Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଆହେ ନୀଳାଦ୍ରିନାଥ

ଆହେ ନୀଳାଦ୍ରିନାଥ

1 min
6.9K


ନାଥ ହେବା ପାଇଁ କର ଜନେ ଅନାଥ !

ହେବାପାଇଁ ଦୁଃଖ ହାରୀ

ଦିଅ ଜନେ ଦୁଃଖ ଭରି

ପତିତପାବନ ହୁଅ କରି ପତିତ !

କରୁଣାର ସିନ୍ଧୁ ଲୋକେ କହିବା ପାଇଁ

କରୁଣ କରି ଦେଉଛ ସଭିଁଙ୍କୁ ସାଇଁ

ହେବାପାଇଁ ମହାଦାନୀ

ଦୀନ କର ମହାମାନୀ

ଷାଠିଏ ପଉଟି ପାଇଁ ଛଡାଅ ଭାତ !

ଲୋକେ ଡାକିବେହାକିବେ ନିଜର ବୋଲି

ନିଜର ଲୋକଙ୍କୁ ଦିଅ ଦୂରକୁ ଠେଲି

ହେବ ବୋଲି ବିଶ୍ଵପତି

କରି ଦିଅ ନିଃସ୍ଵ ଅତି

ଦାସ କରି ଦିଅ ସର୍ବେ ହୋଇ ସାଆନ୍ତ !


Rate this content
Log in