କାଳିଆ ଦେହକୁ ନାଲିଆ ଅଧର
କାଳିଆ ଦେହକୁ ନାଲିଆ ଅଧର
1 min
13.8K
ମହାସ୍ମୀତା
କାଳିଆ ଦେହକୁ ନାଲିଆ ଅଧର
ମନ ଭୁଲାଣିଆ ରୂପ
ସେ ରୂପରେ ସଖୀ ଅଛି ମାଦକତା
ଜାଣେ ସେ ପରା କୁହୁକ।
ବଙ୍କିମ ଅଧରେ ବଂଶୀ ଧରି ସେତ
ଗୋପୀ ହୃଦ ଚୋରି କଲା
ଷୋଳ ସହସ୍ର ଗୋପାଙ୍ଗନା ପାଇଁ
ଏକ ମାତ୍ର ନନ୍ଦବଳା।
ଯଶୋଦାର ଧନ ରାଧା ଚିତ୍ତଚୋର
ଗିରି ଗୋବର୍ଦ୍ଧନ ହରି
ନୀଳ କନ୍ଦରରେ ଜଗନ୍ନାଥ ରୂପ
ସଂସାରୁ କରୁଛି ପାରି।