Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Ketan Sahu

Others

3  

Bijaya Ketan Sahu

Others

ଓଡ଼ିଆ ଜାତିକୁ ରଖ ଜଗନ୍ନାଥ

ଓଡ଼ିଆ ଜାତିକୁ ରଖ ଜଗନ୍ନାଥ

1 min
190


ମୁଁ ଯେ ମରିଗଲେ ମରିଯିବି ପଛେ 

    ତିଳେ ନାହିଁ ମୋର ଦୁଃଖ 

ତୁମ୍ଭେ ବସିଥାଅ ରତ୍ନ ସିଂହାସନେ 

     ସେହି ମୋ ପରମସୁଖ ।

ଓଡିଆ ଜାତିକୁ ରଖ ଜଗନ୍ନାଥ 

       ତୁମ ଚକ୍ର ଆଢୁଆଳେ 

ରକ୍ଷାକର ଆଜି ଓଡିଶା ରାଇଜ 

     ମୋ ପ୍ରାଣ ପ୍ରତିବଦଳେ ।

ଶ୍ରୀହୀନ କରିଛି ଓଡିଶାମାଟିକୁ 

    ବାତ୍ୟା ବନ୍ୟା ବିଭିଷିକା 

ଦୁଃଖ କଷଣର କଣ୍ଟକିତ ପଥେ 

     ଓଡିଆ ଚାଲିଛି ଏକା ।

ଜଗତେ କୁହନ୍ତି ତୁମ୍ଭେ ମହାପ୍ରଭୁ  

           ଓଡ଼ିଶା ପ୍ରଦେଶ ଇଷ୍ଟ 

ଇଷ୍ଟଦେବ ହୋଇ ବୁଝୁନାହଁ କିମ୍ପା 

         ଓଡ଼ିଆ ଜାତିର କଷ୍ଟ ? 

ଓଡିଶାର ନାଥ ତୁମ୍ଭେ ହୋଇ ପ୍ରଭୁ 

       ନରଖିଲେ ଏ ଜାତିକୁ 

ଲୋକହସା ସିନା ହେବ ପ୍ରଭୁ ତୁମେ 

          ହେଜ ଏ କଥା ମନକୁ ।

ମୋର ନିନ୍ଦା ପ୍ରଭୁ ମୋତେ ନବାଧଇ 

       ବାଧେ ମୋତେ ତୁମ୍ଭ ନିନ୍ଦା 

ଦୀନବନ୍ଧୁ ନାମେ କଳଙ୍କ ନଲାଗୁ 

        ହେ "ସିନ୍ଧୁସୁତା-ଦେବତା" ।

ଆହେ ଦାରୁବ୍ରହ୍ମ ଦାରୁଭୂତ ହୋଇ 

           କାହିଁ ରହିଛ ମଉନ? 

ଉଦ୍ଧାର କରହେ ଏ ଜାତିକୁ ତବ 

         ଏତିକି ମୋ ନିବେଦନ ।

ଓଡ଼ିଆ ଜାତି ଯେ ବଞ୍ଚିରହୁ ସଦା 

      ତୁମ ଅମୀୟ ଆଶୀଷେ 

ଓଡିଶାଭୂଇଁ ମୋ ଧନ୍ୟ ହେଉଥାଉ 

        ତୁମ୍ଭ ଚରଣ ପରଶେ ।


Rate this content
Log in