Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

5.0  

ଵଳରାମ ତରାଈ

Others

ନିଦାଘ

ନିଦାଘ

1 min
345


ଋତୁ ପରି ଏଠି ବଦଳେ ମଣିଷ 

  ମହୀ କ୍ଷଣେ କ୍ଷଣେ ଆନ 

ସ୍ଵାର୍ଥ ନିଦାଘର ଉଜାଣି ବହୁଛି 

   ତପ୍ତ ହୁଏ ମନ ପ୍ରାଣ  ॥


କାଲି ଯିଏ ଥିଲା ନିଜ ଠୁଁ ନିଜର 

    ସିଏ ଆଜି ସାତ ପର 

ମଳୟ ପରଶେ ଥିଲା ଯାହା କାଲି 

    ଆଜି ତାହା ନାରଖାର  ॥ 


ହିଂସା ଅସୂୟାର ଦାରୁଣ ନିଦାଘ 

    ମନରେ ବାନ୍ଧିଛି ବସା 

ଏ ମଣିଷ ଆଜି ତା' ଫାନ୍ଦରେ ପଡି 

     ହରାଏ ନିଜର ଦିଶା   ॥


ହୁତୁହୁତୁ ଆଜି ଜଳେ ଏଠି ମନ 

     ଆନନ୍ଦ ଯାଇଛି ହଜି 

ଶାନ୍ତିର ନୀଡ଼ଟା ଯାଇଛି ଭୁଷୁଡି 

     ଅଶାନ୍ତି ଝଡରେ ଭିଜି  ॥ 


ଆହେ ମହାପ୍ରଭୁ ବହିଣ ସୁଦୟା 

    ଏତିକି କରୁଣା କର 

ଏ ମଣିଷ ମନେ ପ୍ରେମ ମନ୍ଦାକିନୀ 

    ବାରେ ପ୍ରବାହିତ କର   ॥



Rate this content
Log in