Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

2  

KUMUDA CHANDRA DALEI

Others

ବର୍ଷା

ବର୍ଷା

1 min
1.3K


ବର୍ଷା...

ମେଘ ରାଇଜର ରାଣୀ

ମଳୟ ମଦିରା କରିଛି ମତୁଆଲା

ନବ ଯୌବନା କୁମାରୀ କନ୍ୟାଟିଏ

ମୌସୁମିର ପାହିଲି ପରଶରେ

ଶିହରି ଉଠିଚି ବର୍ଷା...

କୁଆରୀ ଜୀବନର ପ୍ରଥମ ପ୍ରେମିକର

ଶ୍ଵାସ ପ୍ରଶ୍ୱାସ ବାୟୁରେ

ରୁମ ଟାଙ୍କୁରି ଉଠିଲା ପରି

ମୌସୁମିର ସ୍ପର୍ଶରେ ବର୍ଷା ଦେହରେ

ସ଼୍ଙୃଷ୍ଟି ହୋଇଛି ଉନ୍ମାଦନା l

କଳା ବାଦଲ ଓ ଓଢଣୀର

ଆର୍ଦ୍ର ପଣତ କାନି

ତରଙ୍ଗାୟିତ କରି

ଧରା ବକ୍ଷରେ ବିଚ୍ଛୁରିତ କରି ଚାଲିଛି

ଅବିରତ ସ୍ଵଚ୍ଛ ବାରି ଧାରା ଶ୍ରାବଣ l

ବର୍ଷା....

କରିଛି ପ୍ରତିଜ୍ଞା...

ତା ପ୍ରେମିକ ପାଖରେ

ନିଜକୁ ହଜାଇଦେବାର

କରିଛି ଅଭୀପ୍ସା.

ହଜିଲା ଧନକୁ ଖୋଜି ପାଇବାର l

ପ୍ରତିଚିକିର୍ଷା ....

ଧରା ତିତ ନିର୍ଜୀବ ବୃକ୍ଷ ରାଜିଙ୍କୁ

ନବ ପଲ୍ଲବିତ କରାଇବାର l

କରିଛି ମାନସିକ...

ପ୍ରଣୟ ର ଅମୃତ ଧାରାରେ

ଦାରୁଣ ନିଦାଘ ସନ୍ତପ୍ତଙ୍କ

ପୂର୍ଣ୍ଣ ଅବୟବରେ

ପୁନଃ ଜୀବନ ସଂଚାର କରାଇବାର l

କରିଛି ତପସ୍ୟା...

ଧରା ପୃଷ୍ଠରେ

ପ୍ରକୃତିର ପ୍ରାଣ ବନ୍ତ ସୌରଭ

ସର୍ଜନ କରାଇବାର l

ପ୍ରଚେଷ୍ଟା....

ବିହ ରିଣୀ ତଟିନୀକୁ

କଳନିନାଦିନୀ, ନର୍ତ୍ତନ ଶିଳା, ପ୍ଳାବନ, ଓ

ପୂର୍ଣ୍ଣ ଗର୍ଭାରେ ରୂପାୟିତ କରାଇବାର l

ବର୍ଷା...

ହିରଣ୍ୟ ଗର୍ଭା, ଦାତବ୍ୟ, ପ୍ରକାଶ୍ୟ

ପରନ୍ତୁ...

ପ୍ରକୃତି ପୀଡ଼କ ଦୁର୍ଦାନ୍ତ ମାନବ

ଧାରା ବକ୍ଷର

ନୈସର୍ଗିକ ଶୋଭା ବର୍ଦ୍ଧନରେ

ଯବନିକା ଟାନେରୀ ଟାଣିବାର

ଅପଚେଷ୍ଟାକାରୀଙ୍କ.

ସାଜିପାରେ...

ତୃପ୍ତି ହୀନ ତୃଷ୍ଣା,

ଅମରାବତୀ ର ସ୍ଵପ୍ନ..,

ସ୍ଵପ୍ନର ତାଜ ମହଲ.....


Rate this content
Log in