Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Children Stories Inspirational Thriller

3  

Anita Jena

Children Stories Inspirational Thriller

ଗୌରା ଏବଂ ସାଧୁ ବାବା

ଗୌରା ଏବଂ ସାଧୁ ବାବା

4 mins
193



ଗୋଟିଏ ଗାଁ ରେ ଗୌରା ବୋଲି ଜଣେ କୃଷକ ରହୁ ଥିଲା। ଗୋୖରା ଥିଲା ଜଣେ ସଚ୍ଚୋଟ ଗୁଣର ବ୍ୟକ୍ତିତ୍ଵ । ପରିବାର କହିଲେ ତାର ବୁଢୀ ମା ଓ ତାର ପତ୍ନୀ । ନିଜ ର କିଛି ବିଲ ଥିଲା ସେଇଥିରେ ଚାଷ କରି ନିଜର ପରିବାର ପୋଶେ । ସତ୍ ଉପାୟରେ ଯେତିକି ହଉ ସେତିକି ଉପାର୍ଜନ କରିବାକୁ ସେ ଶ୍ରେୟ ମାନୁ ଥିଲା । ସକାଳୁ ସକାଳୁ ବିଲ କୁ ବାହାରି ପଡେ ଆଉ ସନ୍ଧ୍ୟା ବେଳେ ଘରକୁ ଫେରେ, ଦ୍ୱିପହର ସମୟରେ ବୁଢୀମା ତାର ବିଲ କୁ ତା ପାଇଁ ଖାଇବା ନେଇ ଯାଏ । 

    ଦିନେ ଗୈାରା ସହରକୁ ବାହାରିଲା ନିଜ କ୍ଷେତ ରେ କିଛି ଉନ୍ନତ ଧରଣର ମଞ୍ଜି ବୁଣି ବାକୁ ଆଣିବା ପାଇଁ । ସହର କୁ ଯିବାକୁ ହେଲେ ଗୋଟେ ଜଙ୍ଗଲ ପାରି ହେଇ ଯିବାକୁ ହେବ । ସକାଳୁ ସକାଳୁ ବାହାରି ପଡ଼ିଲା ଗୌରା, କିଛି ବାଟ ଗଲା ପରେ ସେ କିଛି ଶବ୍ଦ ଶୁଣିବାକୁ ପାଇଲା । କେହି ଜଣେ ଚିତ୍କାର କରୁ ଥିବାର ଶୁଣି ସେ ସେଇ ଆଡେ଼ ଯିବାକୁ ଲାଗିଲା । ଦେଖିଲା ଜଣେ ସାଧୁ ବାବା ଙ୍କୁ ଏକ ସର୍ପ ଦଂଶନ କରିଛି ଆଉ ସେ ତଳେ ପଡି ଛଟପଟ ହେଉଛନ୍ତି । ଗୌରା ସଙ୍ଗେ ସଙ୍ଗେ ସାଧୁ ଜଣ ଙ୍କୁ କାନ୍ଧ ରେ ପକେଇ ନିଜ ଘରକୁ ନେଇ ଆସିଲା ଆଉ ଦଉଡ଼ି ଯାଇ ବଇଦ ଙ୍କୁ ଡାକି ଆଣିଲା । ବଇଦ ଆସି ଠିକ୍ ସମୟ ରେ ଠିକ୍ ଚିକିତ୍ସା ଆରମ୍ଭ କରି ସାଧୁ ଜଣ ଙ୍କ ଦେହ ରୁ ସର୍ପ ର ବିଷ କୁ ବାହାର କରି ଦେଲେ । ସାଧୁ ଜଣଙ୍କ ସୁସ୍ଥ ଅନୁଭବ କରିବା ପରେ ଗୌରା ଆଉ ତାର ପତ୍ନୀ ସାଧୁ ଙ୍କ ପାଇଁ ଖାଇବା ପିଇବା ର ବ୍ୟବସ୍ଥା କଲେ ଆଉ ସାଧୁ ଜଣ ଙ୍କ ର ଖୁବ୍ ସେବା ମଧ୍ୟ କଲେ । 


   ସାଧୁ ଜଣ ଙ୍କ ନିଜ ଜୀବନ ବଞ୍ଚେଇବା ପାଇଁ ଆଉ ତାଙ୍କର ଏତେ ସେବା କରିବା ପାଇଁ ଗୌରା କୁ ଏକ ଉପହାର ଦେବା ପାଇଁ ଇଚ୍ଛା କଲେ । ନିଜ ମୁଣି ରୁ ଏକ କୁହୁକ ପଥର ବାହାର କରି ସେ ଗୌରା ଆଡକୁ ବଢେଇ ଦେଲେ ଆଉ କହିଲେ ଗୌରା ଏ ହଉଛି ଏକ କୁହୁକ ପଥର, ଏହାକୁ ତୁ ନିଜର ଓ ଅନ୍ୟ ମାନଙ୍କ ପାଇଁ ବ୍ୟବହାର କରି ପାରିବୁ । କିନ୍ତୁ ମନେ ରଖ କେବେଳ ସତ୍ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରିବୁ ଯଦି କେବେ ତୁ ନିଜର ସଚ୍ଚୋଟ ପଣିଆ ହରେଇ ଏହାକୁ ଅସତ୍ ଉପାୟ ରେ ବ୍ୟବହାର କରୁ ତାହେଲେ ଏହାର କୁପ୍ରଭାବ ତୋ ଉପରେ ଓ ତୋ ପରିବାର ଉପରେ ପଡ଼ିବ, ତୁ ବହୁତ୍ ଅସୁବିଧା ରେ ପଡିବୁ ।


   ସାଧୁ ଏହା ପରେ ସେଠାରୁ ବିଦାୟ ନେଇ ନିଜ ଆଶ୍ରମ କୁ ଚାଲି ଗଲେ । ଏପଟେ ଗୌରା ସାଧୁ ଙ୍କ କୁହୁକ ପଥର କୁ ଅତି ଯତ୍ନ ରେ ସହ ରଖି ଥାଏ । ତାହାର ଶକ୍ତି କୁ ଅଯଥା କୌଣସି କାମ ପାଇଁ ବ୍ୟବହାର କରିବାକୁ ସେ ଭାବୁ ବି ନ ଥାଏ, ଗରିବ ଲୋକ ଙ୍କୁ ସାହାଯ୍ୟ କରିବା, କିଛି ଭୋକିଲା ଲୋକଙ୍କୁ ଖାଇବା ପିଇବା ଦେବା ଏହି ସବୁ କାମ ପାଇଁ ସେ କୁହୁକ ପଥର କୁ ବ୍ୟବହାର କରୁ ଥାଏ । 


    ଦିନେ ତାର ବୁଢୀ ମା ତାର ପତ୍ନୀ କୁ କହିଲା - ଆଲୋ ମା ମୋ ଗୌରା ଟା ପିଲା ଟି ଦିନରୁ ଏମିତି ନିରୀହ , ଛନ୍ଦ କପଟ କିଛି ଜାଣେ ନାହିଁ । ଏଇ ଦେଖୁନୁ ତା ପାଖରେ ସେ ଯାଦୁ ଶକ୍ତି ଥିବା କୁହୁକ ପଥର ଅଛି ହେଲେ ନିଜ ପାଇଁ କେବେ ତାକୁ ବ୍ୟବହାର କରୁ ନାହିଁ । ଅନ୍ୟ ମାନଙ୍କୁ ସ୍ଵାଦିଷ୍ଟ ଖାଦ୍ୟ ଯୋଗାଇ ଦେଉଛି ହେଲେ କେବେ ସେ ଖାଦ୍ୟ ରୁ ବୁନ୍ଦା ଟିଏ ବି ନିଜେ ଖାଉ ନାହିଁ କି ଆମ କୁ ଦେଇ ନାହିଁ । ତୁ ଗୋଟେ କାମ କର ସେ କୁହୁକ ପଥର କୁ କିଛି ସୁନା ରୂପା ମାଗେ, ଆମେ ତାକୁ ଲୁଚେଇ କି ରଖିବା , ଏତେ ଦିନ ହେଲାଣି ସାଧୁ ଙ୍କ କଥା କଣ କାମ ଦେବ! ପ୍ରଥମେ ପ୍ରଥମେ ଗୌରା ର ପତ୍ନୀ ଅମଙ୍ଗ ହେଉ ଥିଲା କିନ୍ତୁ ବୁଢୀ ମା ଙ୍କ କଥା ଶୁଣି ସେ ବି କୁହୁକ ପଥର କୁ ସୁନା ରୂପା ହୀରା ଲୀଳା ସବୁ ମାଗିବା ଆରମ୍ଭ କରି ଦେଲା । ଏ ସବୁ ହେଉ ଥିଲା ଗୌରା ର ଅଜାଣତରେ । 


    ଧିରେ ଧିରେ ଗୌରା ର ଚାଷ କାମ ସବୁ ବାଧା ପ୍ରାପ୍ତ ହେଲା, ଦିନେ ଜମିଦାର ବାବୁ ଆସି ଗୌରା ଠୁ ତା ଜମି ଛଡେଇ ନେଲେ ଆଉ କହିଲେ ତୁମ ଜେଜେ ବାପା କରଜ ଟଙ୍କା ସୁଝି ପାରି ନ ଥିଲେ ସେ ବାବଦ କୁ ଏ ଜମି ଆଜି ଠୁ ମୋର । ଜମି ଖଣ୍ଡିକ ହରେଇ ଗୋୖରା ସମ୍ପୂର୍ଣ୍ଣ ଭାଙ୍ଗି ପଡି ଥାଏ । କିନ୍ତୁ ଧିରେ ଧୀରେ ସବୁ କିଛି ବଦଳି ବାରେ ଲାଗିଲା । ଦିନେ ହଠାତ୍ ତାର ବୁଢୀ ମା ଦେହ ବହୁତ୍ ଜୋର୍ ଖରାପ୍ ହେଲା ଯେତେ ଔଷଧ ପତ୍ର ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ଏପଟେ ଗୌରା ର ପତ୍ନୀ ବୁଝି ସାରି ଥାଏ କି ଏ ସବୁ ସେ କୁହୁକ ପଥର ଯୋଗୁ ହେଉଛି ସେ ନିଜ ଭୁଲ୍ ପାଇଁ ଗୌରା ଠୁ କ୍ଷମା ପ୍ରାର୍ଥନା କଲା । ହେଲେ ସେତେବେଳକୁ ଅନେକ ଦିନ ବିତି ସାରି ଥାଏ । ଗୌରା ଦିନେ ଖୋଜି ଖୋଜି ସାଧୁ ବାବା ଙ୍କ ଆଶ୍ରମ ରେ ପହଞ୍ଚିଲା ।ବାବା ଙ୍କୁ ସବୁ କଥା କହିଲା । ବାବା ତାକୁ କହିଲେ ତମ ସହ ବେଶୀ କିଛି ଅସୁବିଧା ହେଇନି କାହିଁକି ନା ତମେ ନିଜେ କେବେ ଏହାକୁ ଅସତ୍ କାର୍ଯ୍ୟ ରେ ଲଗେଇ ନାହଁ ତୁମ ଅଜାଣତରେ ତୁମ ପରିବାର ଲୋକ ଏହାକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଛନ୍ତି , ଏହା ଯୋଗୁଁ ଏବେ ତୋ ଜୀବନ ରେ ଅନେକ ଅସୁବିଧା ଆସିଛି । ଠିକ୍ ଅଛି ଏଇ ଔଷଧ ନେ ନିଜ ବୁଢୀ ମା ଙ୍କୁ ଖୁଆଇ ଦେବୁ ସେ ସମ୍ପୂର୍ଣ ଭଲ ହେଇ ଯିବେ ହେଲେ ତୁ କେବେ ଆଉ ସେ କୁହୁକ ପଥର କୁ ବ୍ୟବହାର କରି ପାରିବୁ ନାହିଁ । 

   ଗୌରା ସାଧୁ ବାବା ଙ୍କୁ ଧନ୍ୟବାଦ ଜଣେଇ ବିଦାୟ ନେଇ ଫେରି ଆସିଲା ଆଉ କହିଲା ବାବା ମୋର କୌଣସି ଅଲୌକିକ ଶକ୍ତି ଦରକାର ନାହିଁ ମୋର ନିଜ ଦକ୍ଷତା ଉପରେ ଯଥେଷ୍ଟ ଭରସା ଅଛି ମୁଁ ପରିଶ୍ରମ କରି ପୁଣି ଥରେ ନିଜର ଜମି ଫେରେଇ ଆଣିବି । ଏହା କହି ସେ ଫେରି ଆସିଲା ଆଉ ଦିନ ରାତି ପରିଶ୍ରମ କରି ଟଙ୍କା ରୋଜଗାର କଲା ଆଉ ଜମିଦାର ଙ୍କ ଠାରୁ ନିଜ ଜମି ଫେରେଇ ଆଣି ପାରିଲା । 

 ଏହା ପର ଠୁ ଗୌରା ଆଉ ତାର ପରିବାର ଖୁବ୍ ଖୁସି ରେ ରହିଲେ ।



Rate this content
Log in

More oriya story from Anita Jena