Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

2  

Abhiram Sahoo

Others

ମୁଁ ତ ତୁମ ସନ୍ଦେହର

ମୁଁ ତ ତୁମ ସନ୍ଦେହର

1 min
221


॥ ମୁଁ ତ ତୁମ ସନ୍ଦେହର ॥


ମୁଁ ତ ତୁମ ସନ୍ଦେହର କାଆଁଳ ସକାଳ

ମୁଁ ତ ତୁମ ସନ୍ଦେହର ସୁଡଙ୍ଗ ଦୁଆର

ମୁଁ ତ ତୁମ ସନ୍ଦେହର କାଳି ଜହ୍ନ ରାତି

ମୁଁ ତ ତୁମ ସନ୍ଦେହର ଲମ୍ପଟ ପାହାନ୍ତି ।


ମୁଁ ତ ତୁମ ସନ୍ଦେହର କୁଣ୍ଡାଝରା ବର୍ଷା

ମୁଁ ତ ତୁମ ସନ୍ଦେହର ଲୁଚାଛପା ଈର୍ଷ୍ଯା

ମୁଁ ତ ତୁମ ସନ୍ଦେହର କୁହୁଡିଆ ସଂଜ

ମୁଁ ତ ତୁମ ସନ୍ଦେହର ଖିଅଧରା ଲାଞ୍ଜ ।


ମୁଁ ତ ତୁମ ସନ୍ଦେହର ଉଡା ଖଣ୍ଡିକାଶ

ମୁଁ ତ ତୁମ ସନ୍ଦେହର ରଙ୍ଗକରା କେଶ

ମୁଁ ତ ତୁମ ସନ୍ଦେହର ତଣ୍ଟି ଅଠାଅଠା

ମୁଁ ତ ତୁମ ସନ୍ଦେହର ମିଛ ମାଛକଣ୍ଟା ।


ମୁଁ ତ ତୁମ ସନ୍ଦେହର ମଣ୍ଡଦିଆ ଗପ

ମୁଁ ତ ତୁମ ସନ୍ଦେହର ଶାଣଦିଆ ପାପ !


Rate this content
Log in