Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତିଳୋତ୍ତମା
ତିଳୋତ୍ତମା
★★★★★

© Karttik Chandra Sethi

Others Tragedy

3 Minutes   248    11


Content Ranking

- ଆଛା ମା' ତିଳ ! ନେ ନେ ,ଏଇ କିଛି ପୂଜା ସାମଗ୍ରୀ ନେଇ ଆସିଛି ।ତାକୁ ଟିକେ ରଖି ଦେ ତ ,ଆଲମିରା ରେ ।କାଲି ଗୋବିନ୍ଦପୁର ବାଳାଶ୍ରମରୁ ନଅ ଜଣ କୁମାରୀ କନ୍ୟାଙ୍କୁ ଅଣାଯାଉଛି...ଜାଣିଛୁଟି ?

-ଆଜ୍ଞା, ବାବା କାଲି "କୁମାରୀ ପୂଜା " ଅନୁଷ୍ଠିତ ହେବ । ଜିନିଷ ଗୁଡ଼ିକ କାଚ ଜାର୍ ରେ ଯଥା ସ୍ଥାନରେ ରଖି ଦେବୁ ...ଶୀଘ୍ର ଶୋଇଯା' ।ତେଣେ ଶୀଘ୍ର ଉଠିବାକୁ ପଡ଼ିବ । ସୁବର୍ଣ୍ଣପୁର ବିଧବାଶ୍ରମର ଚାରିକାନ୍ଥ, ଅଗଣା ,ଫୁଲ ବଗିଚା , ଗୋପୀନାଥ ଜୀଉଙ୍କ ମନ୍ଦିର ସବୁକିଛି ଆପଣେଇ ନେଇଥିଲା ବିଧବା ରମଣୀ ତିଳୋତ୍ତମାକୁ । କାଗଜରେ ରହିଥିବା କିଛି ସାମଗ୍ରୀକୁ ବାହାରି କରି ରଖୁଥିଲା ତିଳୋତ୍ତମା କାଚ ଜାର୍ ଭିତରେ ।ଏ ସବୁ କରି କାଗଜ ଗୁଡ଼ିକୁ ଡଷ୍ଟବିନ୍ ଭିତରକୁ ଫୋପାଡ଼ିକୁ ଯାଉ ଯାଉ ଅଟକି ଗଲା ସିଏ । ଓଡ଼ିଆ ହସ୍ତାକ୍ଷର ଖାତାରୁ ଫର୍ଦ୍ଦେ ।ଗୋଲ ଗୋଲ କରି ଲେଖାଯାଇଥିଲା ସେଥିରେ :-"ଥିଲେ ଥାଉ ପଛେ ଗୁଣ ହଜାର,ଚରିତ୍ର ନ ଥିଲେ ସବୁ ଅସାର ।" ଦଶବର୍ଷ ତଳର ଅପାସୋରା ସ୍ମୃତି ତାକୁ ଘାଇଲା କରି ପକାଉଥାଏ । ସମୟର ଅଥଳ ପ୍ରବାହରେ ଦୁଇ ଦୁଇଟି ପଦବୀକୁ ଡେଇଁ ଏବେ ତୃତୀୟଟି ମିଳିଛି । ପ୍ରଥମଟି ସବୁଠାରୁ କଷ୍ଟପ୍ରଦ "ବୈଧବ୍ୟ" । ଦ୍ଵିତୀୟଟି ଆଶାବାଦୀ ହୋଇ ବଞ୍ଚିବାର ବିଫଳତା ଧୋକାର ବରଦାନ "ସ୍ଵାମୀ ପରିତ୍ୟକ୍ତା" । ଆଉ ଏବେ ପ୍ରଭୁ ଶରଣାଗତିରେ "ଆଶ୍ରମ ସେବିକା " । ରାତି ବହୁତ ହେଲାଣି ,ଯାଏଁ ...ଶୋଇଯିବି ।ସକାଳୁ ପୁଣି ଉଠିବାକୁ ପଡ଼ିବ । ତିଳ ଶୋଇବାକୁ ଗଲା କହିଦେଲେ କ'ଣ ନିଦ ମାଉସୀ ଆସିଯିବ ? ଚିନ୍ତାଶୂନ୍ୟ ହେଲେ ଯାଇ ନିଦ୍ରା ଦେବୀଙ୍କ କୃପାଲାଭ । ଯେତେ ଯାହା ହେଲେ ବି ଗୋଟିଏ କଥାକୁ ଭୁଲି ପାରୁ ନଥିଲା ସେ । ଭାବିଲା ବେଳକୁ ଶୋକ ଓ ଅନୁଶୋଚନାର ଜୁଆର ଲହଡ଼ି ଭାଙ୍ଗୁଥିଲା । ପ୍ରଥମେ ତା'ଜୀବନର ଏକମାତ୍ର ସ୍ଵାକ୍ଷର ଅଲିଅଳି କନ୍ୟା ସୁମନ ଓ ପରେ ପରେ ସ୍ଵାମୀ ଶେଖରକୁ ବି ହରାଇଲା । ଯୌବନର ଉତ୍ତାଳ ତରଙ୍ଗର ନିଶାରେ ଚୋରି ଚୋରି ପରକୀୟା ପ୍ରୀତିର ଆନନ୍ଦ ଉଠାଇବା ବେଳେ ସୁମନ୍ ଦେଖି ନେଇଥିଲା । ସୈତାନ୍ ରାକେଶକୁ ଯେତେ କହିଲେ ଶୁଣି ନଥିଲା , ମୁହଁରେ ତକିଆ ଜାକି ରଖି ଶେଷ କରିଦେଇଥିଲା ଝିଅଟାକୁ । ଗୋଡ଼ ଧରି ଯେତେ କାକୁତି ମିନତି କରିଥିଲି ,ଯୋଗିଣୀଖିଆ ଟିକେ ବି ଶୁଣି ନ ଥିଲା । ତ'ର ଗୋଟିଏ ମାସ ପରେ ଗୁଣ୍ଡା ଲଗାଇ ବାଇକ୍ ଏକ୍ସିଡେଣ୍ଟ କରାଇ ଶେଖରକୁ ବି । ଉପାୟହୀନ ହୋଇ ତାକୁ ଦ୍ଵିତୀୟ ପତି ଭାବି ରାକେଶ ପାଖରେ ରହିଲି ଯେ ସେ ଆଉ କୋଉ ସୁନ୍ଦରୀକୁ ପାଇ ଵର୍ଷେ ପରେ ମୁମ୍ବାଇକୁ ଚାଲିଗଲା । ଏଭଳି ଅକ୍ଷମଣୀୟ ଅପରାଧ ପାଇଁ କେହି ବି ତାକୁ କ୍ଷମା କରିବେ ନାହିଁ । ଶେଷ ଆଶ୍ରା ପ୍ରଭୁ .. । ଏଇ କାଗଜ ଟୁକଡା ଟିରେ ସୁମନ୍ ଦେଖାଯାଥିଲା ।ଅବିକଳ ତା'ରି ହସ୍ତାକ୍ଷର ପରି ଲେଖା ।କୁନି କୁନି ମୁହଁ ତାର ଝଲସି ଯାଉଥିଲା । ଆଖିରୁ ଅନବରତ ଅଶ୍ରୁ ଧାରା ରେ ବିଛଣା ତିନ୍ତି ଯାଇଥିଲା । କାନ୍ଦୁ କାନ୍ଦୁ କେତେବେଳେ ନିଦ ଆସି ଯାଇଥିଲା ଜାଣେନି ସେ । -ଉଠ ମା' ,ମୁଁ ଆସୁଚି ପରା କାହାର କୋମଳ ଡାକରେ ତିଳୋତ୍ତମାର ନିଦ ଭାଙ୍ଗି ଯାଇଥିଲା ଦିବସ ର ଶୁଭାଗମନରେ କୁମାରୀମାନେ ଠିକ୍ ସମୟରେ ପହଞ୍ଚି ସାରିଥିଲେ । ବସ୍ତ୍ର ପରିଧାନ ଓ ଅନ୍ୟାନ୍ୟ ଶୃଙ୍ଗାରରେ ତିଳ ନିଜେ ତତ୍ତ୍ଵାବଧାନ ନେଇଥିଲା । ପୂଜା ସମୟର ଦୃଶ୍ୟ ହୃଦୟ ବିଦାରକ ଥିଲା ।ତିଳୋତ୍ତମା ନିଜକୁ ରୋକି ପାରୁନଥିଲା । ଅସରା ଅସରା ଲୁହ ଗଡାଇ କାନ୍ଦୁଥିଲା ।ପାଗଳୀ ହୋଇଯାଇଥିଲା ଯେପରି । - ମୋତେ କ୍ଷମା କରିଦେ ,ମାଆ ମୋତେ କ୍ଷମା କରିଦେ ...ଜୋର୍ ଜୋର୍ ପାଟିରେ କହି ଚାଲୁଥିଲା ଏପରି ।ମୁଣ୍ଡ ଭୂଇଁରେ କୋଡ଼ି ପକାଉ ଥାଏ । ଲୋକେ ତାକୁ ଧରି ପକାଇଲେ ବି ଶୁଣୁ ନ ଥାଏ । ତା'ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଲା । ତିଳର ହୋସ୍ ନ ଫେରିବାରୁ ବାବା ହସପିଟାଲ ପଠାଇ ଦେଇଥିଲେ । ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଦେଲେ । ପରକୀୟା ପ୍ରୀତିର ଭୟାବହତାକୁ କେହି ବି ଜାଣିପାରିଲେ ନାହିଁ ।ସମାଜକୁ ଏ କଥାଟିକୁ କହିବା ପାଇଁ ତିଳ ଚାହୁଁଥିଲେ ବି ସେ ଅଶରୀରୀ ହୋଇ ସାରିଥିଲା । ତା'ର ଦୁଃଖ ଓ ଅନୁତାପର କାହାଣୀ ନିଶବ୍ଦ ହୋଇ ଶୂନ୍ୟରେ ମିଳାଇ ଯାଉଥିଲା ... ମନ ଚାହୁଁଥିବା ଦୁଷ୍କର୍ମର ସ୍ଵାଦ ଖୁବ୍ ମିଠା ଲାଗୁଥିଲେ ବି ପରକ୍ଷଣରେ ତା'ର ଭୟାବହତା ସମସ୍ତ ସଂପର୍କକୁ ଛିନ୍ନ କରି ଦିଗହରା କରାଏ ମଣିଷକୁ... ।

-ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ

ବାଲେଶ୍ଵର ଦୂରଭାଷ: ୬୨୮୧୬୯୫୮୯୨

ତିଳ ଡଷ୍ଟବିନ୍ ତିଳୋତ୍ତମା

Rate the content


Originality
Flow
Language
Cover design

Comments

Post

Some text some message..