦୁନିଆଁରୁ ମଣିଷ ପଣିଆ ମରିନାହିଁ।ଏବେବି କେତେକଙ୍କ ହୃଦୟରେ ରହିଛି,ଆଉ ସେଇମାନଙ୍କ ପାଇଁ ଏ ସସାଂର ବଞ୍ଚିରହିଛି।

ଭିଣୋଇ ବ୍ୟବସାୟୀ କଏଦୀ

Rate the content


Originality
Flow
Language
Cover design

Comments

Post

Some text some message..