Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptimayee Biswal

Children Stories Tragedy

4.5  

Diptimayee Biswal

Children Stories Tragedy

ଜେଜୀ ମାଆ

ଜେଜୀ ମାଆ

2 mins
84



ମା'...

ତୁ କୋଉଠି ?

ଟିକି ଝିଲ୍ ମିଲ୍ ତାରାଟିଏ ହେଇ

ଅଛୁ କି ଆକାଶରେ !

ନା ଚୁପଚାପ ବସିଚୁ ଆମ ହୃଦୟ ଭିତରେ !


ଯେଉଁଦିନ ବାପା କାଚଫ୍ରେମ୍ ଦେଇ 

ବନ୍ଧେଇ ଆଣିଲେ ତୋ ଫଟୋ (ତୁ ଗଲାପରେ),

ବୋଉ ତୋ ପାଇଁ ଜାଗା କଲା

ଆମ ବଡ଼ ଡାଇନିଂ ହଲ୍ ରେ ।


କହିଲାତୁ କାଳେ ଖୁସୀ ହବୁ

ଆମ ପେଟପୂରା ଖାଇବା ଦେଖିଲେ ।

ତୁ ଅଛୁ କି ମା'

ସେଇ କାଚଫ୍ରେମ୍ ଫଟୋ ଭିତରେ !


ତତେ ଦେଖିଲେ

ମୋର ମନେପଡିଯାଏ

କେମିତି ତୋ ଗୋଡ ବୁଢା ଆଙ୍ଗୁଠି ବୁଡାପାଣି

ବୋଉ ପାଦୁକ ପରି ପାଇଦିଏ ।

ଛିକେତେ ଅସନା ତୋ ପାଦ

ତୁ କୋଉ ଚପଲ ପିନ୍ଧୁ କି !


ମନେ ଅଛି ନା

ମୁଁ ଫୋପାଡ଼ି ଦେଇଥିଲି ଦିନେ

ସେ ପାଣିନା'ମୋ ବୋଉ

ପିଇବନି କହି ! 

ହାଃହାଃ

ଗାଳି ବି କମ୍ ଖାଇନି ଯେ

ତା'ପରେ କେଜାଣି 

ବୋଉ ଆଉ ସେ ପାଣି

ପିଇଲା କି ନାହିଁ !


ଜାଣିଚୁ ମା'ତୁ ଗଲାପରେ

ଆମ ସେ ମାଟିଖଞ୍ଜା ଡାହାଣପଟ 

ଛୋଟ ପିଣ୍ଡା ଯେଉଁଠି ତୁ ବସୁ,

ହୁକୁମ୍ ଝାଡୁ, କେବେ କେବେ

ମୁଁ ବି ବସିଛି ସେଇଠି । 

ଲାଗେ ଯେମିତି ତୁ ବସିଚୁ କି ମୋ ପାଖରେ !

ମୁଁ ପଇସାଟିଏ ମାଗେ,ତୁ ଖୁନ୍ଦା ମାରୁ ମୋ ଗାଲରେ !


ଏବେ ତ ତୋ ପରି ମୁଁ ବି ପରବାସୀ

କେବେଠୁ ବସିନି ସେଠି , 

ହେଲେ ସେ ପିଣ୍ଡା ବସିଯାଇଛି ମୋ ଭିତରେ ।


ମୁଁ ଏବେ ବି ମନେରଖିଚି 

ସେ ବଢେଇ ଆଉ ଚାରି ଖଟ ଖୁରା ଗପ,

କଞ୍ଚନ ଝିଅ ଆଉ ରଜାପୁଅ କଥା ।

ହେଲେ ଦିନେ ବି କାହାକୁ କହିନି,

ତୋ ପରି କ'ଣ କହିପାରିବି !

ହଁତୁ କହିବା ପରି

ଟମାଟୋକୁ ଟେମୋଟର କହୁଚି ।

ରାଗିବୁ କି !


ଜାଣିଚୁ

ସମସ୍ତଙ୍କର ଏବେ ବି ଇର୍ଷା,

ତୁ ମତେ କାଳେ ବେଶୀ ଭଲପାଉ ।

ସୁଦୁ ମିଛ

ଅଇଗୁଣିଟିଏ, ପିମ୍ପେଇ ଖାଡିଟିଏ କହି

ତୁ ଟିକେ ବଳେଇ ଖୁଆଉ ।

କ'ଣ ହେଲା ସେଉଠୁ !

ତୁ କହିଦେଲୁନି

ତୁ ସମସ୍ତଙ୍କୁ ଭଲପାଉ ।


ତୁ ତ ଜମା ପାଠ ପଢି ନ ଥିଲୁ !

ତେବେ କେମିତି ବୁଝିଲୁ

ମାଳି କେମିତି ଗୁନ୍ଥାଯାଏ,

ଘର କେମିତି ସାଇତାଯାଏ !

ମଝିଖୁଣ୍ଟ ପଡିଗଲେ ବି

କେମିତି ପଣତକୁ ଛାତ କରି

ଵର୍ଷା, ଶୀତ, କାକରରୁ

ଉହାଡ କରାଯାଏ !

ମତେ ଶିଖେଇଲୁନି ତ !


ଖରାଛୁଟି ଏବେ ଢେର୍ ଲମ୍ବା ମା' ,

ଆମେ ଖାଇପାରନ୍ତେ ସେ ବୁଢାଗଛ ଆମ୍ବ,

ସବୁଦିନ ପରି ମୁଁ ତୋ ଲାଞ୍ଜ

ତୁ ମୋ ଶବରୀ

ବୋଉ ମିଛିମିଛିକା ଗାଳି ଦିଅନ୍ତା ତତେ

ତୁ ବର୍ଷିଯାଆନ୍ତୁ ମୋ ଉପରେ

କାନି ଧରି ଟାଣିଥିଲି ବୋଲି ।


ଛାଡ୍ ...

ତୁ କୋଉ ଶୁଣିବୁ ।।   



Rate this content
Log in