ଭିତିରି କଥା
ଭିତିରି କଥା
ଭିତିରି କଥା
ସ୍ଵାଧୀନ ସ୍ୱାଧୀନ ଡିଣ୍ଡିମ ବଜାଇ
ନାଚୁ ଆମେ ତା ତା ଥେଇ
ଠିକାଦାର ଭାଇ ଚଳୁ କରିଦେଲା
ଆମେ ତ ଯେଇକୁ ସେଇ ।।
ପ୍ରଗତିରେ କିଆଁ ବାଧା ପଡ଼ୁଅଛି
କେହି ଦୁଃଖ ବୁଝୁନାଇଁ
ପେଟ ପୁରିଗଲେ ଏସି ରୁମ୍ ତାଙ୍କ
ଘୁଂଗୁଡ଼ି ମାରିବା ପାଇଁ ।।
ଚଉଦ ହଜାରୁ ସପତ ହଜାର
କାଟି ଖାଇଯିବେ ଭାଇ
ଚଉଦ ଦିନରେ ସଉଦା ସରିବ
ଓଷଦକୁ ଧନ ନାଇଁ ।।
ମାଇପ ର ଗାଳି କରି ଗଳାମାଳି
ଗଧ ପରି ଓ.ଟି କଲୁ
କେବେ ଆଣ୍ଠୁଗଣ୍ଠି କେବେ କମର ତ
କରେ ଖାଉଲୁ ଖାଉଲୁ ।।
ସୁଧୀ ଜନେ ଟିକେ ଶୁଣିବେ ତୁରିତେ
ଗରିବୀ ହଟିବା କଥା
ନେତା କରୁଥାନ୍ତି ହଁକୁରୁ ହାଁକୁରୁ
ବୁଝେ କେ ଅସଲ କଥା ।।