ଗୋଟିଏ ଥିଲା
ଗୋଟିଏ ଥିଲା
1 min
13.8K
Punya Prabha Devi
ଗୋଟିଏ ଥିଲା
ଦୁଷ୍ଟ ପିଲା
ତା ବହି ଖାତା କୁଆଡେ ଗଲା
କିଏସେ ନେଲା କି ହଜେଇ ଦେଲା
ସେ କଥା ଆସି କେ କହିବ ଭଲା.,
ଦୁଷ୍ଟ ପିଲାଟା ନହୁଏ ରେଡି
ଲେଖେ ନା ଖାତାରେ
ବସେ ନା ପଢି
ଅଝଟ ହୋଇକି ଅବୁଝା ହୋଇକି
କଥା କଥା କରେ ଯାଏ ସେ ଗଡି.
ଦୁଷ୍ଟ ପିଲାଟା ନ ମାନେ କଥା
ସତ ରେ ଯେମିତି ଅଡ଼ୁଆ ସୂତା
ଏ ପାଖ ଧର୍ କି ସେପାଖ ଧରିଲେ
ନ ହୁଏ ସିଧା ସେ ନ ଦିଏ ପତ୍ତା.,
ଅବୋଲକରା ସେ ପୁଅ କଥା ଭାବି
ବୋଉ ସବୁ ବେଳେ ପିଟେ ତା ମଥା