Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purita Rana

Others

4.9  

Purita Rana

Others

ଜୀବନସଂଗ୍ରାମ

ଜୀବନସଂଗ୍ରାମ

1 min
515


ଜୀବନର ରଙ୍ଗମଞ୍ଚରେ ଗତିକରିକରି

ଥକିପଡ଼ିଲିଣିମୁ ପାରିବିନି ଆଉଚାଲି ।

ହେ ଠାକୁରେ ଉଠାଇଦିଅ

ମୋ ଉପରେ ଦାୟକର ।

ବୟସର ବଗିଚାରେ କେତେ ଫୁଲ କେତେ କଣ୍ଟା

ସେହି ବଗିଚାର ଫୁଲ ଝରିପଡି ସାଜିଛି ମୋ ଜୀବନରେ କଣ୍ଟା ।

କଣ୍ଟା ଉପରେ ବାଟ ଚାଲିବାକୁ ଲାଗୁଛି ଡ଼ର

ନ ଚାଲି ପାରିଲେ ସରିଯିବ ମୋ ଜୀବନର ସବୁ ଅଂଶ ।

ଠିଆ ହୋଇଛି ସଂଗ୍ରାମ ଦ୍ୱାରରେ

ଲଢେଇ କରିବା ପାଇଁ ବଳ ନାହିଁ ମୋ ଦେହରେ ।

ହଜିଯାଇଛି ମୋର ମନର ବିଶ୍ୱାସ

ଧୈର୍ଯ୍ୟ ଧରିବା ପାଇଁ ନାହିଁ ମୋ ଦେହରେ ସାହସ ।

ଭାବି ନାହିଁ କେବେ ମୁଁ ହେବି ବିଫଳ

କିନ୍ତୁ ହୋଇନାହିଁ ଏ ପର୍ଯ୍ୟନ୍ତ ସଫଳ ।

ମୋ ଜୀବନ ଅଟଇ ଦୁଃଖର ଗନ୍ତାଘର

ସେହିଠି ଖୋଜୁଛି ମୁଁ ସୁଖର ସଂସାର ।



Rate this content
Log in