Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ଗୀତ ଗୋବିନ୍ଦ

ଗୀତ ଗୋବିନ୍ଦ

1 min
7.4K


ଧନ୍ୟ ଜଗନ୍ନାଥ ତୁହି

ଗୀତ ଗୋବିନ୍ଦରେ ହୋଇଲୁ ବାଇ

ଭକ୍ତ ମୁଖରୁ ଶୁଣିବା ପାଇଁ... I

ରତ୍ନବେଦୀ ପରେ ବସି

ନିତି ନିତି ଶୁଣି ହେଇଛ ଖୁସି

ଭାଇ ଭଉଣୀ ତିନିହେଁ ମିଶି.. I

ମାଲ୍ୟାଣୀ ମୂଖରୁ ଶୁଣି

ଗୀତ ଗୋବିନ୍ଦର ମଧୁର ବାଣୀ

ପିଛା କରୁଥିଲ ହୋଇ ଗୁଣି.. I

ବାଟ ଚାଲିବାର ବେଳ

କଣ୍ଟା ବୁଦା ଭୁଲି ଗଲ ସେ କାଳ

ପିନ୍ଧା ବାସ ହେଲା ଫାଳ ଫାଳ.. I

ଧନ୍ୟ ଭକ୍ତ ଜୟଦେବ

ଗୀତ ଗୋବିନ୍ଦ ଯା' ମୁଖରେ ଥିବ

ସବୁ କଥାକୁ ସେ ଭୁଲି ଯିବ.. I

ଘର ଛପରର ବେଳେ

ପଦ୍ମାବତୀ ଅନ୍ତର୍ଦ୍ଧାନ ସେ କାଳେ

ନଡ଼ା ବିଡ଼ା ବଢ଼ାଇଲା ଚ୍ଛଲେ l

ଗୁଣ୍ଡ ପଡି ଦେହ ଯାକ

ରତନ ବେଦୀରେ ଦେଖି ସେବକ

ଚକିତେ ପକାନ୍ତି ଡାକ. I

ଅସଙ୍ଗତ ଶବ୍ଦ ସ୍ଵର

ଦ୍ୱନ୍ଦରେ ପଡ଼ିଲେ ଭକ୍ତ ପ୍ରବର

'"ଦେହି ପଦ ପଲ୍ଲବ ମୁଦାର ".. I

ଛଦ୍ମ ଜୟଦେବ ବେଶେ

ସ୍ନାନ ଘଟୁ ଫେରି ଗ୍ରୁହେ ପ୍ରବେଶେ

ପଦ ପୂରଣ କଲ ହରସେ.. I

ଗୀତ ଗୋବିନ୍ଦର ଭାବ

ସାଶ୍ୱତ ପ୍ରେମର ପ୍ରତୀକ ହେବ

କାଳଜୟୀ ହୋଇ ରହିଥିବ.. I

ଅପରୂପା ସେ ଶ୍ରୀରାଧା

ରାଧା ବିନା କୃଷ୍ଣ ହୋଇଲେ ଅଧା

ପ୍ରକୃତି, ପୁରୁଷରେ ହେଲା ବାଧା.. I

ବିରହୀ ରାଧାର ତ୍ୟାଗ

ଶ୍ରୀକୃଷ୍ଣ ପ୍ରେମରେ ଧାଇଁଲେ ବେଗ

କୂଳ ମାନ କରି ପରିତ୍ୟାଗ.. I

ସ଼୍ଙୃଷ୍ଟିର ସୁରକ୍ଷା ପାଇଁ

ପୁରୁଷ ପ୍ରକୃତି ଏକାଠି ରହି

ଗୀତ ଗୋବିନ୍ଦ ଦିଏ ବତାଇ.. I

ରାଧା କୃଷ୍ଣଙ୍କ ପ୍ରେମ କାହାଣୀ

ଗୀତଗୋବିନ୍ଦର କାବ୍ୟରେ ଭଣି

ଭକ୍ତ ଜୟଦେବ ହେଲେ ଗୁଣି.. I

ନୃତ୍ୟ ଛନ୍ଦି ପଦ୍ମାବତୀ

ଭାବକୁ ପ୍ରକାଶ କରିଲେ ଅତି

ତୃପ୍ତ କଲେ ବେନି ନେତ୍ର ଶ୍ରୁତି.. I

ନାରୀ ପୁରୁଷଙ୍କ ଯୋଡି

ପ୍ରତ୍ୟେକ ସ଼୍ଙୃଷ୍ଟିକୁ ଦିଅନ୍ତି ଗଢି

ଦେଇ ସାଶ୍ୱତ ପ୍ରେମ ଅଜାଡି.। l


Rate this content
Log in