Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

upadu chandrasekhar

Others

3  

upadu chandrasekhar

Others

କୀର୍ତ୍ତନ ଗୁରୁ ବାତଲ ରଘୁନାଥଙ୍କ

କୀର୍ତ୍ତନ ଗୁରୁ ବାତଲ ରଘୁନାଥଙ୍କ

1 min
326




ମଣିଷଟି ପରି ମଣିଷ ଦେଖିଛି 

   ଗର୍ବ,ଅହଂକାର ହୀନ

ସଦା ହରିନାମେ ବାନ୍ଧି ବାଇ ହୋଇ 

   ଥିଲେ କୀରତନାଧିନ ।

ଜନମି ନଥିଲେ ସମ୍ଭ୍ରାନ୍ତ କୁଟିରେ 

  କଳା,ଗୁଣେ ଧୀର ହେଲେ 

ପଞ୍ଚସଖା ନାମେ କବିକୁଳ ବୀର 

  ଜୀବନରେ ଯେହ୍ନେ ଥିଲେ ।

ଶ୍ରୀ ହରିନାମ ନାମର ଓ କଳା ସେବାର

   ପ୍ରଚାର ପ୍ରସାର ପାଇଁ 

ଜୀବନ ତମାମ ପରାଣେ ପ୍ରୟାସି 

   ଧନ୍ୟ ହୋଇଛନ୍ତି ସାଇଁ ।

ଭୌତିକ ମୂଢ଼ଙ୍କୁ ମହା ପାମରଙ୍କୁ

  ହରିନାମ ବାଖ୍ୟା କରି 

କରେ ଖୋଳ,ଗିନି କଣ୍ଠରେ ତୁଳସୀ 

   ହୃଦେ ହରିନାମ ଭରି ।

ଜୀବନେ ବହୁଳ ଘାତ ପ୍ରତିଘାତେ

   ସ୍ୱୟଂ ପ୍ରୟାସକୁ ଘେନି 

ଦିବ୍ୟଗୁରୁ ରୂପେ କଳା ଜୀବି ଭାବେ 

   ବନିଛନ୍ତି ଶୀରମଣି ।


Rate this content
Log in