Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayanti Sahoo

Others

3  

Baijayanti Sahoo

Others

କଲ୍ଯାଣକାରିଣୀ ନାରୀ

କଲ୍ଯାଣକାରିଣୀ ନାରୀ

1 min
472



ନାରୀ ନାରାୟଣୀ ଶକ୍ତିପ୍ରଦାୟିନୀ

ନୁହେଁ ଦୁର୍ବଳା ଅବା ଅବଳା

ସୃଷ୍ଟିବିଧାୟିନୀ କଲ୍ଯାଣକାରିଣୀ

ମୂର୍ତ୍ତୀମନ୍ତ ସ୍ବାଭିମାନୀ ମହିଳା ।


ହଳାହଳ ବିଷ ନିଜେ ପାନକରି

ଆନନ୍ଦେ ବାଣ୍ଟେ ସେ ସୁଖ ଅମୃତ

ଜୀବ ଜଗତର ବିକାଶ ନିମନ୍ତେ

ନାରୀ ପୁରୁଷଟି ପରମ ସତ ।


ଶକ୍ତିହୀନ ଶିବ‐ଶବପଦବାଚ୍ଯ

ବିଶ୍ବହିତୈଷିଣୀ ସୃଷ୍ଟି ଜନନୀ

ଦୁହିତା ସେ ଦୁଇ କୂଳର ହିତାଟି

ଜାୟା ଓ ଜନନୀ ପୁଣି ଭଗିନୀ ।


***********************

ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ

ନରସିଂହପୁର,ଶ୍ରୀରାମ ନଗର

ପିପିଲି"ପୁରୀ


Rate this content
Log in