STORYMIRROR

ARCHANA DEO

Others

4  

ARCHANA DEO

Others

ବିଦ୍ରୋହର କଡ଼ି

ବିଦ୍ରୋହର କଡ଼ି

1 min
364

ମୋ ହୃଦୟର କବିତାର ଧାରାକୁ

ତୁମେ କ'ଣ ଅଟକାଇ ପାରିବ

ତୁମ ସେପ୍ଟପିନରେ

ନା ସେ ତ ବୋହି ଚାଲିବ

ତୁମର କୃତ୍ରିମ ବାଡ଼ ଭାଙ୍ଗି

ତୁମେମାନେ ଯେତେ 

ବୁଦ୍ଧି ଲଗାଇ ଦିଅ ପଛେ 

ତା ଗତିବେଗକୁ ଅଟକାଇ 

ପାରିବନି ସେ ତ ଚାଲିବ

ଲକ୍ଷ୍ୟ ନେଇ କ୍ଷିପ୍ର ଗତିରେ

ଦିନେ ନା ଦିନେ ସେ ମିଶିବ

ତା ସାଥୀର ବୁକୁରେ


ଦିନ ଆସିବ 

ତୁମ ମିଛ ବାଡ଼କୁ ସେ ଖଣ୍ଡ-ବିଖଣ୍ଡିତ କରି

ମୁକ୍ତି ପଥ ଖୋଜିବ

ଉଡ଼ିବ ଆକାଶ ବକ୍ଷରେ

ଉପରୁ ଲକ୍ଷ କରି

ହସୁଥିବ ଅମାନିଆ ଢେଉ ହୋଇ

ତୁମେ କ'ଣ ତା କଡ଼ି ଭାଙ୍ଗିପାରିବ ପରମ୍ପରା ନାଁ ରେ

ଦିନେ ସେ ଅନ୍ଧବିଶ୍ୱାସକୁ 

ଗୋଇଠା ମାରିବ

ତା ମୁକୁଳା କେଶରେ

ସବୁ ଶକ୍ତି, ସବୁ ବଳ 

ଲାଗିଯିବ ଖୋଲା ଜଟାରେ 

ତଥାପି ପାରିବନି ତୁମ ଅହଂର ବାଡ଼ିରେ

ଯୁଗେ ଯୁଗେ ସେ ଏପରି

ଅନ୍ୟାୟ ବିରୁଦ୍ଧରେ 

ଖୋଲା ଛାଡିବ ବିଦ୍ରୋହ କଡ଼ିକୁ।



Rate this content
Log in