ଦୋହା ସପ୍ତକ _ ପ୍ରହେଳିକା
ଦୋହା ସପ୍ତକ _ ପ୍ରହେଳିକା
1 min
6.8K
କେତେ ମଧୁ କେତେ ମଧୁର ହାସ
କେତେ ମୃଗମଦ ହୃଦୟେ ବାସ
କେର ବିଘଟନ କେତେ ବିଳାପ
କେତେ ବିସ୍ମରଣ ବିଶ୍ଵେ ନିନାଦ
କଣ୍ଠେ ଭରି ଶୋକ ତାନ ମୁଁ ଗାଏ
ସୁଖ ସରିତା ର ସହଚରୀ ପରାଏ
ପ୍ରତି ଲୋମମୂଳେ ନିର୍ଝର ବାସ
ଅନଳ ସ୍ପୁଲିଙ୍ଗ ସ୍ପୁରଣ ସୁହାସ
ନିଶ୍ୱାସ ପ୍ରବହେ ବିରାଗ ଧାରା
ଆସକ୍ତି ଅନୁରକ୍ତି ପ୍ରେମ ପସରା
ମନ୍ଦ ହସେ ରଚେ ଛାୟା ଚନ୍ଦ୍ରିକା
ପ୍ରଭାତୀ ଆକାଶେ ଜେନହେ ତାରକା
ପ୍ରିୟ ! ସସୀମ କୋଳରେ ପାଳିତା ମୁହିଁ
ଅସୀମ ସଙ୍ଗରେ ଭାବ ରଚଇ ।
© ବିଦ୍ୟୁତପ୍ରଭା