Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଜିପିଏସ୍ ଟ୍ରାକର୍

ଜିପିଏସ୍ ଟ୍ରାକର୍

2 mins
7.7K


କୋଟି ନିଧି ପାଇଗଲା ପରି ଶ୍ରୀ ସଦାନନ୍ଦ ବାବୁ ଚିତ୍କାର କଲେ -

- ବାଃ ବିଜ୍ଞାନ! ବାଃ ବିଜ୍ଞାନ !

- ହେଃ! ସକାଳୁ କଁ ଗୋଟେ ପାଗଳାମି ମଁ ?

- ଚୁପ୍ ଚୁପ୍ । ଆବଶ୍ୟକତା ଉଦ୍ଭାବନର ଜନନୀ ।

- ସିଧାସଳଖ ହୁଅ କଉଚି ।

- ଶୁଣ! ଆମର କେତେ ଭୟ

ସାନା ଟ୍ୟୁସନ୍ ରୁ ଠିକ୍ ରେ ଫେରିବ କି ନାହିଁ ?

ସୋମ୍ ଏବେ କେଉଠିଁ ଅଛି ?

ତୁମେ ଏକୁଟିଆ ବାଟ ବଣା ହେଇଗଲ କି ?

ମୁଁ ଆଜି ରହିଗଲି କି ?

ହା ହା ହା

- ଯେ? କଁ ହେଲା ସେଠୁ ?

- ବିଜ୍ଞାନ ଆଣିଚି ଏଇ " ଜିପିଏସ୍ ଫ୍ୟାମିଲି ଟ୍ରାକର୍"

ନିଜନିଜର ମୋବାଇଲରେ ଡାଉନଲୋଡ କର । ସମସ୍ତେ ପରସ୍ପରକୁ ଆଡ୍ କରିଦିଅ । ଏବେ ପ୍ରତ୍ୟେକ ପ୍ରତ୍ୟେକଙ୍କ ଅବସ୍ଥିତି ଜାଣିପାରିବ । ଅଡୁଆ ହେଲେ ତୁରନ୍ତ ସାହାଯ୍ୟ କରିନେବ । ବାଃ ବାଃ ! ଟେନସନ୍ ଖତମ୍ ।

- ଆଁଆଁ ଆଁଆଁ ଆଁଆଁ????

.........

ବେଶ୍ କିଛି ସମୟ ରୁଦ୍ଧ ଦ୍ୱାର ବୈଠକ ଚାଲିଲା ମା-ପୁଅ-ଝିଅଙ୍କ ଭିତରେ । ଏତବେଳକୁ ସଦାନନ୍ଦ ବାବୁ ତିନିଟା ଖବରକାଗଜ ତନ୍ନତନ୍ନ ପଢି ନେଲେଣି।

ତିନି ହେଁ ଝାଳ ମାଳ ହୋଇ ସାମ୍ନାକୁ ଆସି କହିଲେ -

- ପାପା! ଏ ବକବାସ୍ ଆପ୍ ପାଇଁ ମୋ' ମୋବାଇଲରେ ସ୍ପେସ୍ ନାହିଁ । ସୋମ୍ ରୋକଠୋକ୍ କହିଦେଲା ।

- ପାପା! ଆଜିକାଲି ଝିଅ ପିଲାଙ୍କୁ ଏସବୁ ସୋସିଆଲ ଆପ୍ ରେ ବେଶି ଇନଭ୍ଲବ ହେବାକଥା ନୁହେଁ । ନିଜ ପର୍ସନାଲ୍ ରାଇଟ୍ସ୍ ସବୁ ଆଫେକ୍ଟେଡ୍ ହେଉଛି । ମୁଁ ତ ହ୍ୱଆର୍ଟସ୍ ଆପ୍ କୁ ବି ଯାଉନି । ମୋର ପରୀକ୍ଷା । ଏସବୁରେ ଟାଇମ୍ ଦେଇ ପାରିବିନି ।

- ଦେଖ ! ବୁଝିବାକୁ ଚେଷ୍ଟାକର । ଏସବୁ ନା ଗୋଟେ ଗୋଟେ ସଜ ମାଛରେ ପୋକ ପକାଇଲା ପରି ବ୍ୟବସ୍ଥା । ତୁମେ ଯେଉଁଠି ଯେମିତି ରହୁଛ ରୁହ ପଛେ , ମୁଁ ଏସବୁ ସାଇନ୍ସ କରି ପାରିବିନି । ମୋ' ବିପି ବଢିବ ଖାଲି ।

- ତୁମକୁ ବି ଅଡୁଆ ନା ???

ସଦାନନ୍ଦ ବିକଳରେ ପଚାରିଲେ , ସ୍ତ୍ରୀଙ୍କୁ ଚାହିଁ ।

- ଜାଇଁଲ! କିଛି ଜାଣିନେଲେବି କ'ଣ ଚୋପାଟେ ଛଡେଇ ଦେବ କଇଲ ????

ସବୁଥର ପରି ଏଥର ବି ଚୁପ୍ ରହିଗଲେ ଭଲ ଭାବିନେଲେ ସଦାନନ୍ଦ । ଛେଃ ! ଚୋପା ବିଜ୍ଞାନ !!!

ଅମୀୟ ବେଜ୍


Rate this content
Log in