Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

कार्त्तिक सेठी

Others Tragedy

2.4  

कार्त्तिक सेठी

Others Tragedy

ଅଜାଗା ଘା'

ଅଜାଗା ଘା'

3 mins
769


ନାରାୟଣ ମାଷ୍ଟ୍ରେ ଟେବୁଲ ଉପରେ ବସି ତାଙ୍କ ଭାବନାର ସୂତାଖିଅକୁ ଖୋଜୁଥିଲେ ।ଆଜି ଏ ରବିବାରଟା କାହିଁକି ଉଦାସ ଲାଗୁଛି ବୁଝି ପାରୁ ନ ଥିଲେ । ଗାଁରୁ ସହର ,ସହରରୁ ଗାଁ ବୁଲି ବୁଲି ଥକି ଯାଇଥିଲେ । ନୈତିକତାର ମାନ କେଉଁଠୁ ଦୁର୍ବଳ ହେଉଛି କାରଣ ଖୋଜୁଥିଲେ ସେ ।ପୁରୁଣା କଥାକୁ ଭାବି ଚାଲିଥିଲେ ସେ ।ଆଜି ପରି ମନେହୁଏ ସେଇ ଦିନ ଗୁଡ଼ିକ ।ଯେଉଁ ଦିନ ସେ ସହରରୁ ବଦଳି ହୋଇ ମିତ୍ରପୁର ଗାଁ କୁ ଆସିଥିଲେ ।

ସହରର ହାବ ଭାବ,ଛାଟ ଗାଁରେ ନ ଥିଲା,ହେଲେ ସରଳ ଗ୍ରାମବାସୀ ଙ୍କର ଆଦର ସମ୍ମାନ ତାଙ୍କୁ ମୁଗ୍ଧ କରିଥିଲା ।ସବୁଠୁ ବଡ଼ କଥା ହେଲା, ଏଠି ପିଲାମାନେ ପାଦ ତଳେ ମୁଣ୍ଡ ରଖି ଭୂମିଷ୍ଠ ପ୍ରଣାମ କରନ୍ତି ।ସହରରେ ଠିଆ ଠିଆ 'ନମସ୍କାର ସାର୍'। କିଏ କେମିତି ମୁଣ୍ଡ ନୁଆଇଁ ଚରଣସ୍ପର୍ଶ କରୁଥିଲେ ,ଯାହା ଘରେ ଯେମିତି ସଂସ୍କାର ଶିଖେଇ ଥାଆନ୍ତି । ଶେଷଦିନ ଗୁଡ଼ିକ ତାଙ୍କର ସେଇ ଗ୍ରାମ୍ୟ ପରିବେଷ୍ଟନୀରେ କଟିଥିଲା ,ଯାହା ଗାନ୍ଧିଜୀ କହିବା ଅନୁଯାୟୀ ଭାରତ ବର୍ଷର ଆତ୍ମା । ସ୍କୁଲ କ୍ୟାମ୍ପସ ଭିତରେ ତାଙ୍କୁ କ୍ୟାଟର୍ ମିଳିଥିଲା ।ହେଲେ ସେ ଏଠି ଏକା ରହୁଥିଲେ ପରିବାର ଠାରୁ ଦୂରରେ । ଦିନକର କଥା ।ରବିବାର ସକାଳ ପ୍ରାୟ ସାଢ଼େ ନଅଟା । ପରୀକ୍ଷା ନିକଟ ଥିବାରୁ ପିଲାମାନଙ୍କୁ କୋଚିଂ କ୍ଲାସ୍ ପାଇଁ ଡକା ଯାଇଥିଲା । କଳାପଟା ରେ ଗଣିତରାଣୀ ଘନ ଘନ ସୂତ୍ର ସମୂହକୁ ଢାଳି ଦେଉଥିଲା ପରି ଦମ୍ ରେ ଅଙ୍କ କଷା ଚାଲିଥାଏ । ପ୍ରଶ୍ନ ଉତ୍ତର ପ୍ରଶ୍ନ ...ଇତ୍ୟାଦି । ଧଳା କାର୍ ଟିଏ ସ୍କୁଲ ଅଗଣାରେ ଆସି ପହଞ୍ଚିଲା । କାର୍ ଭିତରୁ ସହର ରୁ ପ୍ରବୀଣ (ସାର୍ ଙ୍କର ପୁରୁଣା ଛାତ୍ର) ଓହ୍ଲାଇ ଆସିଲା । - ଠିଆ ଠିଆ 'ଗୁଡ୍ ମର୍ଣିଂ ସାର୍' । -ମର୍ଣିଂ, ଆସ ପ୍ରବୀଣ ...ଭିତରକୁ ଆସ କ୍ଲାସ୍ ପ୍ରାୟ ସରିବାକୁ ବସିଥାଏ, ପ୍ରବୀଣ ବାରଣ୍ଡା ଚେୟାର୍ ରେ ଅପେକ୍ଷା କରିଥାଏ । ଭୋଜି ପାଇଁ ନାରାୟଣ ସାର୍ ଙ୍କୁ ପ୍ରବୀଣ ତାଙ୍କ ଘରକୁ ନେବାପାଇଁ ଆସିଥିଲା ।ପରେ ତାଙ୍କ ଘରକୁ ସେମାନେ ଚାଲିଗଲେ । ଆଜିର ଏଇ ଏକାନ୍ତ ନିର୍ଜନ ରବିବାର ରେ ଆଉ ଦୁଇଟି ରବିବାର ଢେଉ ପରି ବାଡେଇ ଯାଉଥିଲା ନାରାୟଣ ସାର୍ ଙ୍କର ମାନସ ପଟରେ । ଗୋଟିଏ ପ୍ରବୀଣ ର ଆଉ ଗୋଟିଏ ଗାଁ ରେ ରହୁଥିବା ଝିଅ ପ୍ରଭାତୀ ର । ପ୍ରଭାତୀର ବାପାଆସିଥିଲେ ସେଦିନ ଭୋଜି ପାଇଁ ସାର୍ ଙ୍କୁ ନେବାପାଇଁ । ସତ୍ୟ ନାରାୟଣ ପୂଜା ଥିଲା ସେଦିନ ।ଦିନ ତିନିଟାରୁ ତାଙ୍କ ଘରେ ପହଞ୍ଚି ସାରିଥିଲେ ସାର୍ ।ସନ୍ଧ୍ୟାରେ ପୂଜା ।ଆଠଟାରେ ପ୍ରସାଦ ସେବନ । ପହଞ୍ଚିବା ମାତ୍ରେ କାଠ ଚଉକିରେ ବସାଇ ସାର୍ ଙ୍କର ପାଦ ଧୌତ କାର୍ଯ୍ୟ ପ୍ରଭାତୀ ଭକ୍ତି ସହକାରେ କରିଥିଲା । ପାଦ ପ୍ରକ୍ଷାଳନ ପରେ ଶୁଖିଲା ଗାମୁଛାରେ ପାଦ ସେବା କରି ଆସନ କୁ ନେଇଯିବା ।ବିଦ୍ୟୁତ୍ ଚାଲିଯିବା ପରେ ମୁଣ୍ଡ ପାଖରେ ହାତ ବିଞ୍ଚଣାକୁ ନିଜେ ତାର ମାଆ ବିଞ୍ଚି ଦେଉଥିଲେ ।ପ୍ରଭାତୀ ସରବତ ତିଆରି କରି ଆଣି ଧରାଇଦେବା ଆଦି ସଂସ୍କାରୋଚିତ ଉଦାରବାଦୀ ଦୃଶ୍ୟ ନିକଟରେ ସହରୀ ସଭ୍ୟତା ର ସମସ୍ତ ଆତିଥ୍ୟ ପରିପାଟୀ ହାରି ଯାଉଥିଲା । ସେଦିନ ର ସେହି ପ୍ରସାଦ ସେବନର ସ୍ମୃତି କୋଉ ମାଉଁସ ଭାତରେ ନାହିଁ । ନିଜ ଘରର ଅସଜଡା ସଭ୍ୟତା ଓ ସଂସ୍କୃତିକୁ ଦେଖି ଏଇ ଅବସର ଜୀବନର ସବୁଥାଇ ନ ଥିବାର ଖାଁ ଖାଁ ବେଳାରେ ନାରାୟଣ ମାଷ୍ଟ୍ରେ ତଉଲି ଚାଲୁଥିଲେ ସହରୀ ଓ ଆଦର୍ଶୋଚିତ ଗ୍ରାମ୍ୟ ଜୀବନର ତରଙ୍ଗକୁ । ସେଇମିତି ସଭ୍ୟତାର ରଙ୍ଗରେ ରଙ୍ଗେଇବାକୁ ଚାହିଁଲେ ବି ମଡର୍ଣ୍ଣ ଦୁନିଆ ମାନିବାକୁ ନାରାଜ । କାନ୍ଥରେ ଝୁଲୁଥିବା ଲଡ୍ଡୁ ଗୋପାଳଙ୍କ ଫଟୋ ଦେଖି ପ୍ରଭାତୀ ଗାଉଥିବା ଭଜନକୁ ମନେ ପଡିଗଲା । ତାଙ୍କ ଅଜାଣତରେ ଆଖି କୋଣରୁ ଦୁଇ ଟୋପା ଲୁହ ଝରି ଆସିଥିଲା । ସେ ଗୋପାଳଙ୍କୁ କହି ଚାଲିଲେ - ଗୋପାଳ ! ସବୁବେଳେ ତ ହାତରେ ମିଠା ଧରିକି ଖାଉଛ ।ଏଥର ମୋତେ ତୁମ ପାଖକୁ ନେଇ ଯିବାର ମିଠାଇ ଖୁଆଇଦିଅ..ପ୍ରଭୁ ! ଆଉ ସହି ହେଉନି ପ୍ରଭୁ , ମୋ ସଂସ୍କୃତି ର ଅବକ୍ଷୟ ପୀଡା ଆଜି ମୋ ପାଇଁ "ଅଜାଗା ଘା' ପରି ଲାଗୁଛି ।

-ଚଉମୁଖ, ବାଲେଶ୍ଵର


Rate this content
Log in