Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଧରଣୀ ପେନୁ(ମାଟି ଦେବତା)

ଧରଣୀ ପେନୁ(ମାଟି ଦେବତା)

1 min
7.0K



ସରୋଜ କୁମାର ଜେନା

ବାଲିଝରୀ ,ନରସିଂହପୁର ,କଟକ

ମୋ-୮୦୧୮୫୨୬୫୩୬,୯୩୪୮୭୮୩୭୯୧


ପାଷାଣରୁ ବାଲି ,ବାଲି ରୁ ଧରଣୀ

ହୋଇଥାଏ ପରା ସୃଷ୍ଟି ,

ରହିଛି ରହିବ ଧରଣୀ ପେନୁର

ସଦା ସର୍ବଦା ତା ନାଁଟି ..।୧।

ସେ ଜନନୀ ,ଜନ୍ମଭୂମି ,କର୍ମଭୂମି

ରୂପେ ହୋଇଅଛି ଠିଆ ,

ମରତ ମଣ୍ଡଳେ ବିସ୍ତାର କରିଛି

ତାହାର ବିଶାଳ କାୟା ..।୨।

ଜଗତର ନାଥ ,ଆହେ ଜଗନ୍ନାଥ

ତୁମ ପାଈଁ ଲୋଡ଼ା ତରୁ ,

ସେହି ତରୁ ମାଟି ଦେବତା ବକ୍ଷରୁ

ସାଜିଥାଏ ମହାଦାରୁ ..।୩।

ନବ କଳେଵର କାଳିଆ ଠାକୁର

ହୁଏ ଯୋଡ଼ା ଆଶାଡ଼ରେ ,

ପୁରୁଣା ଘଟକୁ ଦିଅନ୍ତି ସମାଧି

ମାଟି ଦେବତା ବକ୍ଷରେ ..।୩।

ଜଗତ ଜନନୀ ମାଟିର ଦେବତା

ତୁହି ମାତା ସର୍ବ ଦାତା ,

ତୋହରି ବକ୍ଷରେ କରେ ଅଖି ପୂଜା

ଚାଷୀ ଭାଇ ସାଜି କର୍ତ୍ତା ..।୪।

ଧରଣୀ ମାତା ପାଏ କେତେ କଷଣ

କୃଷକ ଦିଏ ଆଘାତ ,

ଧରଣୀ ମାତାର ଆଶିଷେ ହୁଏ

ଶସ୍ୟ ଶ୍ୟାମଳା କ୍ଷେତ ..।୫।

ପାର୍ବଣ ଋତୁରେ ଧରଣୀ ପେନୁକୁ

କରିଣ ବରଣି ଆମେ ,

ମୃଣ୍ମୟୀ ମୂର୍ତ୍ତୀ ରୂପେ ପାଉଛ ପୂଜା

ମାଟିର ଦେବତା ତୁମେ ..।୬।

ପାଶାଣ ତମ୍ଵ୍ର ଦାରୁ ଅବା ପିତଳ

ମାଟିର ବକ୍ଷରେ ସୃଷ୍ଟି ,

ମାଟିରୁ ସମସ୍ତେ ହୁଅନ୍ତି ଅଲଗା

ପଡ଼ିଥାଏ ସମ ଦୃଷ୍ଟି ..।୭।

ନର ଅବା ଦେବତା ତୋହାରି ଵକ୍ଷେ

ଜନମ ହୁଅନ୍ତି କେତେ ,

ମରତ ମଣ୍ଡଳେ ଶ୍ମଶାନ ମାଟିରେ

ଲୀନ ହୁଅନ୍ତି ସମସ୍ତେ ..।୮।

କେତେ ଯନ୍ତ୍ରଣା ସହୁଚି ଧରଣୀ

ତୁହି ମାଟିର ଦେବତା ,

ନିଜେ ଦୁଃଖ ପାଏ ଅନ୍ୟକୁ ହସାଏ

ସାଜି ଦିବ୍ୟ ରୂପି ମାତା ..।୯।

*************


Rate this content
Log in