Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଏଯାଏ ପରା କେହି ଜୁଟି ନଥିଲେ

ଏଯାଏ ପରା କେହି ଜୁଟି ନଥିଲେ

3 mins
7.6K


ପର୍ଶୁରାମ ପାଣି ସ୍କୁଟରରେ ଯାଉ ଯାଉ ପେଟ୍ରୋଲ୍ ପମ୍ପ ନିକଟରେ ବିଷ୍ଣୁ ବାବୁ ବିଷର୍ଣ୍ଣ ମୁହଁରେ ଠିଆ ହୋଇଥିବାର ଦେଖି ତାଙ୍କ ପାଖରେ ଗାଡ଼ି ଅଟକାଇ ପଚ଼ାରିଲା, " ସାର୍ ଏଠି କାହିଁକି ଏପରି ମନ ଦୁଃଖରେ ଠିଆ ହୋଇଛନ୍ତି l"

ପାଣିକୁ ଦେଖି ବିଷ୍ଣୁ ବାବୁଙ୍କ ବିଷର୍ଣ୍ଣ ମୁହଁଟା ପୁରା ଖୁସିରେ ଉତ୍ଫୁଲିତ ହୋଇ ଉଠିଲା l ସେ ହସ ହସ ମୁହଁରେ କହିଲେ, " ଆରେ ପାଣି, ତତେ ତ ମୁଁ ମନେ ମନେ ଖୋଜୁଥିଲି l ଯାହା ହେଉ ଠିକ୍ ବେଳାରେ ଦେଖା ହୋଇଗଲା l ମୁଁ ପରା ଏ ଯାଏ କିଛି ଖାଇନି ରେ l "

ପାଣି ଆଶ୍ଚର୍ଯ୍ୟ ହୋଇଯାଇ କହିଲା," ସାର୍ ଏ କି କଥା ? ଦିନ ଆସି ୧୧ଟା ବାଜିଲାଣି ଆପଣ ଏଯାଏ କିଛି ଖାଇ ନାହାନ୍ତି କାହିଁକି ?"

ବିଷ୍ଣୁ ସାର୍ ସ୍କୁଟର ପଛ ସିଟ୍ ରେ ବସିପଡ଼ି କହିଲେ," କେମିତି ଖାଇ ଥାଆନ୍ତି କହିଲୁ ? ଏ ଯାଏ ପରା କେହି ବି ଜୁଟି ନ ଥିଲେ l ଚ଼ାଲ୍ ଗୋଟେ ଭଲ ଜଳଖିଆ ଦୋକାନକୁ ଯିବା, ମୁଁ ଆଗ ଖାଇବି ତାପରେ ସାଙ୍ଗ ହୋଇ ଅଫିସକୁ ଯିବା l"

ପାଣି ବାଧ୍ୟ ହୋଇ ସେହି ପାଖରେ ଥିବା ଗୋଟେ ଜଳଖିଆ ଦୋକାନ ସାମ୍ନାରେ ସ୍କୁଟର ବ୍ରେକ୍ ମାରିଲା l

ବିଷ୍ଣୁ ସାର୍ ତରତର ହୋଇ ଜଳଖିଆ ଦୋକାନ ଭିତରକୁ ପଶିଯାଇ କହିଲେ, " ଆରେ ତୁ ଖାଇଛୁ ନା ନାଇଁ ? ଆସେ ସାଙ୍ଗ ହୋଇ ଖାଇବା l"

ପାଣି କହିଲା," ନାଁ ସାର୍ ମୁଁ ଏବେ ସଙ୍ଗେ ସଙ୍ଗେ ଘରୁ ଖାଇକି ଆସିଲି, ଆପଣ ଖାଆନ୍ତୁ l"

ବିଷ୍ଣୁ ସାର୍ ଆଉ କିଛି ନ କହି ବିଭିନ୍ନ ପ୍ରକାରର ଜଳଖିଆ ମଗାଇ ଖାଇ ଚ଼ାଲିଲେ l ତାଙ୍କ ଖାଇବା ଭଙ୍ଗୀରୁ ଜଣା ଯାଉଥିଲା ସେ ଖୁବ୍ ଭୋକିଲା ଥିଲେ ବୋଲି l

ପାଣି ଜଣେ ସ୍ୱଳ୍ପ ବେତନ ଭୋଗୀ ତଳିଆ କର୍ମଚାରୀ l କିନ୍ତୁ ବିଷ୍ଣୁ ବାବୁ ଜଣେ ଖୁବ୍ ଉଚ୍ଚ ପଦସ୍ଥ ଅଧିକାରୀ ଓ ସେ ମୋଟା ଅଙ୍କର ଦରମା ପାଆନ୍ତି l କିନ୍ତୁ ପାଣି ଜାଣେ ଏବେ ବିଷ୍ଣୁ ସାର୍ ଖାଉଥିବା ଜଳଖିଆର ବିଲ୍ ତାକୁ ହିଁ ଦେବାକୁ ହେବ l ପୂର୍ବରୁ ବହୁବାର୍ ଏମିତି ହୋଇଛି ମଧ୍ୟ l ସେ କେବଳ ଏକା ନୁହେଁ, ତାଙ୍କ ଅଫିସର ଅନ୍ୟ କର୍ମଚାରୀ ମାନଙ୍କ ଏପରି ଦଶା ମଧ୍ୟ ବହୁବାର ହୋଇଛି l

ଖରାବେଳେ ଲଞ୍ଚ୍ ପାଇଁ ଗଳେ ବିଷ୍ଣୁ ସାର୍ ଙ୍କ ହାବୁଡ଼ରେ ପଡ଼ିଯିବେ, ସେ ଭୟରେ କିଛି ତର୍ମଚ଼ାରୀ ଲୁଚ଼ିକି ପଳାନ୍ତି ମଧ୍ୟ l କାହାର ଯଦି ଭାଗ୍ୟ ଖରାପ ହୋଇଥିବ, ତାହେଲେ ଲୁଚ଼ିକି ଯିବାବେଳେ ପଛରୁ ବିଷ୍ଣୁ ସାର୍ ଡ଼ାକି ଦିଅନ୍ତି ଆଉ ସେ ତାଙ୍କୁ ହୋଟେଲରେ ନେଇ ଖାଦ୍ୟ ଖୁଆଇବାକୁ ବାଧ୍ୟ l ଦିନେ ଦିନେ ଅଫିସରେ ପହଞ୍ଚୁ ପହଞ୍ଚୁ ବିଷ୍ଣୁ ସାର୍ ଆଗୁଆ ବି କହିଦିଅନ୍ତି ଆଜି ଲଞ୍ଚ୍ ଦେବା ପାଳି କାହାର l ବିଷ୍ଣୁ ସାର୍ ଖାଇବାରେ ଖୁବ୍ ଓସ୍ତାଦ୍ l ନିଜ ପକେଟରୁ ଟଙ୍କା ଯିବାର ନଥିବାରୁ ସେ ମନଭରି ଖାଆନ୍ତି l ଥରେ ଅଫିସ୍ ର ସବୁ କର୍ମଚ଼ାରୀ ମିଶି ଭୋଜି କଲେ l ଉକ୍ତ ଭୋଜିରେ ବିଷ୍ଣୁ ବାବୁ କିଛି ପଇସା ଦେଇ ନଥିଲେ l ସବୁ କର୍ମଚ଼ାରୀଙ୍କ ବସ୍ ହୋଇଥିବା ହେତୁ ତାଙ୍କୁ ପଇସା ମାଗିବ ବା କିଏ ? କିନ୍ତୁ ସେ ଭୋଜିରେ ବହେ ଖାସି ମାଂସ ସହ କିଛି ମାଛ ମୁଣ୍ଡ ଏପରି ଭାବରେ ବିଷ୍ଣୁ ସାର୍ ଖାଇଲେ, ସେଦିନ ସଂଧ୍ୟାରେ କଟକ ବଡ଼ ଡ଼ାକ୍ତରଖାନାରେ ଆଡ଼ମିଶନ ହେଲେ l ପାଖାପାଖି ୧୫ ଦିନ୍ ଲାଗିଲା ତାଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଫେରିବାକୁ l ପ୍ରଥମେ ପ୍ରଥମେ ଅବସ୍ଥା ଏତେ ଗୁରୁତର ହୋଇଥିଲା , ସମେସ୍ତେ ଆଶା ବି ଛାଡ଼ିଦେଇଥିଲେ l

ଅଫିସରେ ଯାହାର ଫାଇଲ୍ କାର୍ଯ୍ୟ ହେବ ସେଥିପାଇଁ ମଧ୍ୟ ବିଷ୍ଣୁ ସାର୍ କିଛି ନିୟମ ଧାର୍ଯ୍ୟ କରିଛନ୍ତି l ହରେକମାଲ୍ ପରି ପ୍ରତି ଦସ୍ତଖସ୍ତର ମୂଲ୍ଯ ଦୁଇଶତ ଟଙ୍କା ଧାର୍ଯ୍ୟ କରିଛନ୍ତି l ଜଣଙ୍କ ଫାଇଲରେ ଯଦି ପାଞ୍ଚଟି ଦସ୍ତଖତ ଦରକାର ତେବେ ତାକୁ ଏକ ହଜାର ଟଙ୍କା ଦେବାକୁ ହୁଏ l ପାଣି ମଧ୍ୟ ପୂର୍ବ ରୁ ବହୁବାର ବିଷ୍ଣୁ ସାର୍ ଙ୍କ ଦସ୍ତଖତ ନେଇ ତା' ବାବଦକୁ ତାଙ୍କୁ ଟଙ୍କା ଦେଇଛି l

ଜଳଖିଆ ଖାଇ ସାରିବା ପରେ ଉଭୟ ସ୍କୁଟରରେ ବସି ଅଫିସକୁ ବାହାରିଲେ l ବାଟରେ ଯାଉ ଯାଉ ହଠାତ୍ ପାଣି ବିଷ୍ଣୁ ସାରଙ୍କୁ ପଚ଼ାରିଲା ," ସାର୍ ଆପଣଙ୍କର ଚାକିରୀରୁ ଅବସର ନେବାକୁ ଆଉ କେତେ ବର୍ଷ ଅଛି ? "

ବିଷ୍ଣୁ ସାର୍ ଖୁବ୍ ବିଷର୍ଣ୍ଣ ମନରେ କହିଲେ," କାହିଁକି ସେକଥା ପଚ଼ାରୁଛୁ - ଆଉ ବର୍ଷ କେଉଁଠି ଅଛି, ମୁଁ ପରା ଆଉ ଦୁଇ ମାସ ପରେ ଅବସର ନେବିରେ l "

ପାଣି ଆଉ କିଛି କହିବା ଉଚିତ୍ ହେବନି ବୋଲି ଚିନ୍ତାକରି ମନେ ମନେ ଭାବିଲା - ଏ ଶଳାଟା ଅବସର ନେବା ପରେ ଉପୁରି ପାଉଥିବା ଟଙ୍କା ଓ ଖାଦ୍ୟ ସବୁକୁ ଝୁରିଝୁରି ଖୁବ୍ ଶିଘ୍ର ନିଶ୍ଚେ ମରିଯିବ l

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l


Rate this content
Log in