Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

5.0  

Lalatendu Kabi

Others

SEITHI KEMITI HEBA

SEITHI KEMITI HEBA

1 min
13.9K


ସେଇଠି କେମିତି ହେବ

-----------------------

ଲିଭି ଲିଭି, ଲିଭି ଯାଇନି ଏବେ ବି

    କଳ୍ପନା-ଦୀପଶିଖା,

ଅଳ୍ପ ହେଲେ ବି ଲେଖୁଛି ଯା’ଅଛି

    ସ୍ମୃତିରେ ଜ୍ୟୋତିର ରେଖା |-୧

 

ପିଲାବେଳ କଥା ଲାଗେ ମିଠା ମିଠା,

    ଅଧା ଅଧା ମନେହେଲେ,

ଦିଗ୍-ବଳୟ ବି କେଡେ ମଧୁମୟ

    ଛାଇ-ଆଲୁଅର କୋଳେ |  -୨

 

ସେଇଥି ପାଇଁ ତ ସୁମଧୁର ଗୀତ

    ପ୍ରଭାତ-ସଞ୍ଜ ବେଳେ,

ଦୂର ପରିଜନ ଖବର ମଧୁର

    ଅଧା ଲିଭା ଚିଠି ଗାରେ |  -୩

 

ଲିଖନ ପଠନ ମଧୁର ଗଭୀର

    ଅଧା ଅଧା ରାତି କାଳେ,

ବଂଶୀର ତାନ ଜିଣି ନିଏ ମନ

    ଉଦୁ ଉଦୁ ଖରା ବେଳେ |  -୪

 

ନଵ ଵଧୂ ମୁଖ କେଡେ ମଧୁ ଦେଖ

    ଅଧା ଓଢଣା ଭିତରେ,

ପ୍ରିୟା-ପ୍ରତିଶ୍ରୁତି ଲାଗେ ମଧୁରାତି

  ଭୀତିଭରା ପୀରତିରେ |  -୫

 

ସେ ପାରି ଡାକରା ରହି ରହି ଆସେ

    କାନେ ପଶେ ଅଧା ଅଧା,

ଅଧା ଶୁଣି ଅଧା ଶୁଣେ ନାହିଁ - କରି

    ସାରିନି ମୁଁ ପାଟ ପିନ୍ଧା |  -୬

 

କହେ ଶାସ୍ତ୍ରଜ୍ଞାନ - ଫେରି ଯା ବହନ,

    ଏଠୁ ନିଅ କାଢି ମନ,

ଛାଡି ଛାଡି, ଛାଡି ଦେଇ ପୂରାପୂରି

    ପାରୁ ନାହିଁ ଵନ୍ଧନ |  -୭

 

ଯିବାକୁ ଆତୁର, ବେଳ ତ ଉଛୁର,

    ଯିବି ଆଜି ଅବା କାଲି,

ଭୁଲିବନି କେହି, ମୁଁ ବି ଭୁଲୁ ନାହିଁ,

    ଗଲେ ବି ଆସିବି ବୁଲି |  -୮

 

ତୁମ ସାଙ୍ଗେ ଏଠି ନିତି ବସି ଉଠି,

    ମନ ସେଠି ପରପାରେ,

ସେଇଠି ଯାଇକି ସେଇଆ ହେବ କି, 

    ମନ ଥିବ ଦୁଇଠାରେ ?  -୯

 

 

ଲଲାଟେନ୍ଡୁ କବି  ୦୪ ନଭେମ୍ବର ୨୦୧୪

ଶ୍ରୀ ହରିଶରଣମ୍

 


Rate this content
Log in