Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Manjari Masanta

Others

3  

Manas Manjari Masanta

Others

କିଛି କଥା

କିଛି କଥା

1 min
432


ବନ୍ଦ ରଖି ଆଖିପତା

କରନି ଭରସା,

କେଉଁ କ୍ଷଣେ ଦେଇଯିବ

ଅଜାଣତେ ଧୋଖା ।।


ନିଶବ୍ଦରେ ଶୁଣ ଥରେ

ବିବେକର ଭାଷା,

ସହଜ ହେବ ଜୀବନେ

ସବୁ ଅଙ୍କକଷା ।।


ଗୁଞ୍ଜରିତ ହେଉଥିବ

ହୃଦ ମନ୍ଦିରରେ,

ସାଥୀ ହୋଇ ରହିଥିବ

ସମସ୍ୟା ହାଟରେ ।।


ଅନାୟାସେ ମିଳିଯିବ

ସମାହିତ ପନ୍ଥା,

ଅପସରି ଯିବ ମନୁ

ସମାଧାନ ଚିନ୍ତା ।।


ହସର ଗହଣା ପିନ୍ଧି

ଲାଜେଇବ ଓଠ,

ନୀଳାଭ ଚକ୍ଷୁରେ ଦେବ

ତୃପ୍ତିର ଚମକ ।।


ମାନସ ମଞ୍ଜରୀ ମାସାନ୍ତ

ରେଲ ବିହାର

ଭୁବନେଶ୍ୱର-୨୩



Rate this content
Log in