STORYMIRROR

Trilochan Karjee

Others

4  

Trilochan Karjee

Others

ଘୃଣା

ଘୃଣା

1 min
352


ମୁଁ ମଦକୁ ଘୃଣା କରୁଛି 

      କିନ୍ତୁ ମଦୁଆକୁ ନୁହେଁ। 

ମୁଁ ପ୍ରେମିକାକୁ ଘୃଣା କରୁଛି 

     କିନ୍ତୁ ପ୍ରେମକୁ ନୁହେଁ। 


ମୁଁ ସୁନ୍ଦରୀକୁ ଘୃଣା କରୁଛି

      କିନ୍ତୁ ସୌନ୍ଦର୍ଯ୍ୟକୁ ନୁହେଁ। 

ମୁଁ କଳଙ୍କକୁ ଘୃଣା କରୁଛି

      କିନ୍ତୁ କଳଙ୍କିନୀକୁ ନୁହେଁ। 


ମୁଁ ଦୁଃସ୍ବପ୍ନକୁ ଘୃଣା କରୁଛି 

      କିନ୍ତୁ ରାତିକୁ ନୁହେଁ। 

ମୁଁ ଦାରିଦ୍ର୍ଯକୁ ଘୃଣା କରୁଛି 

     କିନ୍ତୁ ଦରିଦ୍ରକୁ ନୁହେଁ। 


ମୁଁ ଭୋକକୁ ଘୃଣା କରୁଛି

     କିନ୍ତୁ ଭୋକିଲାକୁ ନୁହେଁ। 

ମୁଁ ଅନ୍ଧାରକୁ ଘୃଣା କରୁଛି 

     କିନ୍ତୁ ଅନ୍ଧକୁ ନୁହେଁ। 


ମୁଁ ଜାତିପ୍ରଥାକୁ ଘୃଣା କରୁଛି 

      କିନ୍ତୁ ଧର୍ମକୁ ନୁହେଁ। 

ମୁଁ ପୂଜାକୁ ଘୃଣା କରୁଛି 

      କିନ୍ତୁ ଠାକୁରଙ୍କୁ ନୁହେଁ। 


ମୁଁ ଅନ୍ଧବିଶ୍ୱାସକୁ ଘୃଣା କରୁଛି 

       କିନ୍ତୁ ସମାଜକୁ ନୁହେଁ। 

ମୁଁ ଅନ୍ୟାୟକୁ ଘୃଣା କରୁଛି 

       କିନ୍ତୁ ନ୍ୟାୟକୁ ନୁହେଁ। 


ମୁଁ କୁସଂସ୍କାରକୁ ଘୃଣା କରୁଛି 

     କିନ୍ତୁ ସଂସ୍କୃତିକୁ ନୁହେଁ। 

ମୁଁ ତୁମକୁ ଘୃଣା କରୁଛି 

      କିନ୍ତୁ ନିଜକୁ ନୁହେଁ। 



Rate this content
Log in