ଆମେ ଏତେ ସହିଷ୍ଣୁ କାହିଁକି
ଆମେ ଏତେ ସହିଷ୍ଣୁ କାହିଁକି
ଆମେ କାଢି ପାରୁନାହୁଁ
ଲକ୍ଷ ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ
ଆମ ଜନ୍ମ ମାଟିରୁ,
ସେମାନେ କିନ୍ତୁ ଲାଉଡ଼ ସ୍ପିକରରେ ଡାକି
ଫତୁଆ ଦେଲେ ଘାଟିରେ
ଛାଡ଼ିଦେଇ ଘର-ନାରୀ
ଚାଲିଯାଅ ଭୂସ୍ବର୍ଗ ମୋହ ଛାଡି
ନଚେତ ଶିର ହେବ ସ୍କନ୍ଧଚ୍ୟୁତ।
ଆମେ ପୁନର୍ବାସ କରେଇ ପାରିନୁ
କେଇ ହଜାର କାଶ୍ମୀରୀ ପଣ୍ଡିତ
ଆପଣା ଦେଶରେ ଯିଏ ଆଜିବି ରେଫ୍ୟୁଜି,
ସେମାନେ କିନ୍ତୁ ସଦରେ ବସାଇଛନ୍ତି
ଲକ୍ଷେ ରୋହିଙ୍ଗିଆଙ୍କ ବସ୍ତି
ଆମରି ମାଟିରେ, ଆମ ହକ୍ ମାରି
ଖାଉଛନ୍ତି, ରହୁଛନ୍ତି ଆଉ ଫଳୁଛନ୍ତି
ଚୋରୀ, ଅପରାଧୀ ଓ ଆତଙ୍କର ବିଷବୃକ୍ଷ ହୋଇ।
ଆମେ ଦେଇଦେଲୁ ହଜାର ହଜାର ମନ୍ଦିର
ତାକୁ ଭାଙ୍ଗି ଠିଆ ହେଲା ମସଜିଦ
ତଥାପି ପୁରିଲା ନାହିଁ ରାକ୍ଷସୀ ଭୋକ
ଲୁଟ କଲେ ସୋମନାଥ, ଜଗନ୍ନାଥଙ୍କ ବିତ୍ତ
ରାମ, କୃଷ୍ଣ ଙ୍କ ଜନ୍ମଭୂମିରେ
ତାଙ୍କ ଜନ୍ମବେଦି ଉପରେ ଠିଆକଲେ
ଆକ୍ରାନ୍ତା ର ସ୍ମୃତିଚିହ୍ନ।
ଏତେ ମନ୍ଦିର, ଏତେ ସମ୍ପତ୍ତି ଲୁଟିବା ପରେବି
ଫେରାଇଦେବାକୁ ନାରାଜ ସେମାନେ
ବାବରୀ କଳଙ୍କିତ ପୁଣ୍ୟ ଜନ୍ମଭୂମି।
ଆମେ ପେଟକାଟି ଭରିବୁ ଟିକସ
ସେଥିରେ ସେମାନେ ସବ୍ସିଡି ନେଇ
କରିବାକୁ ଯିବେ ହଜ,
କିନ୍ତୁ, ଆମେ ଆମରନାଥ ଦର୍ଶନରେ ଯିବୁ
ମୃତ୍ୟୁକୁ ମୁଣ୍ଡେଇ
ଜୀବନକୁ ପାଣି ଛଡେଇ
ଲକ୍ଷେ ବନ୍ଧୁକଧାରୀ ସୈନିକଙ୍କ ଛାତ୍ରଛାୟାରେ
ସବୁକିଛି ଘଟେ "ଧର୍ମନିରପେକ୍ଷ" କୁହାଉଥିବା
ଆମ ଭାରତବର୍ଷ, ଏଇ "ହିନ୍ଦୁ"ସ୍ଥାନ ରେ।
ଏସବୁ ଆତଙ୍କ, ରାହଜନୀ, ଉତ୍ପୀଡ଼ନ
ଭୋଗିବାକୁ ହୁଏ ଆମକୁ
କେବଳ ଓ କେବଳ ଆମେ ହିନ୍ଦୁ ବୋଲି।
ଆପଣା ଦେଶରେ ନାହିଁ ଆମର
ସାମାଜିକ, ଧାର୍ମିକ, ସାଂସ୍କୃତିକ ସ୍ୱତନ୍ତ୍ରତା
ଦୀପାବଳି ବାଣ
ହୋଲିର ରଙ୍ଗ
ଦଶହରା ରାବଣପୋଡି
ଶନିଦେବ ଓ ଆୟପ୍ପାଙ୍କ ମନ୍ଦିର ପରମ୍ପରା
ସବୁଥିପାଇଁ ଆମେ ଦେଖୁ ସୁପ୍ରିମକୋର୍ଟ ଆଡକୁ।
ଏମିତିକି ଆମ ଆରଧ୍ୟ ବି
ତାରପୋଲିନ ତଳେ ଶଢୁଥାନ୍ତି।
ସଂସାର ଯାକର ନ୍ୟାୟକର୍ତ୍ତା,
ଦଶନ୍ଧି ଦଶନ୍ଧି ଧରି କୋର୍ଟ ଦୁଆରେ
ଆଣ୍ଠେଇ ବସନ୍ତି ନ୍ୟାୟ ପାଇବାକୁ।
ହିନ୍ଦୁହିଁ ସହିଷ୍ଣୁ ହେବ,
କାହିଁକି ?
କେତେଦିନ ?
କାହା ସ୍ୱାର୍ଥରେ ?
ଦୁର୍ଗାଙ୍କୁ ମାତୃତ୍ତ୍ୱର ପ୍ରତୀକ କହି
ତାଙ୍କ ଦଶଭୂଜରୁ ଶସ୍ତ୍ର ଓହ୍ଲାଇ ଦେଇ
ତାଙ୍କୁ ଜବରଦସ୍ତି ଅଜାନ ଶୁଣେଇଲେ
ଘରେ ପଶି ଗଳା କାଟିବା ସାହସ କରିବେ ଆତତାୟୀ।
ଉଠ, ଜାଗ, ହୁଙ୍କାର ଭର
ସହିଷ୍ଣୁ ହେବା ଢେର ହେଲା,
ଭୀରୁତା ଛାଡି ବୀରତ୍ବର ଦମ୍ଭ ଦେଖା।
ରାମପୁତ୍ର ତୁମେ ଭବାନୀ ଆଶୀଷେ
ଜୟ ଶ୍ରୀରାମ ର ଉଦଘୋଷ କର।
ପଣ କର ଅଯୋଧ୍ୟାରେ ଗଢ଼ିଦେଵ
ଭବ୍ୟ, ଦିବ୍ୟ, ବିଶାଳ ମନ୍ଦିର।