Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଜନ୍ମ ଜନ୍ମାନ୍ତର

ଜନ୍ମ ଜନ୍ମାନ୍ତର

1 min
12.8K


ପଦ୍ମିନୀ ମିଶ୍ର


ମୁଁ ବୁଝି ପାରୁନି,

ତମେ ପାଣି ନା

ପଥର,

ନିଆଁ ନା କାକର,

ନିଷ୍ଠୁର ନା ଉଦାର,

ମୁଁ ବୁଝି ପାରୁନି l

ତମେ ଏକାଥରକେ

ସ୍ଥିର ଓ ଅସ୍ଥିର

ଅଚଳ, ଚଞ୍ଚଳ

ତମେ ଏମିତି ଏକ

ରହସ୍ୟ,

ଯାହାକୁ ବୁଝିବା ପାଇଁ

ଆଉ ଏକ ରହସ୍ୟଟେ ଲୋଡ଼ା

ତମେ ଏମିତି ଏକ କବିତା

ଯାହାର ପ୍ରତିଟି ପୃଷ୍ଟାରେ

ପଦ୍ମର ପାଖୁଡ଼ା,

ତମେ କେତେବେଳେ

ନିକଟ ତ

କେତେବେଳେ ଦୂର

କେବେ ସ୍ଵର୍ଣ୍ଣିମ ସ୍ଵର୍ଣ୍ଣିମ ତ

କେବେ ବିଷ ନୀଳ

ମେଘରେ ମେଦୁର ତୁମେ

ଫୁଲଟିଏ ପାଇଁ

କେବେ କେବେ ଉଠାଊଥାଅ

ମୋ ଦୁଃଖର ପର୍ବତ

ତମେ ତ ବର୍ତ୍ତମାନ ନୁହଁ

କେଉଁ ଦୂର ଭବିଷ୍ୟତ

ଜନ୍ମ ଜନ୍ମାନ୍ତର

ଆକାଶରେ ଲୁଚିଥିବା

ନିରବ ନକ୍ଷତ୍ର l


Rate this content
Log in