Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ସହରରେ ବର୍ଷା

ସହରରେ ବର୍ଷା

1 min
13.5K


ଆଉ ଆଜିକାଲି

ଆଗ ଭଳି ବର୍ଷା ହେଉନାହିଁ

ନିରୂପିତ ସମୟରେ

ପରିଚିତ ବାସ୍ନାର ମହକ

ପବନ ଦୋଳିରେ ଭାସି

ଦେହ ମନ ଶିହରାଉ ନାହିଁ ।

ବର୍ଷା କଥା ଭାବି ବସିଲେ

ମନଭରି ଭିଜିବାର

ଉଦ୍ଦୀପନା ଜାଗୁନାହିଁ

ବେଗନଭିଲ୍ଲାର ଧୂଳି ମଖା

ଧୁସର ପତ୍ରରେ

ଟୁପ୍ ଟାପ ପହିଲି ବର୍ଷାର ପରଶ

ଚୁପ୍ ଚାପ ଭଲପାଏ ଭଲପାଏ କହି

ଚମକାଇ ଦେବାର

ଦୁଷ୍ଟାମି କରୁ ନାହଁ ।

ବର୍ଷା ପରି ଅବିକଳ

ତୁମ ସ୍ଵରର ସାଂଦ୍ରତା

ତୁମ ଆଲିଙ୍ଗନର ନିବିଡ଼ତା

ସେଭଳି ଉଷ୍ଣତା ଯୋଗାଏନି ,

ନାଗଫେଣୀର କଣ୍ଟକିତ ଶାଖା

ଛାତି ଭେଦି ଆରପାର ହୁଏ ।

ସିଂଥେଟିକ ଶାଢ଼ୀରେ

ଟୋପା ଟୋପା ବର୍ଷା ବିନ୍ଦୁ

ସରସର ଭେଦେ ନାହିଁ

ଶୀତଳତା ଛୁଏଁନାହିଁ ଦେହ ।

ସୁଖଦ ସିକ୍ତତାରେ

ଶିହରି ଜଡାଇ ଯିବାର

ଉଦ୍ଧିପନା ଚହଲାଏ ନାହିଁ

ଆଉ ଆଜିକାଲି

ଆଗ ପରି ବର୍ଷା ହେଉନାହିଁ ।

**

© ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in