Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଭ୍ରମରର ଆକର୍ଷଣ

ଭ୍ରମରର ଆକର୍ଷଣ

1 min
6.3K


ଶ୍ରୀମତୀ ଶୈଳବାଳା ପାଣିଗ୍ରାହୀ


ଯାଆରେ ମନ ଯାଆ ଉଡି ଯାଆ ଝରି ଗାଆଁକୁ

ଝରି ଗାଆଁରେ ଦେକିବୁ ପ୍ରକୃତିର ମାଆକୁ l

ଝର ଝର ଝରଣା ତା ପାଦର ନୂପୁର

ବାଳ ଅରୁଣର ଆଭା ତା ମଥା ସିନ୍ଦୁର

ସବୁଜ ବନାନୀ ଶାଢୀ ଢାଙ୍କି ହୋଇ ଅଙ୍ଗେ

ପୁଲକିତ ମନ ପ୍ରାଣ କାକଳୀ ତରଙ୍ଗେ

ଆଖି ପୂରାଇ ଦେଖିବୁ ଶୋଭାମୟକୁ l

ନୀଳ ଆକାଶେ ଉଡାଇ ବାଦଲ ଓଢଣୀ

ଧୂସର ମାଟିରେ ଲେଖେ କେତେ ଯେ କାହାଣୀ

ମାଦଳର ତାଳେ ତାଳେ ଆଦିମ ସଙ୍ଗୀତ

କବି ପ୍ରାଣେ ସୃଷ୍ଟି କରେ ନୂତନ ପୁଲକ

କଲମର ରସାମୃତ ଚlଖେ ତାହାକୁ l

ସହସ୍ର ଯୋଜନୁ ମୋତେ ଡକେ ହାତ ଠାରି

ଜାଗ୍ରତେ ସପନେ ଦିଶେ ତା ଶୋଭା ମାଧୁରୀ

ଥାଆନ୍ତି ଯଦି ମୋର ଟିକି ଟିକି ଡେଣା

ଉଡିଯାଇ ତାହହା କୋଲେ ଶୋଇଥାନ୍ତି ସିନା

କହିଥାନ୍ତି କେତେ କଥା ମମତାମୟୀକୁ l

ସବୁଜ ବନାନୀ ଘେରା ସ୍ଵରାଜ୍ୟ ମନ୍ଦିର

ଶିଶୁଙ୍କ ଗହଣେ ସଦା ଚପଳ ଝଙ୍କାର

କଳସ ଯାତ ତାହାର ମାଟି ମାଆ ପାଇଁ

କୁମାରୀ କନ୍ୟା ରୂପରେ ବିଜେ ମହାମୟୀ

ଏକକୁ ଆରକ ବଳି ଭୁଲିବି କାହାକୁ l

ସୁନ୍ଦର ତୃପ୍ତିରେ ତାର ଅବସାଦ ନlହିଁ

ସାଇ, ଚନ୍ଦନ ଛୁରୁଛି ତା ଶୋଭାକୁ ବଢାଇ

ଆଦିମ ପଲ୍ଲୀର ଦୃଶ୍ୟ କରେ ଉଲ୍ଲlସ

ଜହ୍ନ ଏଠି ମନ ଛୁଏ ମାଦଳ ବଜାଇ

ମାନସ ପଟେ ଆଙ୍କିଦେ ତା ଚିତ୍ରପଟକୁ l


Rate this content
Log in