Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଆଜି ସୋମବାର

ଆଜି ସୋମବାର

1 min
245



ଆଜି ସୋମ ବାର ଆଜି ସୋମବାର

ଆମ ପଡିସା ଘର ଝିଅ ଜାଉଛି ହେ

ଶିବ ମନ୍ଦିର ଶିବ ମନ୍ଦିର ।


ହାତରେ ତାର ଦୁଦୁରା ଫୁଲ ମାଳ

ହାତରେ ବେଲ ପତର

ଅତି ଭକ୍ତି ତାହାର ଶିବଙ୍କର ପ୍ରିୟ

ଫୁଲ ବେଲ ପତର ।


ଆତି ଜତନେ ଏକ ଗାଇ କ୍ଷିର ନେଇ

ଢାଳେ ଲିଙ୍ଗ ଉପର

ବାବା ଭେଳା ଶଙ୍କର ମନୋକାମାନା 

ମୋର ପୁରଣ କର ।


ରଖ ରଖ ବାବା ବାଲୁଙ୍କେଶ୍ବର

ବସିଅଛ ବାଲି କୁଦା ଉପର

ବାବା ଡାକି ତୁମ ପାଦ ପଡିବି

ବିପଦରୁ ତୁମେ ରକ୍ଷା କର ।


ଡାକି ଡାକି ହେଲ କାହିଁକି ପଥର 

ମୋ ପାଇଁକି ନିଷ୍ଠୁର

ଭାଙ୍ଗ ଖିଆ ତମେ ଭୋଳା ଶଙ୍କର 

ମଶାଣି ରେ ବାସ ତୁମ୍ଭର ।


ନନ୍ଦି ଭୁନ୍ଦିଙ୍କୁ ସାଙ୍ଗରେ ଧରି ହେ

ରାତି ସାରା ଭ୍ରମଣ କର

ପାବିତଙ୍କୁ ସାଙ୍ଗରେ ଧରି ଭକ୍ତର

କାମନା ପୁରଣ କର ।


ତ୍ରିଲୋକ ନାଥ ତୁମେ ତ୍ରିଲୋକ ନାଥ

ତୁମେ ଭୋଳା ଶଙ୍କର

ନଦୀ ରୁ ପାନ କରି ବିଷ ଜହର ପିଇ

 ନୀଳକଣ୍ଠ ନାମ ତୁମର ।


ଡମ୍ବରୁ ଧର ବେକରେ ବାଘର ଛାଲ

ବେଶ ଅଟେ ତୁମର

ବେକରେ ତୁମ ସାପର ଗଳାର ହାର

ମଶାଣି ପାଉସ ଦେହେ ତୁମର ।


ରଖିଲେ ଶିବ ମାରିବ କିଏ 

ମାରିଲେ ଶିବ ରଖବ କିଏ ।


ସଦା ତମ ପାଦରେ ଥାଉ ଏତିକି ଭକ୍ତି

ମୋର ଭୋଳା ଶଙ୍କର

ଦୁଇପଦ ଲେଖିବାକୁ ସାହସ ନାହିଁ  

 ମୋର ଭୋଳା ଶଙ୍କର ।


ବଳରାମ ହିନ କିଛି ଜଣାଣ ଲେଖିଛି

ଲେଖା ଜାଣି ନାହିଁ ସାମଥେ ମୋର ।


ଦୋଷ ଥିଲେ କ୍ଷମା ଦେବ ହେ ବାବା

ପଭୁ ଭୋଳା ଶଙ୍କର

ଏତିକି ଶକ୍ତି ସାହସ ଦିଏ ବାବା

ବିପଦରୁ ରକ୍ଷା କର ।



Rate this content
Log in