ଗାଆଁ ତୋଟାମାଳ
ଗାଆଁ ତୋଟାମାଳ
ଜିତେନ୍ଦ୍ର ନାଥ ପଟ୍ଟନାୟକ
ଗାଆଁ ତୋଟାମାଳ ଥିଲା ଅନ୍ଧାରିଆ
ଅନ୍ଧାରୀ ଗହୀର ମାଳେ
ନାନା ଜାତି ଫଳ ଫୁଲେ ଭରି ଥିଲା
ଦିଖିଛି ମୁଁ ସାଙ୍ଗ ମେଳେ
ତୋଟାର ଚଢେଇ ମନକୁ ହରଇ
ରଙ୍ଗ ବେରଙ୍ଗର ହୋଇ
କାଠି କୁଟା ନେଇ ବସା କରିଥାନ୍ତି
ଗଛ ଡାଲେ ଗୀତ ଗାଇ
ରାତି ପାହିଗଲେ ପକ୍ଷୀ କଳବର
ପକାଇ ଦିଏ ଚହଳ
ହନୁ ପାତିସହ ବିଲୁଆ ସିଆଳ
କରନ୍ତି କେତେ ଗହଳ
ଆମ୍ବ ଜାମୁ ଡାଳେ ହନୁ ଭାଇ ଖେଳେ
ଡାଳରୁ ଡାଳକୁ ଡେଇଁ
ଫଳ ପତ୍ର ଖାଇ ତୋଟାକୁ ଜଗନ୍ତି
ତୋଟା ଜଗୁଆଳ ହୋଇ
ଅନେକ ଜାତିର ପଶୁ ପକ୍ଷୀଗଣ
ମନ ଆନନ୍ଦରେ ଥିଲେ
ଗଛ କଟା ଯୋଗୁଁ ଖାଦ୍ୟ ଅଭାବରେ
ବାସ ସ୍ଥାନ ପାଶୋରିଲେ
ବଣ ଜଙ୍ଗଲବି କମି ଆସିଲାଣି
ବାସ ହରା ପଶୁ ପକ୍ଷୀ
ବାସ ଅଭାବରେ ଗାଆଁରେ ପଶିଣ
ହୋଇଥାଆନ୍ତି ଭାରି ଦୁଃଖି
ଆସ ଭାଇ ବନ୍ଧୁ ପଡିଆ ଜମିରେ
ଫଳ ଗଛ ଲଗାଇବା
ତୋଟା ମାଳ କରି ପଶୁ ଓ ପାକ୍ଷୀଙ୍କୁ
ଖାଦ୍ୟ ବାସ ଯୋଗାଇବା l