Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Children Stories

4.3  

Satyabati Swain

Children Stories

ଗୁଡ୍ ଵଏ

ଗୁଡ୍ ଵଏ

4 mins
574


ମୋତେ ଦେଖି ଆଭା ଖୁବ୍ ଖୁସି ହୋଇଗଲା।ଭଉଣୀଟିଏ ଶାଶୁଘରେ ତା ଭାଇକୁ ଦେଖିଲେ କୋଟି ନିଧି ପାଆନ୍ତି।ଆଭା ପୁଣି ମୋର ଅତି ଗେହ୍ଲା।ବାପା ମରିବା ବେଳକୁ ଆଭା ବାର ବର୍ଷର ହୋଇଥିଲା।ପାଞ୍ଚ ପିଲାଙ୍କ ଭିତରେ ସବୁଠାରୁ ସାନ।ତିନି ଭାଇ ଓ ଦୁଇ ଭଉଣୀ ଆମେ।ମୁଁ ସବୁଠାରୁ ବଡ଼।ଆଭା ମୋତେ କେବେ ମୋ ଭଉଣୀ ଲାଗେନି, ସେ ମୋତେ ମୋ ଝିଅ ଲାଗେ।


ଡୁଗୁ ଡୁଗୁ କହି ମୁଁ ଘର ଭିତରକୁ ଗଲି।ଅନେକ ଦିନ ପରେ ମୁଁ ଆଭା ଘରକୁ ଆସିଛି। ମୋ ଭଣଜା ଡୁଗୁ ଟି ଭାରି ନଟ୍ ଖଟ୍।ପାଖା ପାଖି ଆଠ ମାସ ହେବ ଆଭା ଘରକୁ ଆସି ନାହିଁ।ମିଲିଟାରି ସର୍ଭିସ ରେ ବ୍ୟକ୍ତିଗତ ଖୁସି ର ସ୍ଥାନ ନଥାଏ।ଦେଶ ପାଇଁ ଅହରହ ଚିନ୍ତା କରିବାକୁ ପଡେ।ବର୍ଷକ ରେ ଥରେ ଅଧେ ଘରକୁ ଆସିଲେ ସବୁ ବନ୍ଧୁ ବାନ୍ଧବଙ୍କୁ ଦେଖା କରିବାକୁ ହୁଏ।କିଏ ଜାଣେ ଶତ୍ରୁ ଗୁଳି ରେ କେତେବେଳେ ପ୍ରାଣ ଠୋ ହୋଇଯିବ।ହୁଏତ ଆରଥର କୁ ଜାତୀୟ ପତାକା ଘୋଡି ହୋଇ ଆସିବା ଭାଗ୍ୟ ନ ହେବ କିଏ କହିବ!


ଯେବେ ଆସେ ଆଗ ଆସେ ଆଭା ଘରକୁ।


ମୋତେ ଦେଖି ମୁଁ ଆଭା ଡାକିଲା ଡୁଗୁ ,ଏ ଡୁଗୁ ,ଦେଖେତ କିଏ ଆସୁଛନ୍ତି। ଡୁଗୁ କିଛି ଜବାବ ଦେଉ ନଥିଲା। ଆଭାକୁ ବୋଧେ ଖରାପ ଲାଗିଲା।"ଭାଇ କଣ ଭାବିବେ ! ମା ଏତେ ଥର ଡାକିଲେ ବି ଜବାବ ଦେଉନି ପୁଅ! " ।ତା ସ୍ୱର ଟିକେ ରାଗିଲା ପରି ଲାଗିଲା ମୋତେ।


ତା ମନ କଥା ପଢି ନେଇ ମୁଁ କହିଲି ପିଲା ଲୋକ।କେଉଁ ଖେଳରେ ମାତି ଯାଇଥିବ।ପିଲା ମାନେ ଖୁବ୍ କଳ୍ପନା ବିଳାସୀ। ବହୁତ କଥା ଭାବନ୍ତି।ଅନେକ ପ୍ରଶ୍ନ ତାଙ୍କୁ ବେଳେବେଳେ ହଇରାଣ କରନ୍ତି।ଜାଣିଲୁ ଆଭା ଆମେ ପିଲାଙ୍କୁ ଯାହା ଭାବୁ ସେମାନେ ଠିକ୍ ସେଇଆ ନୁହନ୍ତି।ଖୁବ୍ ସମ୍ବେଦନଶୀଳ ସେମାନେ।ଭାରି ସ୍ୱାଭିମାନି। ସାନ ଭାବି ଆମେ ସେମାନଙ୍କୁ ଏତେଟା ପ୍ରାଧ୍ୟାନ୍ୟ ଦିଅନ୍ତି ନାହିଁ।ତାଙ୍କ ମନ ବୁଝନ୍ତି ନାହିଁ।ସେମାନେ ବି ସମ୍ମାନ ଅପେକ୍ଷା ରଖନ୍ତି।


ଆମେ ବାପା ମା କେବଳ ନିଜ କଥା ଚିନ୍ତା କରୁ।ପିଲାଟି କହି ଅଣ ଦେଖା କରୁ ସେମାନଙ୍କୁ। ଆମ ଇଚ୍ଛା ଆମ ପସନ୍ଦ ସେମାନଙ୍କ ମୁଣ୍ଡରେ ନଦି ଦେଉ।ବୁଝିଲୁ ଆଭା ଭାରି ସ୍ବାର୍ଥ ପର ଏଇ ବାପା ମା ଗୁଡା। ସେମାନେ ଯାହା ହୋଇ ପାରି ନଥିବେ, ସେଇଟା ତାଙ୍କ ପିଲା ହୁଅନ୍ତୁ ବୋଲି ଆଶାଟିଏ କରି ବସନ୍ତି।ଫଳରେ କଣ ହୁଏ କହିଲୁ , ପିଲା ଅବସାଦ ଗ୍ରସ୍ତକୁ ବାପାମା ଡାଇବେଟିସ୍ ରୋଗୀ।ଟେନ୍ ସନିଆଁ ଜୀବନ।


ଓହୋ ଭାଇ କେତେ ଦିନ ପରେ ଆସିଛ କହିଲ? ମୋ ମୁହଁ ଦେଖି ଏତେ କଥା ପଢ଼ିଦେଲ?ତୁମେ ବସ ମୁଁ ତୁମ ଫେଭରିଟ୍ ଚା ଟିକେ ବନେଇ ଆଣେ।'ବିବୁଧ' ତ ଘରେ ନାହାନ୍ତି।ତୁମେ ଏକା କଣ ବସିବ ?ସେଥିପାଇଁ ଡୁଗୁକୁ ଡାକୁଥିଲି।ମାମୁଁ ଭଣଜା କଥା ହୋଇଥାନ୍ତ, ମୁଁ ରୋଷେଇ କରି ଥାଆନ୍ତି।ଏଇଠି ଥିଲା ପିଲାଟା କୁଆଡେ ଗଲା କେଜାଣି।


ହେଉ ତୁ ଯା ମୁଁ ଦେଖୁଛି।ବେଡ୍ ରୁମ୍ ରେ ନାହିଁ ତ ?


ବେଡ୍ ରୁମ୍ ଡୋର୍ ଆଉଜା ହୋଇଛି,ସେଠି ନଥିବ।ଯାଇଥିବ ବଗିଚା ଆଡେ।ଏ କରୋନା ପାଇଁ ସ୍କୁଲ ,ଟିଉସନ୍ ,ଖେଳ ସବୁ ବନ୍ଦ।ପିଲାଟା ଭାରି ମନ ଖରାପ କରୁଛି ଘରଟି ଭିତରେ ଏକୁଟିଆ ରହି।ମନ ହେଲେ ବଗିଚାରେ ଟିକେ ବୁଲେ, ବଲ୍ ଗଡାଏ।ଅବଶ୍ୟ ଚାରିଟା ବେଳେ ଏସବୁ କରେ।ଏବେତ ଦଶଟା ବାଜିଛି। ଦେଖୁନ ବହି ଖାତା ଖୋଲି ଏଇ ଡ୍ରଇଂ ରୁମରେ ତାକୁ ବସାଇ ଲାଟିନ ଯାଇଥିଲି।ପେଟଟା କାଇଁକି କାଲି ଠାରୁ କାଟି କାଟି ହେଉଛି।ଟଏଲେଟ୍ ରୁ ଆସି ଦେଖେତ ଡୁଗୁ ନାହିଁ।


ହେଉ ତୁ ଯା ମୁଁ ତାକୁ ଦେଖୁଛି।ବେଡ୍ ରୁମ୍ କବାଟ ଠେଲି ଦେଖେତ ମୋ ସାତ ବର୍ଷର ଭଣଜା ଡୁଗୁ ମହାଶୟ ବେଡ୍ ଉପରେ ପେଟେଇ ପଡି ଫୋନ୍ ରୁ କଣ ଦେଖି ମୂର୍କି ମୂର୍କି ହସୁଛି।ମୁଁ ଯାଇ ତା ପାଖେ ବସିଲେ ମଧ୍ୟ ସେ ମୋ ଉପସ୍ଥିତି ଅନୁଭଵ କରି ପାରୁ ନଥିଲା।ମୁଁ ବି କିଛି ନ କହି ଅପେକ୍ଷା କଲି।ଦେଖା ଯାଉ କେତେବେଳେ ତା ଏକାଗ୍ରତା ଭଙ୍ଗ ହେଉଛି।ଫୋନ୍ ରେ କଣ ଦେଖି ହାତଟି ଉପରକୁ ଖୁସିରେ ଉଠେଇ ଦେବ କଣ ମୋ ଦେହରେ ବାଜିଲା। ସେ ବେକ ଭାଙ୍ଗି ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା ଅଙ୍କଲ୍! ଆପଣ !  ପ୍ରଣାମ କରି କହିଲା, ଆପଣ କେତେବେଳେ ଆସିଲେ ?


ଏଇ ସାଙ୍ଗେ ସାଙ୍ଗେ । ଆଉ ତୁ କଣ ଦେଖୁଥିଲୁ କି ଫୋନ୍ ରେ?


ବୁଢା ଆଙ୍ଗୁଠିଟି ପାଟିରେ ଦେଇ ମୋତେ ଇସାରା କଲା ଚୁପ୍ ହେବାର।ମୁଁ ବି ପାଟିରେ ବୁଢା ଆଙ୍ଗୁଠି ଦେଇ ଆସ୍ତେକି କହିଲି, କଣ ହେଲା?


ଅଙ୍କଲ୍ ,ମାମା ଜାଣିଲେ ରାଗିବ।ସେଥିପାଇଁ ଡୋର ଦେଇ, ସାଉଣ୍ଡଲେସ୍ ରେ ମୁଁ ଫୋନ୍ ରେ "ମୋଟୁ ପତଲୁ" ଦେଖୁଛି। ଆପଣ ଦେଖିବେ ?


ମୋଟୁ ପତ୍ ଲୁ !! 


ମୁଁ ମୁଣ୍ଡ ଟୁଙ୍ଗାରୀ ଦେଖିବାର ସମ୍ମତି ଦେଲି।ସେ ଚାପା ଗଳାରେ କହିଲା ଅଙ୍କଲ୍ ଦେଖ୍ ଦେଖ୍ ଏ ମୋଟୁ , ଭାରି ସମୋସା ପ୍ରିୟ ସମୋସା ନହେଲେ ତା ଦିମାଗ୍ କି ବତୀ ଜଳେ ନାହିଁ।ଏଇ ଦେଖ ଦେଖ ପୋଲିସ୍ ଇନିସ୍ପେକ୍ଟର୍ ଚିଙ୍ଗମ୍। ସିଏ କଣ ଡାଇଲଗ୍ କୁହେ ଜାଣିଛ ?


କଣ ? 


ଚିଙ୍ଗିମ୍ କେ ଚଙ୍ଗୁଲ୍ସେ ବଚ୍ ନା ଇମ୍ପସବୁଲ୍।ଆଉ ବି କୁହେ ଇନ୍ ଦ ନେମ୍ ଅଫ୍ ଲ ତୁମେ କାନୁନ କି କସମ୍ ଭାରତ ମାତା କି କସମ୍।


ଇଏ କିଏ କହିଲ?


କିଏ ?


ପତ୍ ଲୁ। ମୋଟୁ ଓ ପତ୍ ଲୁ ଦୁଇ ଜଣ ବେଷ୍ଟ୍ ଫ୍ରେଣ୍ଡ୍।ସେମାନେ ଫୁର୍ ଫୁରି ନଗରରେ ବାସ କରୁଥିଲେ।ବଢ଼ିଆ କାମ କରନ୍ତି।ହଁ ୟାଙ୍କୁ ଦେଖ୍ ଏ ହେଲେ ଡକ୍ଟର୍ ଝଟ୍ କା।ଡକ୍ଟର ଝଟ୍ କା ସାଙ୍ଗ ୟାକୁ ଦେଖ ଘସିଟା ରାମ୍। ଏ ପ୍ରତି କଥାରେ କୁହନ୍ତି ମେରା ବିଶ୍ ସାଲ୍ କି ତର୍ଜୁବା ହେ।ଚିଙ୍ଗମ୍ ର ଫାଦର୍ କମିଶନର ବବୁଲ୍ ଗମ୍।ଏ ଭିଲିୟାନ୍ ଜନ୍।ଜନ୍ ସବୁବେଳେ କୁହେ, ଜନ୍ ବନେଗା ଡନ୍।


ଆଉ ଦୁଇ ଜଣ ହାବିଲ୍ ଦାର ଅଛନ୍ତି।ହାବିଲ୍ ଦାର ହେରା ସିଂ ଓ ଫେରି ଲାଲ୍।ହେରା ସିଂ ଚିଙ୍ଗମ୍ କୁ କୁହେ ଆପ୍ ତୋ ଟପ୍ ହୋ ହିନ୍ଦୁସ୍ଥାନ କୀ ହୋପ୍ ହୋ ସାର୍।ଫେରିଲାଲ୍ କୁହେ, ୟୁ ଆର୍ ଭେରୀ ଗ୍ରେଟ୍ ସାର୍, ବଟ୍ ବର୍ଣ୍ଣ ଲିଟିଲ୍ ଲେଟ୍ ସାର୍।


ଆରେ ବାଃ ଡୁଗୁ ଆମର ଏତେ କଥା ମନେ ରଖିଛି !


ଆହୁରି କେତେ କଥା ମନେ ରଖିଛି ଅଙ୍କଲ୍ ଶୁଣିବ!!


ହୁଁ ....


ଡୁଗୁ ମୋ ଶୁଣିବା ଆଗ୍ରହ ଦେଖି ଅନର୍ଗଳ "ମୋଟୁ ପତ୍ ଲୁ " ବିଷୟ ରେ ଗପି ଗଲା।ମୁଁ କେବଳ ଆଶ୍ଚର୍ଯ୍ୟ ହେଉଥାଏ ଆଜିକାଲି ପିଲାଙ୍କ ମେମୋରୀ ପାୱାର୍ କଥା ଭାବି।


ଏଇ ସମୟରେ ଆଭା ଡାକ ଛାଡିଲା ଭାଇ ତୁମେ କେଉଁଠି? ଡୁଗୁ ସୁନା ପିଲା ପରି ଫୋନ୍ ଟି ଥୋଇ ଦେଇ ଚୁପ୍ ଚାପ୍ ବସି ପଡ଼ିଲା।ମୁଁ କହିଲି ଆଭା ! ଡୁଗୁ ଓ ମୁଁ ଏଇ ବେଡ୍ ରୁମ୍ ରେ ଅଛୁ।


କଣ ଶୋଇ ପଡ଼ିଲା କି ଡୁଗୁ ?


ନାଇଁ ନାଇଁ ମୋ ସଂଗେ କଥା ହେଉଛି।ଆଭା ଚା ଓ ଅଦା ରସୁଣ କଞ୍ଚା ଲଙ୍କା ପକା ପକୁଡି ଆଣି ଆସିଲା।ତୁମେ ମାମୁଁ ଭଣଜା ଖାଉଥାଅ ମୁଁ ରୋଷେଇ କରେ।


ହେଉ ତୁ ଯା।


ଅଙ୍କଲ୍ ମାମା ଆପଣ ଅଛନ୍ତି ବୋଲି ପୋଲିସ୍ ପରି ଜେରା କଲେନି ଆଜି।ନଲେ କହିଥାନ୍ତେ ଡୁଗୁ ଇଟ୍ ସ୍ ବ୍ୟାଡ୍ ମ୍ୟାନର୍।ସବୁବେଳେ ମୋଟୁ ପତ୍ ଲୁ ଦେଖନ୍ତି ନାହିଁ।ସେଗୁଡା ନଟି ଵଏ ଙ୍କ କାମ।


ମୋଟୁ ପତ୍ ଲୁ ଦେଖିବା ସତରେ ନଟି ବଏଙ୍କ କାମ କି?


ନୋ ନୋ, ନେଭର୍।ଆମ ଡୁଗୁ ଇଜ୍ ଏ ଗୂଡ୍ ଵଏ।


ଏ ଏ ମାମା  ମୁଁ ଗୁଡ୍ ଵଏ କହି ବେଡ଼ ଉପରେ ନାଚିଲା ବହେ ।



Rate this content
Log in