Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ନଦୀଟିଏ ମୁଁ ନଦୀଟିଏ

ନଦୀଟିଏ ମୁଁ ନଦୀଟିଏ

1 min
286


ନଦୀଟିଏ ମୁଁ ନଦୀଟିଏ

ଉଚ୍ଚ ପରବତ ଗରଭୁ ସମ୍ଭୂତା

କୁଳୁ କୁଳୁ ମିଠା ଗୀତଟିଏ !


କାହିଁ କେତେ ଦୂରୁ ବହି ମୁଁ ଆସିଛି

ଅଙ୍କେଇ ବଙ୍କେଇ ନାଚି ନାଚି

ଗତି ପଥେ ବାଧା ଶିଳା ସମତଳ

କରିନି କେବେ ମୁଁ ବଛାବଛି

ଜୁଆର‐ଭଟ୍ଟାର ସୁଖ ଦୁଃଖ ଡେଇଁ

ସୁଅକୁ ଖୋଜୁଛି ସାଥିଟିଏ !


ଦି' କୂଳେ ଶାଗୁଆ ଶସ୍ଯ କେଦାର

ମୋ ନୀର ପରଶେ ଛନଛନ

ସୁଲୁସୁଲୁ ବାଆ ପାଲଟଣା ନାଆ

ଢେଉରେ ଉଲୁସେ ତନୁ ମନ

ସାଗର ସଙ୍ଗମ ଆଶାରେ ଉତ୍ତଳା

ମୁଁ ତ ଗରବିଣୀ ଝିଅଟିଏ !



Rate this content
Log in