ଶ୍ରୀ ପଦ୍ମେ ନିବେଦନ
ଶ୍ରୀ ପଦ୍ମେ ନିବେଦନ
🙌🌿🌼📖🌼🌿🙏
(@ଜ୍ୟୋତ୍ସ୍ନା ପୃଷ୍ଟି ,ଭୁବନେଶ୍ବର)
**(1322)**
ଆହେ ବନମାଳୀ ନୟନ ସଙ୍ଖାଳି ,
ଗିରି ଗୋବର୍ଦ୍ଧନ ଧାରୀ ,
ଜନ୍ମ ଜନ୍ମ ତୁମ ଅପେକ୍ଷା ପ୍ରଣାଳୀ ,
ଦେଇଅଛି ଦ୍ଵନ୍ଦ ଭାରି ।।(୧)
🙌🌿🌼🌿🙌
ମାୟାଧର ବୋଲି ମାୟା କରିଅଛ ,
ଭଣ୍ଡାଇଲ ଯୁଗେଯୁଗେ ।
ଆତ୍ମାର ଅନ୍ତର ଜାଳି ଦେଇଅଛ ,
ଜୀଵଆତ୍ମ ମୋକ୍ଷ ମାଗେ ।।(୨)
🌹🌾🌹🌾🌹
ଆହେ ଦୀନନାଥ ପରମ ଈଶ୍ଵର ,
କିମ୍ପାଇଁ ହେଲ ନିଷ୍ଠୁର ।
ଭକତ ବିଶ୍ଵାସ ହୃଦେ କରି ଘର ,
ବିଶ୍ଵ ଅବତାର ଧର ।।(୩)
🌲💦🌲💦🌲💦
ଜୀବନ ପତରେ ଢଳଢଳ ପ୍ରାଣ ,
ମୋହ ବିନା ଲୋଟୁଅଛି ।
କପୁର ଚନ୍ଦନ ସୁଗନ୍ଧା ପ୍ରାଙ୍ଗଣ ,
ମହକ କୁ ଝୁରିଅଛି ।।(୪)
🌱🌸🌱🌸🌱
ନିରୀମାଖି ଜନ ନିବେଦନ ଶୁଣ ,
କିମ୍ବଦନ୍ତୀ ପୃଷ୍ଠା କୁହେ ।
ମାଗୁଣୀ ରେ କିଛି ମାଗିନାହିଁ ଜାଣ ,
ଅଶ୍ରୁ ଧାରା ଭବୁ ସହେ ।।(୫)
🔅🌳🌼🌳🔅
କାଳୀୟ ଦଳିଲ ଦଇତ ନାଶିଲ ,
ଗଜ ଉଦ୍ଧାରିଛ ଯେବେ ।
କୃପାସିନ୍ଧୁ ଆହେ କରୁଣେ ବାଛିଲ ,
ବିଚାରିବ ନିଶ୍ଚେ ଭାବେ ।।(୬)
💫📖💫📖💫
ଆହେ ଗିରିଧାରୀ ଭୁବନମୋହନ ,
ଏ ଛାରକୁ ଭୁଲ କାହିଁ ?
କଳ୍ପଚକ୍ଷୁ ରଶ୍ମି ନୋହୁଁ ଆନମନ ,
ତୁମ୍ଭ ବିନୁ ଗତି ନାହିଁ ।।(୭)