ପ୍ରାଣୀଙ୍କ ଆରତ
ପ୍ରାଣୀଙ୍କ ଆରତ
1 min
6.5K
ପ୍ରାଣୀଙ୍କ ଆରତ
*********************
କ୍ଷୀର ସାଗରରେ ଶୋଇଅଛ ପ୍ରଭୁ
କ୍ଷୀର ପାଇଁ କେ ବା କାନ୍ଦୁଚି
କ୍ଷୀର ଦେବା ପ୍ରାଣୀ କାନ୍ଦି କାନ୍ଦି ମରେ
ସୁରକ୍ଷା ବନ୍ଧ କେ ବାନ୍ଧୁଚି !!
କାଳର ଜୁଆର ମାଡ଼ିଆସେ ପ୍ରଭୁ
ଭଟ୍ଟା ତା'ର କେବେ ନାହିଁ କି ?
ମୋ ମାତା କାନ୍ଦୁଚି ଗୋମାତା କାନ୍ଦୁଚି
ମାତାଙ୍କ ସୁରକ୍ଷା ପାଇଁ କି ।।
ଛାଗ ମାତା ମୋର ହାଣ ଖାଉ ଅଛି
ବଜାରେ ଗରମ ଖାଉକି
ଆଖି ଆଗେ ତା'ର ପିଲାକୁ ହାଣିଲେ
ଦରଜ ତୁମର ନାହିଁ କି !!