ପାଣି
ପାଣି
ଡକ୍ଟର କମଳାକାନ୍ତ ରାଉଳ
ଭସା ବାଦଲର କଳାକୁଞ୍ଜେ ଗାଇଜାଅ ମଧୁର ଠୁମୁରୀ
ବଣ ପାହାଡ ଭେଦି ଝରି ତରିବାରେ ଆଜନ୍ମ ଆସତ୍ତି,
ଆତ୍ମାର ଗ୍ରନ୍ଥିରେ ସନ୍ତରିତ ଚିରସ୍ରୋତା କସରା ଉର୍ମି
ତୁମେ କଳକଳ ଜୀବନ ଆୟୁଧ ଅତଳ ପୁଷ୍ପର ପୁର୍ତ୍ତି l
ତୁମ ନିର୍ଝରିଣୀ ଅତି ଉଦାସିନୀ ଶୁଷ୍କ ଆପଗା ଭୁଇଁ
ଉଦ୍ଦୀପ୍ତ ଉତ୍ତାପ କରେ କବଳିତ ଭୁବନ ମଣ୍ଡଳ ପିଆସୀ,
ହେ ଶ୍ରୋତସ୍ଵିନୀ ! ସନ୍ତର୍ପିତ ପ୍ରାଣର ଟୋପା ଟୋପା କାଦମ୍ବିନୀ
ତୁମେତ ଲୁଣ୍ଠିତ ଜନ ଦୁଷ୍କର୍ମର ଥିରପାତି ନିରସୀ l
ତ୍ରିବେଣୀ ସଙ୍ଗମ ଅନାହତ କ୍ଷତ ତିଗ୍ମ ଅନଳ ଗିରି
ଭାର୍ଗବୀ ଭଉଁରି ମହାନଦୀ ବଢି ପିଇଛି ବାଲୁକା ରାଶି,
ଉଭିଦ ଜଗତ ମୃତାହତ ପ୍ରାୟ ବିଧ୍ଵଂସ ସବୁଜ ବନାନୀ
ପାଣି ପାଣି ଆତୁର ଉଜାଣି କିଏ ନେଲା ପାଣି ଶୋଷି l
ଆଗୋ ଆପ୍ୟାୟନୀ ତୁମେ ମୁକ୍ତିମୟୀ ଯୁଗାନ୍ତକାରୀ ଜାହ୍ନବୀ
ତୁମେ ଅପହୃତ ତୁମେ ବ୍ୟବହୃତ ଲମ୍ପଟ ଶିଳ୍ପନୀତି,
ଶୁଷ୍କ ମାଟି ଶୀର୍ଣ୍ଣ ପୃଥିବୀ କ୍ଷୀଣ ମାନବ ଅବଧି
ନଈ ନାଳ ଖାଲ ଭୂତଳ କୂଅ ସବୁଠି ତୁମ ଆହୁତି l
ତୁମେ ପରାଜିତ ପୂର୍ଣ୍ଣ ସଙ୍କୁଚିତ ହେ ମଧୁର ଅମୃତମୟୀ
ଶୁଭିଲାଣି କଳରବ ଶହ ଶହ ତୃଷାର କଣ୍ଠର ଅଧୃତି,
ହଂସା ରଡେ, ଶଙ୍କା ବଢେ; ବଢେ ଚାପ, ତରଳେ ବରଫ ଛାତି
ବିଶୀର୍ଣ୍ଣ ପୃଥିବୀ ଦେଖୁଚି ଅସ୍ତୀର୍ଣ୍ଣ ମାନବର ଆତ୍ମଘାତୀ ॥