ହୃଦକୁ କରିଛି ରତ୍ନ ସିଂହାସନ
ହୃଦକୁ କରିଛି ରତ୍ନ ସିଂହାସନ
1 min
1.3K
ହୃଦକୁ କରିଛି ରତ୍ନ ସିଂହାସନ
ତୁମ ଅଭିଷେକ ପାଇଁ
ଟୋପା ଟୋପା ଲୁହ ଗଜରା ଗୁନ୍ଥିଛି
ତୁମ ନିରାଜନା ପାଇଁ,
ହେ ! ପ୍ରିୟ ବର ! ପୃଥିବୀ ପରି ମୁଁ -
ବସିଛି ତୋ ପଥ ଚାହିଁ ।।
ଗ୍ରୀଷମେ ରଖିଲି ସୁଶୀତଳ ଜଳ
ଚନ୍ଦନ କସ୍ତୁରୀ ବାସ -
ଶୀତ ସକାଳକୁ ସାଇତି ରଖିଲି
ମୋ ଦେହ ଉଷୁମ ସ୍ପର୍ଶ ,
ଚାତକ ପରି ମୁଁ ଚାହିଁଛି ଆକାଶ
ମୋ ଦେହ ଛୁଇଁଲ ନାହିଁ ।।
ସପନେ କେତେ ମୁଁ , ତୋ ରୂପ ଆଙ୍କିଛି
ଇନ୍ଦ୍ରଧନୁର ରଂଗେ -
ଜାଗରଣେ ସବୁ ଲିଭାଇ ଦେଇଛି
ଆସି ନାହିଁ ଯେଣୁ ଦଣ୍ଡେ ,
ଭସା ମେଘ ପରି ଦୂରେ ଚାଲିଗଲ
ନିମିଷେ ରହିଲ ନାହିଁ ।।
ଭକ୍ତ ଚରଣ ମଲ୍ଲ ।