ନାରୀ
ନାରୀ
1 min
6.7K
ନାରୀ ଗୋ !
ତୁମ ଆଖିରେ ଲୁହର ବର୍ଷା,
ସେହି ଲୁହତଳେ କେଉଁଠି କେଜାଣି
ରହିଛି ଏତେଯେ ଈର୍ଷ୍ଯା ॥
ମଧୁବୋଳା ତୁମ ହସରେ କେଉଁଠି
ରହିଛି ଜହର ଲାଖି
ନୀରିହ ଆଖିର ଚାହାଣିରେ କେତେ
ଛଳନା ମାରୁଛି ଉଙ୍କି
ରୂପସୀ ତନୁର ଛନ୍ଦେ କାହିଁକି
ଏତେ କଳଙ୍କର ନକ୍ସା ॥
ଲଜ୍ଜାବତୀ ଗୋ ! ବେଳେବେଳେ ତୁମ
ଲାଜର ପଣତ ତଳେ
କୁଆଡୁ ଏତେ ଯେ ନଗ୍ନ କାମନା
ହୁତୁହୁତୁ ହୋଇ ଜଳେ
ପୁଣ୍ଯ ତୁଳସୀ ମନେ ବେଳେବେଳେ
କାହିଁକି ମଦିରା ନିଶା ॥
×××