ବିଦଗ୍ଧ ଚିନ୍ତା
ବିଦଗ୍ଧ ଚିନ୍ତା
ବିଦଗ୍ଧ ଚିନ୍ତା
ଶରୀରରେ ସୃଷ୍ଠି ହୁଏ ରୋମାଞ୍ଚ,
ଦ୍ରୁତତର ହୁଏ ହୃଦୟ ସ୍ପନ୍ଦନ
ଯେବେ ମନେ ଆସିଯାଏ ମୋର ଅତୀତ,
ପତ୍ନୀ,ପୁତ୍ର,ରାଜ୍ୟ କରିଥିଲି ଦିନେ ତ୍ୟାଗ
ହୋଇ ହରିଶ୍ଚନ୍ଦ୍ର ପରି ଯେ ମହତ।
ଯୋ÷ବନର ସୁଖ ଧନଧାନ୍ୟ କରିଥିଲି ତ୍ୟାଗ
ପାଳି ପିତୃ ସତ୍ୟ,
ଥିଲା ମୋ ମନରେ ଗୁରୁଭକ୍ତି
ଥିଲା ମୋର ଏକାଗ୍ର ଚିତ୍ତ
ଯାହାକୁ ବଖାଣେ
ଆଜିର ଏହି ମର୍ତ୍ତ୍ୟ ଜାତିର ସମ୍ମାନ ପାଇଁ
ପଡିଥିଲି ବଳି
ନିଜର ଭବିଷ୍ୟତକୁ ନିଜ ହାତେ ଜାଳି
ମୁଣ୍ଡ ମୋର ଘୁରିଯାଏ
ଆପେ ଆପେ ଉଠିଯାଏ
ହାତ ମଥାର ଉପରକୁ
ଅତୀତକୁ ଯେବେ କରେ ରୋମନ୍ଥନ
ଡରଲାଗେ ବର୍ତ୍ତମାନର
ଚଟାଣ ଉପରେ ଠିଆ ହୋଇ
ଅତୀତର ସ୍ମୁତି କଲେ ଗାନ
ହୃଦୟଟା କାଳେ ଯିବ ଫାଟି
ସବୁଦିନ ପାଇଁ ରୁକିଯିବ କି ମୋର ଏହି ପାଟି
ଅତୀତର ମନ୍ଦିରକୁ
ଭାଙ୍ଗିଦେବା ପାଇଁ କରିଛି ଆପ୍ରାଣ ଚେଷ୍ଟା
ପାରିନାହିଁ, ପାରିନାହିଁ, ଯାଇଛି ମୁଁ ହାରି
ତଥାପି ବର୍ତ୍ତମାନର ନିଶାରେ
ହୋଇ ଭୋଳ
କରିଛି ଆପ୍ରାଣ ଚେଷ୍ଟା
ଅତୀତକୁ ଦେବାକୁ ପାଶୋରି
ବେକାର ହୋଇବ ଅତୀତକୁ ଭାବି
କରିବାକୁ ହେବ ଚେଷ୍ଟା
ସମାଜର ଆଗ ଧାଡିରେ ଠିଆ କିପରି ମୁଁ ହେବି
କିପରି ସଞ୍ଚôବି ଅଜସ୍ର ଅର୍ଥ
ମୋର ଟ୍ରେଜେରୀରେ
କିପରି କରିବି ଠିଆ ପାହାଡ ପରି ଅଟ୍ଟାଳିକା
ମୁର୍ଦ୍ଦାର ଚଟାଣ ଉପରେ
ବଡ ଲୋକ ହେବାପାଇଁ
ଆଦରି ମୁଁ ନେବି ସେ ସବୁ ପଥ
ହେଉ ସତ୍ ଅବା ଅସତ୍ ର
ଚିନ୍ତା ନାହିଁ କିଛି
ଧନ ପାଇଁ ଲୋଡା ହେଲେ
ମୋ ପ୍ୟାକେଟ୍ରେ ଛୁରା , ପିସ୍ତଲ ସଞ୍ଚôଛି
ଇନ୍ଦ୍ରିୟ ସୁଖ ପାଇଁ ଦେଖେନା ମୁଁ ସଂପର୍କ
ଅଥବା ବୟସ
କାମ ବାସନା ମେଣ୍ଟାଏ ମୁଁ ପାଲଟି ଆଦିମ ମାନବ
ହେଉ ପଛେ କ୍ଷୟ ବଂଶର ଯଶ
ମଦ , ଯୁଆ , ବେଶ୍ୟା, ଚୋରୀ
ମୋ ଶରୀର ଗୃହରେ ପାଲଟିଛି ଆଜି
ଚାରି ସ୍ତମ୍ଭ
ସତ କହିବାକୁ ଲେଉଟେନା ଆଜି ମୋର ଜିଭ
ହରାଇଛି ମୁଁ ମୋର
ସବୁ ଶକ୍ତି, ସବୁ ଦମ୍ଭ
ଲାଗେ ବେଳେ ବେଳେ
କଣ ପାଇଁ.. କଣ ପାଇଁ ମୋର ଏ ପରିବର୍ତ୍ତନ !
ଅତୀତରୁ ବର୍ତ୍ତମାନ
କଣ ପାଇଁ କରେ ଏପରି ହୀନ କାର୍ଯ୍ୟ
ନିଜକୁ ଦେଇ ଘୋର ଅପମାନ ?
ଭୁଷୁଡି ପଡିବ ନିଶ୍ଚେ କେବେ
ମୋର ଆଜିର ସ୍ଥିତି
ପାରିବିନି ଉଠି
ଦେଖିବି କେବଳ ଜଳ ଜଳ ହୋଇ
ଭୂମିର ଅତଳ ଗର୍ଭରେ
ହୋଇ ପୋତି
ଆଜି କେବଳ ଅପେକ୍ଷା
ସେ ସୁଦିନ ଆସିବ
ମୋ ଭାଗ୍ୟରେ କେବେ
ଦେଖିବାକୁ ନଥାନ୍ତା ପଡି
ଏହିଦିନ
ଆଗ ପଛ ଦେଖି ଚାଲିଥାନ୍ତି ଯେବେ
ଏବେଠୁଁ ଶପଥ ଆଜିର ଦିନରେ
ସଜାଡିବି.. ହଁ ସଜାଡିବି ନିଜକୁ,
ନିଜ ଚରିତ୍ରକୁ, ନିଜ ଜୀବନକୁ
ସବୁଦିନ ପାଇଁ ...................।ା
************