Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Others

4.8  

Jesu christ Muduli

Others

ମକର ମହିମା

ମକର ମହିମା

1 min
430



କେଡେ ମହାନ ତୁମ ଗୁଣ ଓ ମହିମା

ହେ ବହୁନାମୀ ସଂକ୍ରାନ୍ତି ମକର......

ଅପକ୍ଵ ଅରୁଆ ମକରାନ୍ନ ଭୋଗ

ଆଜି ପାଆନ୍ତି କଳା ଠାକୁର....।

କିଏ କହେ ତୁମେ ଉତ୍ତରାୟଣୀ

କେ ପୁଣି ପରବ ଅମଳ ର...

ତୁମ ଯଶ ବାନା କାହାକୁ ଅଜଣା

ହେଉ ପଛେ ଦେଶ ଓ ଦେଶ ବାହାର...।

ତାମିଲ୍,ଶ୍ରୀଲଙ୍କା ପୁଣି ମାଲେସିଆ

ହେଉ ପଛେ ସିଙ୍ଗାପୁର....

'ଥାଇ ପୋଙ୍ଗଲ' ର ନାମେ ଖ୍ୟାତି ତୁମ

ମେଲେଇ ଦେଇଛ ଆସର...।

'ମାଘି' ତୁମେ ସାଜିଛ 

ହରିୟାଣା,ହିମାଚଳ ରେ

'ମାଘ ବିହୁ' ଆସାମ ର....

ପିଠା ପଣା ସାଥେ ଗୁଡ଼ି ଉଡ଼ା ନେଇ

ଓଡ଼ିଶା ଆସିଛ ହେଇ ' ମକର '...।

'ହଳଦୀ କୁକୁମ' ଲଗେଇ ଦେଇଛ

ପ୍ରତି ମରାଠା,ନେପାଳ ପ୍ରାଣର

'ସୁଗି ହାବ୍ବା' ହେଇ ପରବ କୁ ନେଇ

ଛୁଇଁଛ ହୃଦୟ କର୍ଣ୍ଣାଟକ ର....।

କାଶ୍ମୀର ଘାଟେ ' ଶିଶୁର ସଂକ୍ରାନ୍ତ '

'ମକର ଜ୍ୟୋତି' କେରଳ ର

' ପୌଷ ସଂକ୍ରାନ୍ତ ' ହେଇ ବୁଲୁ ଅଛ

ବଙ୍ଗଳା ର ଘର ଘର....।

' ଉତ୍ତରାୟଣି ' ରଙ୍ଗେ ରଙ୍ଗୀନ କରିଛ

ଗୁଜୁରାଟ ରାଇଜର...

' ଖିଚିଡି ସଂକ୍ରାନ୍ତି ' ହେଇ ମନମୋହୁଛ

ଶ୍ରୀରାମ ଜନ୍ମ ଧାମ ର...।

ପ୍ରକୃତି ସହର ଗୋଆ ଟି ହସୁଛି

' ମାଘ ସଂକ୍ରାନ୍ତ ' ଅବସର ର

ତାଳେ ତାଳେ ନାଚେ ' ତିଳ ସଂକ୍ରାନ୍ତି '

ମିଳାଇ ପାଦ ବିହାର ର ...।

ଆନ୍ଧ୍ର ତେଲେଙ୍ଗାନା ମଧ୍ୟ ରାଜ୍ୟେ ତୁମେ

ଆସ ' ସଂକ୍ରମଣ ' ନାମର 

ତ୍ରିପୁରା ରେ ' ହଂଗ୍ରାଇ ' ପଞ୍ଜାବେ ' ଲହଡ଼ି '

କେତେ ରଙ୍ଗ ରୂପ ତୁମର ...।

ଯେତେ ଗାଇଲେ ବି ମନ ପୁରୁ ନାହିଁ

କରୁଛି ମୁଁ ତୁମ ଜୟକାର ।।


   

 


Rate this content
Log in