Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଜ୍ୟୋସ୍ନାଭିଜା ମନ

ଜ୍ୟୋସ୍ନାଭିଜା ମନ

1 min
6.8K



ଦଶରଥ ହେମ୍ବ୍ରମ୍


ରଞ୍ଜରଞ୍ଜ ସଞ୍ଜବେଳ ତୁମ କଥା

ମୋତେ ମନେ ପଡେ ଭାରି

ରୁଣୁଝୁଣୁ ତୁମ ପାଦ ସେ ପାଉଁଜି

କଥା କୁହେ ଆଖି ମାରି ।।୧।।


ଝଣଝଣ ତୁମ ଦୁଇ ହାତ ଚୁଡି

ଗାଉଥିବ ପ୍ରେମ ଗୀତ

ଜହ୍ନ ରାତିରେ ତୁମ ସେ ହସ

ଲେଖିଦିଏ ଭାଗବତ ।।୨।।


କମଳ ବୟସେ ତୁମ ହଳଦୀ ଦେହ

ଚୋରି କରେ ମନ ମୋର

ନାଲି ତୁମ ଓଠ କଇଁଫୁଲ ଫୁଟେ

ଛାତିରେ ତ ମାରେ ଶର ।।୩।।


ସରସର ତୁମ ମିଠା ମିଠା କଥା

କୁହେ କେତେ ଭାଗ୍ୟ ଲେଖା

ହୃଦୟର ଯେତେ ଅଦେଖା ଯନ୍ତ୍ରଣା

ପଢେ କେତେ ହାତ ରେଖା ।।୪।।


ଗୋଲାପୀ ଶାଢୀ ପିନ୍ଧି ଆସ ଗୋପନେ

ନୟନେ କେତେ ସପନ

ମଧୁ ଜ୍ୟୋସ୍ନାଭିଜା ମନ ମୋର ଖାଲି

ଖୋଜେ ତୋତେ ଯେ ଶୟନେ ।।୫।।

***

ଭାରପ୍ରାପ୍ତ ଅଧିକାରୀ, ବେଲଘର ଥାନା, କନ୍ଧମାଳ ।।


Rate this content
Log in