ଜଣେ ମଣିଷ ଅଜଣା
ଜଣେ ମଣିଷ ଅଜଣା
ଜଣେ ମଣିଷ ଅଜଣା ...
କ୍ଷଣିକ ଜୀବନେ ଏ ସାରା ସଂସାର
କେତେ ବନ୍ଧୁ ପରିଜନେ ଅଟେ ଭରପୁର
ସଭିଙ୍କ ଭିତରେ ଜଣେ ମିଳେ ମଣିଷ ଅଜଣା,
ଦେଖି ନାହିଁ କେବେ ତାଙ୍କୁ ଆଗୁ
ତଥାପି ଲାଗନ୍ତି ସେ ଅତି ନିଜର
ଆଖି ଭରିଯାଏ ମୋର ସେ ସବୁଠୁ ସୁନ୍ଦର
ହୃଦୟର ବନ୍ଧୁ ସେ ଗଲେ ହୋଇ ନଜାଣି ଠିକଣା।
ନିଶବ୍ଦ ରାତ୍ରରେ ଶୁଭେ ତାଙ୍କ ମଧୁର ସ୍ୱର
କୋଟି ଜନ ଗହଳି ରେ ବାରିପଡେ
ବାଜେ ଯେବେ ତାର ନୁପୁର
ପ୍ରତି ମୂହୁର୍ତ୍ତରେ ଭାବେ ତାଙ୍କ କଥା କାହିଁକି ଜାଣେନା
ମିଳିଗଲାପରେ ଜଣେ ମଣିଷ ଅଜଣା।
ମୁଦି୍ରତ ନୟନେ ଦିଶେ ତାଙ୍କ ରୁପ ଛବି,
ମୁଖ ଦେଖି ଲାଗେ ସତେ ଉଦିତ ରବି
ସୁଖ ମନାସି ତାର
ନାସ୍ତିକ ମଣିଷ ପାଖେ ମନ୍ଦିର ପାହାଚ ସରେନା।
ମିଳିଗଲାପରେ ଜଣେ ମଣିଷ ଅଜଣା।
ତନମନ ସବୁ କିଛି ତା’ର ପାଶେ ଦେଇଛି ଅଜାଡି
ବଞ୍ଚôଛି ତା’ର ଲାଗି ପିନ୍ଧି ପବିତ୍ରତା ଶାଢୀ
ପ୍ରାଣ ପ୍ରତିମ ଭାବେ ତାଙ୍କୁ ମୋ ଜୀବନେ
ସବୁ ବୁଝି ସେ କିଛି ବି ବୁଝେନା
ମିଳିଗଲା ପରେ ଜଣେ ମଣିଷ ଅଜଣା।
କେତେ ଶପଥ ଜୀବନେ ଦେଇଛି ମୁଁ ଭାଙ୍ଗି
କେତେ ସ୍ୱପ୍ନର ମନ୍ଦିର ଗଢିଛି ତା’ର ଲାଗି
ତା’ର ହସ ଟିକେ ପାଇଁ ସ୍ୱିକାର ସବୁ ଯେ ଯନ୍ତ୍ରଣା।
କାହିଁ କେତେ ଦୁର ଅଜ୍ଞାତେ ସେ ଯାଇଛି ଚାଲି
ଜାଣେ ମୁଁ ସେ କେବେ ଫେରିବନି ବୋଲି
ତଥାପି ବାର୍ଦ୍ଧକେ ମନ ଯେ ବୁଝେନା।
ଛାତିଟା ଦିଏ ଫଟାଇ ଥରିଲା ଥରିଲା କୋହ
ଆଖିଟା ଯେ ଗଲାଣି ଫୁଟି ଝରି ତତଲା ଲୁହ
ସ୍ୱପ୍ନର ତାଜମହଲ ବାଲିଘର ପରି ହୋଇଗଲା ଚୁନା।
ମିଳିଗଲାପରେ ତାକୁ ଜଣେ ମଣିଷ ଅଜଣା।
ସୁଖ ଦୁଃଖ ଭଲ ମନ୍ଦ ବୁଝେନା ଏ ଜରା ଶରୀର
ଜୀବନଟା ରଶ୍ମୀ ରେଖା ପରି ଚାଲେ
ସରେନା ତାହାରି ଗାର
ଅପ୍ରାପ୍ୟ ମିଳେ ହାତ ପାହାନ୍ତାରେ
ଧୃବ ସତ୍ୟ କିନ୍ତୁ ଖୋଜି ମୋତେ ମିଳେନା।
ଆସିବ ସେ ଫେରି ସାତ ଜନ୍ମ ପରେ ଦେଇଛି ଯେ କଥା
କୋଟି ଜନ୍ମ କରିବି ଅପେକ୍ଷା ନନୁଆଁଇ ମୋର ମଥା
ମୁଁ ଜାଣେ ତୁମେ ଜାଣ ମିଛ ସେ କୁହେନା।
ଚିରସ୍ରୋତା ଭାବେ ଯାଉଛି ଯେ ବୋହି ଜୀବନ ନଦୀର ଧାର
ମୁଁ ବ୍ୟାକୁଳ ସେ ବି ବ୍ୟାକୁଳ ପଥ ମଧ୍ୟେ ସମୟ ପ୍ରାଚୀର
ସରି ସରି ଯାଏ ସିନା କେବେ ବି ସେ ସରେନା ।
ମିଳିଗଲାପରେ ତାକୁ ଜଣେ ମଣିଷ ଅଜଣା।